ETV Bharat / state

ଅଣଛାତ୍ରଙ୍କ କବଜାରେ ଉତ୍କଳ ବିଶ୍ଵବିଦ୍ୟାଳୟ: ସିଟିଜେନ୍ସ ଫୋରମ

author img

By

Published : Feb 13, 2023, 10:52 PM IST

ଉତ୍କଳ ବିଶ୍ବବିଦ୍ୟାଳୟରେ ସେମିନାର ବେଳେ ଜେଏନ୍‌ୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି । ଅଧିକ ପଢ଼ନ୍ତୁ

ଅଣଛାତ୍ରଙ୍କ କବ୍‌ଜାରେ ଉତ୍କଳ ବିଶ୍ଵବିଦ୍ୟାଳୟ: ସିଟିଜେନ୍ସ ଫୋରମ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଜେଏନ୍‌ୟୁ ପ୍ରଫେସରଙ୍କୁ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଅଣଛାତ୍ରଙ୍କ କବ୍‌ଜାରେ ବିଶ୍ଵବିଦ୍ୟାଳୟ ରହିଥିବା ସିଟିଜେନ୍ସ ଫୋରମ ଅଭିଯୋଗ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ବିଶ୍ବବିଦ୍ୟାଳୟରେ ଗୁଣ୍ଡାରାଜ କରୁଥିବା ଆହୁରି ଛାତ୍ରଙ୍କୁ ଗିରଫ କରିବା ପାଇଁ ଦାବି କରିଛି ସିଟିଜେନ୍ସ ଫୋରମ ।

ରବିବାର ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରଫେସର ମାନଙ୍କୁ ଆକ୍ରମଣ ଓ ଗୁଣ୍ଡାରଜ ଘଟଣାକୁ ନେଇ ବିଭିନ୍ନ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଅଣଛାତ୍ରଙ୍କୁ ତୁରନ୍ତ ବିଶ୍ଵବିଦ୍ୟାଳୟରୁ ବାହାର କରିବା ପାଇଁ ରାଜ୍ୟ ସରକାର ଏବଂ ଉଚ୍ଚଶିକ୍ଷା ବିଭାଗକୁ ଦାବି କରିଛି ସିଟିଜେନ୍ସ ଫୋରମ । ସିଟିଜେନ୍ସ ଫୋରମର ସଦସ୍ୟ ପ୍ରଦୀପ ନାୟକ କହିଛନ୍ତି, "ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି, ସେମାନଙ୍କୁ ଗିରଫ କରାଯାଉ । ଆଇପିସି ଧାରା ୩୦୭ ଏବଂ ୫୦୪ ଦଫା ସେମାନଙ୍କ ବିରୋଧରେ ଲଗାଇବା ସହ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।"

ଅନ୍ୟପଟେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଆତଙ୍କ ସୃଷ୍ଟି କରିଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ନେଇ ବିଜେବି କଲେଜ କ୍ୟାମ୍ପସ ଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କହିଛନ୍ତି ବିଜେବି କଲେଜର ଛାତ୍ରଛାତ୍ରୀ । ଏପଟେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ମଧ୍ୟ ଏହାର ତୀବ୍ର ନିନ୍ଦା କରିଛି । ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, "ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ଆଲୋଚନା ଚକ୍ର ସମୟରେ ଅଣଛାତ୍ରମାନେ ପ୍ରବେଶ କରି ବରିଷ୍ଠ ପ୍ରାଧ୍ୟାପକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀମାନଙ୍କ ଉପରେ ଯେଉଁଭଳି ଭାବରେ ଆକ୍ରମଣ କଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।"

ପ୍ରକାଶଥାଉକି, ଗତ ରବିବାର ସିଟିଜେନ୍ସ ଫୋରମ୍ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଅବସ୍ଥିତ ପିଜି କାଉନ୍‌ସିଲ ହଲ୍‌ରେ ଏକ ଆଲୋଚନା ଚକ୍ର ଆୟୋଜନ ହୋଇଥିଲା । ଯେଉଁଥିରେ "ଭାରତୀୟ ସମ୍ବିଧାନ ଏବଂ ଶିକ୍ଷା' ଓ "ଜାତୀୟ ଶିକ୍ଷାନୀତି -୨୦୨୦' ଦୁଇଟି ବିଷୟବସ୍ତୁ ଉପରେ ଆଲୋଚନା ହେଉଥିଲା । ଏଥିରେ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ଜେଏନୟୁର ପ୍ରଫେସର ସୁରଜିତ୍ ମଜୁମ୍‌ଦାର ପ୍ରଥମେ ଆଲୋଚନା ଆରମ୍ଭ କରି ଭାରତୀୟ ସମ୍ବିଧାନର ବିଭିନ୍ନ ଦିଗ ଓ ଏଥିରେ ଭୀମରାଓ ଆମ୍ବେଦକରଙ୍କର ମୌଳିକ ଚିନ୍ତନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସମୟରେ କିଛି ଯୁବକ ହଠାତ୍ ଗୃହ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସଭା ବନ୍ଦ କରିବାକୁ ଆଗେଇ ଆସିଥିଲେ । ତେବେ ସଭାକୁ ବନ୍ଦ ନକଲେ ସମସ୍ତଙ୍କର ଗୋଡ଼ ଭାଙ୍ଗିଦେବା ପାଇଁ ସେମାନେ ଧମକ୍ ମଧ୍ୟ ଦେଇଥିଲେ । ଆୟୋଜକ ମାନଙ୍କର ସେମାନଙ୍କ ସହିତ କିଛି ସମୟ ଯୁକ୍ତିତର୍କ ହେବା ପରେ ପରିସ୍ଥିତି ହାତାହାତି ପର୍ଯ୍ୟନ୍ତ ଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.