ETV Bharat / state

Pradhan Mantri Gram Sadak Yojana: ରାସ୍ତା ମରାମତି ପାଇଁ ଆସିଥିବା ଅର୍ଥ ହରିଲୁଟ, ଭିଜିଲାନ୍ସ ତଦନ୍ତ ଦାବି

author img

By ETV Bharat Odisha Team

Published : Oct 29, 2023, 7:45 PM IST

ପ୍ରଧାନମନ୍ତ୍ରୀ ସଡକର ମରାମତି ପାଇଁ ଆସିଥିବା ୫ବର୍ଷର ଅର୍ଥ ରାଶି ହରିଲୁଟ ଅଭିଯୋଗ । ଭିଜିଲାନ୍ସ ତଦନ୍ତ ଦାବିକଲେ କୋଲୁହାପାଟଣା ଗ୍ରାମବାସୀ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଦୁର୍ନୀତି , ଭିଜିଲାନ୍ସ ତଦନ୍ତ ଦାବି

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ । ଭିଜିଲାନ୍ସ ତଦନ୍ତ ପାଇଁ ଦାବି । ରାସ୍ତାରେ ପ୍ୟାଚ ପକାଇ ଖାଇଗଲେ ୫ ବର୍ଷର ମରାମତି ଅର୍ଥ ରାଶି । ଏଭଳି ଏକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରୁ । ପ୍ରଧାନମନ୍ତ୍ରୀ ସଡକ ମିରାମତି ପାଇଁ ଆସିଥିବା ୫ବର୍ଷର ଅର୍ଥ ରାଶି ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଚଳୁ କରିଦେଇଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ବିଭାଗ ଦ୍ୱାରା କରାଯାଇଥିବା ନିମ୍ନ ମାନର କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି ମଧ୍ୟ କରିଛନ୍ତି କୋଲୁହାପାଟଣା ଗ୍ରାମବାସୀ । ବୋଲଗଡ଼ ବ୍ଲକର ମାଣିବନ୍ଧ ଠାରୁ କୋଲୁହାପାଟଣା ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏକ ରାସ୍ତା ନିର୍ମାଣ କରାଯାଇଥିଲା । ଅଞ୍ଚଳବାସୀଙ୍କ ଯାତାୟତ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପ୍ରାୟ ଅଢେଇ କିମି ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତାରେ ୨ଟି ବଡ଼ ପୋଲ ମଧ୍ୟ ନିର୍ମାଣ କରିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ।

ଏହି ରାସ୍ତାରେ ବିଶେଷ ଲୋକଙ୍କ ଯାତାୟତ ହେଉନଥିବା ବେଳେ ରାସ୍ତାଟି ମରାମତି ନାମରେ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଟଙ୍କାର ଅର୍ଥକୁ ଯନ୍ତ୍ରୀ ଓ ଠିକାଦାର ମିଶି ଚଳୁ କରିଦେଇଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି କୋଲୁହାପାଟଣା ଗ୍ରାମବାସୀ । ଅଢେଇ କିମି ରାସ୍ତାରେ ଦୁଇଟି ବଡ଼ ପୋଲ ହୋଇଥିବା ବେଳେ ତାହା ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି । ପୋଲ ବା କଲଭର୍ଟର ବାଡ଼ ଭାଙ୍ଗି ରଡ଼ ବାହାରିଥିବା ସତ୍ତ୍ୱେ ମରାମତି ନକରି ରଙ୍ଗ ମାରି ଏହାକୁ ଛାଡ଼ିଦେଇଛି ଠିକାଦାର । ସେହିପରି ରାସ୍ତାରେ ବହୁ ସ୍ଥାନରେ ପିଚୁ ଉଠି ଯାଇଥିବା ବେଳେ ଦୁଇ ତିନୋଟି ସ୍ଥାନରେ ପ୍ୟାଚ୍ ପକାଇ କାମ ସାରିଦେଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଖାଲି ଏତିକି ନୁହେଁ ରାସ୍ତା କଡରୁ ମାଟି ଧୋଇ ହୋଇ ଖାଲ ହୋଇଯାଇଥିବା ବେଳେ ଏହାର ମରାମତି ନକରି ବର୍ଷକୁ ବର୍ଷ ମରାମତି ନାଁରେ ରାଜସ୍ୱରୁ ଲକ୍ଷାଧିକ ଟଙ୍କା ଚଳୁ କରିଛନ୍ତି ଯନ୍ତ୍ରୀ ଓ ଠିକାଦାର । ଫଳରେ ସ୍ଥାନୀୟ ଅଞ୍ଚଳରେ ପ୍ରତିବାଦର ସ୍ୱର ଉଠିଛି ।

ଏହା ମଧ୍ୟ ପଢନ୍ତୁ...ନିର୍ମାଣର ବର୍ଷେ ନପୁରୁଣୁ ଧୋଇଗଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା

ସେହିପରି କୋଲୁହାପାଟଣା ଗ୍ରାମ ନିକଟରେ ଥିବା ପୋଲ ତଥା କଲଭର୍ଟକୁ ସଂଯୋଗ କରିଥିବା ପିଚୁ ରାସ୍ତା ଦବି ଯାଇଥିବା ବେଳେ ବିପଦର ଆଶଙ୍କା କରିଛନ୍ତି ଗ୍ରାମବାସୀ । ମରାମତି ପାଇଁ 2019-20 ରୁ 2023-24 ପାଞ୍ଚବର୍ଷ ପାଇଁ ବିଭାଗ 8ଲକ୍ଷ 72 ହଜାର 675 ଟଙ୍କା ଫଳକ ମାରିଥିବା ବେଳେ ମାତ୍ର 10 ରୁ 20 ହଜାର ଟଙ୍କା ଖର୍ଚ୍ଚ କରି ସମ୍ପୂର୍ଣ୍ଣ ଅନୁଦାନକୁ ଯନ୍ତ୍ରୀ ଓ ଠିକାଦାର ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହିପରି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.