ETV Bharat / state

ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ପେଣ୍ଠସ୍ଥଳୀ ହେବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

'ଆମେ ଓଡ଼ିଆ' ପକ୍ଷରୁ 'ବଡ଼ ଭାବିବା, ବଡ଼ ସ୍ବପ୍ନ ଦେଖିବା' ବାର୍ତ୍ତାକୁ ନେଇ ଓଡିଶା @୧୦୦ କାର୍ଯ୍ୟକ୍ରମ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକବିଂଶ ଶତାବ୍ଦୀରେ ଓଡ଼ିଶା ପରିବର୍ତ୍ତନର ପେଣ୍ଠସ୍ଥଳୀ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ଆମେ ଓଡ଼ିଆ ପକ୍ଷରୁ ଓଡିଶା @୧୦୦ କାର୍ଯ୍ୟକ୍ରମ ଅନୁଷ୍ଠିତ

author img

By

Published : Mar 31, 2023, 10:07 PM IST

'ଆମେ ଓଡ଼ିଆ' ପକ୍ଷରୁ ଓଡିଶା @୧୦୦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: 'ବଡ଼ ଭାବିବା, ବଡ଼ ସ୍ବପ୍ନ ଦେଖିବା' ବାର୍ତ୍ତାକୁ ନେଇ ଓଡିଶା @୧୦୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୦୦ ବର୍ଷ ପୂର୍ତ୍ତୀକୁ ନେଇ ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ 'ଆମେ ଓଡ଼ିଆ' ପକ୍ଷରୁ ସୋଆ ଅଡିଟୋରିୟମ ଠାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆଗାମୀ ୧୩ ବର୍ଷରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଉତ୍କଳ ଦିବସର ୧୦୦ ବର୍ଷର ଭବିଷ୍ୟତକୁ ନେଇ ଏବେ ଠାରୁ ଓଡ଼ିଶାର ଭୂମିକା କଣ ରହିବ, ବିଶେଷ ଭାବରେ ଯୁବପୀଢିଙ୍କର କଣ ଦାୟିତ୍ୱ ରହିବ, ସେ ଦିଗରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହା ବ୍ୟତୀତ କଳା, ସାହିତ୍ୟ, ସମାଜସେବା ଓ ଉଦ୍ୟୋଗ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରଖିଥିବା ୯ ଜଣ ପ୍ରତିଭା ଯୁବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ନିଜ ସ୍ୱପ୍ନର ଅଭିଜ୍ଞାତାକୁ ସମସ୍ତଙ୍କ ସମ୍ମୁଖରେ ବଖାଣିଥିଲେ । ଏହି ବଡ ଭାବନାକୁ ନେଇ ଓଡ଼ିଶାର ଭବିଷ୍ୟତ ଗଠନରେ ସେମାନେ କିଭଳି ସହାୟକ ହେବେ ସେନେଇ ନିଜ ନିଜ ସ୍ୱପ୍ନର କଥା କହିଥିଲେ । ସେମାନେ ହେଲେ ଗୀତିକାର ଓ ଗବେଷକ ପ୍ରତୀକ ପଟ୍ଟନାୟକ, ୟୁଟ୍ୟୁବର ଇଶକ ମୁଣ୍ଡା, ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା, ୱିକିପିଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ କେଶରୀ ସେନାପତି, ଯୁବ ଲେଖକ ଓମ୍ ପ୍ରିୟଦର୍ଶୀ ଛୋଟରାୟ, ଲେଖକ ଅନିନ୍ଦ୍ୟ ନାରାୟଣ ସିଂହ, କଣ୍ଠଶିଳ୍ପୀ ଅଭିପ୍ସା ପଣ୍ଡା, ଉଦ୍ୟୋଗୀ ବୀରେନ ସାହୁ, ଯୁବ ସମାଜସେବୀ ରାହୁଲ ମହାରଣା ଓ ସାହିତ୍ୟିକ ଦୀଲେଶ୍ୱର ରଣା ।

ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଆଗକୁ ନେବାକୁ ସ୍ୱପ୍ନ ଦେଖୁଥିବା ୯ ଯୁବ ପ୍ରତିଭାଙ୍କୁ କେନ୍ଦ୍ରମନ୍ତ୍ରୀ ଖାଲି ସମ୍ବର୍ଦ୍ଧିତ କରିନଥିଲେ, ସେମାନଙ୍କର ସଫଳତା ଓ ରାଜ୍ୟ ପାଇଁ ଦେଖୁଥିବା ସ୍ୱପ୍ନକୁ ପ୍ରଶଂସା କରିଥିଲେ । ନିଜ ଅଭିଭାଷଣରେ କହିଥିଲେ, "ବିଶ୍ୱକଲ୍ୟାଣ ଦିଗରେ ଯୁବଶକ୍ତିଙ୍କ ପ୍ରଚେଷ୍ଟା ହିଁ ଓଡ଼ିଆ ଜାତିର ସ୍ୱପ୍ନ ଓ ସଂକଳ୍ପ ପୂର୍ଣ୍ଣ କରିବ । ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ପେଣ୍ଠସ୍ଥଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶା ହିଁ ହେବ ।" ଭାରତର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ କଥା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ, ‘ସ୍ୱପ୍ନ ଏପରି ଦେଖ, ଯେଉଁ ସ୍ୱପ୍ନ ନିଦ ହଜାଇ ଦେବ’ । ଏହାସହ ଯୁବ ପିଢିଙ୍କର ଉତ୍ସାହ ଓ ଉଦ୍ୟମକୁ ନେଇ କହିଥିଲେ, "‘ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ’, ଓଡିଆ ଜାତିର ଧମନୀରେ ଶୌର୍ଯ୍ୟ ଏବଂ ଓଡ଼ିଆ ଜାତି ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ତେଣୁ ଯୁବ ନେତୃତ୍ୱଙ୍କ ଉପଲବ୍ଧି ଓଡ଼ିଶା ସମେତ ସମଗ୍ର ଦେଶ ଓ ବିଶ୍ୱକୁ ଦିଗଦର୍ଶନ ଦେଖାଇବ । ଓଡ଼ିଶାର ଅତୀତ କେବଳ ଗୌରବମୟ ନୁହେଁ, ବର୍ତ୍ତମାନ ମଧ୍ୟ ସମ୍ଭାବନାମୟ ।"

ତେବେ ଉତ୍କଳ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ‘ଆମେ ଓଡିଆ’କୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ୱର, ମାର୍ଚ୍ଚ ୩୧, ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଅବଧିରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବା ଦିଗରେ ସ୍ୱପ୍ନ ଦେଖିବାକୁ ଓଡ଼ିଶାର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି 'ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା' କାର୍ଯ୍ୟକ୍ରମରେ ଯୋଗଦେଇଥିବା ଓଡ଼ିଶାର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, "ଆସନ୍ତାକାଲି ଉତ୍କଳ ଦିବସ । ମୋ ମନରେ ସନ୍ଦେହ ନାହିଁ, ଆଗାମୀ ୧୩ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବା ବେଳେ ଓଡ଼ିଶାର ରୂପରେଖ କଣ ହେବ । ଓଡିଆ ଯୁବଶକ୍ତିଙ୍କ ଭାବନାକୁ ଦେଖିଲେ ମୋର ବିଶ୍ୱାସ, ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ପେଣ୍ଠସ୍ଥଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଭୂମି ଓଡ଼ିଶା ହିଁ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.