ETV Bharat / state

ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 3 ଦିନିଆ ଓଡିଶା ଗସ୍ତ, କୋଟିଆବାସୀଙ୍କ ସହ ପାଳିବେ ଉତ୍କଳ ଦିବସ

author img

By

Published : Mar 30, 2023, 8:23 AM IST

ଆଜିଠୁ 3 ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 3 ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

union minister Dharmendra pradhan
ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି(ଗୁରୁବାର) ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିଠୁ 3 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟର, ଭୁବନେଶ୍ବର ଓ କୋରାପୁଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହିତ ଏପ୍ରିଲ ପହିଲା ତଥା ଉତ୍କଳ ଦିବସ ଅବସରରେ କୋରାପୁଟ ଜିଲ୍ଲା କୋଟିଆବାସୀଙ୍କ ସହ ଉତ୍କଳ ଦିବସ ପାଳନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ପୂର୍ବାହ୍ନ ସୁଦ୍ଧା ସେ ଓଡିଶାରେ ପହଞ୍ଚିବେ । ଏହାପରେ କଟକ ଷ୍ଟେସନରେ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ ସମାରୋହରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଆୟୋଜିତ ‘ଓଡ଼ିଶାର କିମ୍ବଦନ୍ତୀଙ୍କ ଡାକ ଟିକଟ୍’ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହେବେ । ମାର୍ଚ୍ଚ ୩୧ ତାରିଖର ଆର୍ଥାତ ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ବର ସୋଆ ଅଡିଟୋରିୟମରେ ସାମାଜିକ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା @୧୦୦ ବଡ ଭାବିବା, ବଡ଼ ସ୍ବପ୍ନ ଦେଖିବା’କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ।

ଏହା ବି ପଢନ୍ତୁ...କଟକରେ ବଲିଉଡ଼ ଅଭିନେତ୍ରୀ ଜୟପ୍ରଦା, ମା’ କଟକ ଚଣ୍ଡୀଙ୍କୁ କଲେ ଦର୍ଶନ

ଏହା ବି ପଢନ୍ତୁ...Ram Navami: ସୁଦର୍ଶନଙ୍କ ବାଲୁକା କଳାରେ ମର୍ଯ୍ୟାଦା ପୁରୁଷୋତ୍ତମ, ରାମନବମୀର ଦେଲେ ଶୁଭେଚ୍ଛା

ଏହାପରେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରୁ ଟ୍ରେନ୍ ଯୋଗେ କୋରାପୁଟ ଜିଲ୍ଲା ଦାମନଯୋଡି ପର୍ଯ୍ୟନ୍ତ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ । କୋଟିଆରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିବେ । ଏପ୍ରିଲ ପହିଲାରେ କୋଟିଆ ଗ୍ରାମ ସମିତି ଦ୍ବାରା ଆୟୋଜିତ ‘ଉତ୍କଳ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବେ । ଏହା ସହ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିବେ । ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ କରିବା ନେଇ ସୂଚନା ମିଳିଛି ।

ଶେଷଥର ପାଇଁ ସେ ହୋଲିରେ ଓଡିଶା ଆସିଥିଲେ । ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବା ସହ ହୋଲି ଖେଳିଥିଲେ । ଗତକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ମଇ 10ରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମଧ୍ୟ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିପାରନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.