ETV Bharat / state

ପୁଣି ମାନବବାଦ ସଙ୍ଗଠନ କର୍ମୀଙ୍କ ଗୁଣ୍ଡାଗିରି, ୨ ଅଟକ

author img

By

Published : Sep 29, 2021, 6:41 AM IST

କିଛି ଦିନ ପରେ ପୁଣି ସାମ୍ନାକୁ ଆସିଛି ମାନବବାଦ ସଙ୍ଗଠନ କର୍ମୀଙ୍କ ଦାଦାଗିରି । ସଙ୍ଗଠନର ୨ କର୍ମକର୍ତ୍ତାଙ୍କୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ସୀମା ଲଙ୍ଘିଲା ମାନବବାଦ ସଙ୍ଗଠନ କର୍ମୀଙ୍କ ବର୍ବରତା, ୨ ଅଟକ

ଖୋର୍ଦ୍ଧା: କିଛି ଦିନ ପରେ ପୁଣି ସାମ୍ନାକୁ ଆସିଛି ମାନବବାଦ ସଙ୍ଗଠନ କର୍ମକର୍ତ୍ତାଙ୍କ ଗୁଣ୍ଡାଗିରି । ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମରେ ମାନବବାଦ ସଙ୍ଗଠନର ୩ଜଣ କର୍ମୀ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମବାସୀଙ୍କୁ ମାରଣାସ୍ତ୍ର ଧରି ଧମକ ଚମକ ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିବା ବେଳେ ଜଣେ ଘଟଣାସ୍ଥଳରୁ ଖସିଯିବାକୁ ସମର୍ଥ ହୋଇଛି । ଫଳରେ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖି ବେଗୁନିଆ ଥାନା ପୋଲିସକୁ ଖବର ଦେଇଥିଲେ ।

ତେବେ ଘଟଣାସ୍ଥଳରେ ବେଗୁନିଆ ଥାନା ପୋଲିସ ପହଁଞ୍ଚି ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ କୌଣସି ମାରଣାସ୍ତ୍ର ଜବତ ହୋଇନଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.