ETV Bharat / state

ମହାରାଷ୍ଟ୍ରରୁ ଆସି ଓଡ଼ିଆଙ୍କୁ ଚୂନ ଲଗାଇଲେ ଦୁଇ ଭାଇ, ଲୁଟି ନେଲେ ୪ କୋଟି

author img

By

Published : Oct 28, 2022, 7:55 AM IST

ମହାରାଷ୍ଟ୍ରରୁ ଆସି ରାଜଧାନୀବାସୀଙ୍କ ଠାରୁ ୪ କୋଟି ଟଙ୍କା ଠକି ନେଲେ ମହାରାଷ୍ଟ୍ରର ଦୁଇ ଭାଇ । ଖଣ୍ଡଗିରି ଥାନାର ଦ୍ୱାରସ୍ତ ହେଲେ ଠକାମୀର ଶିକାର ହୋଇଥିଲା ଲୋକେ । ଅଧିକ ପଢନ୍ତୁ

ମହାରାଷ୍ଟ୍ରରୁ ଆସି ଓଡ଼ିଆଙ୍କୁ ଚୂନ ଲଗାଇଲେ ଦୁଇ ଭାଇ

ଭୁବନେଶ୍ବର: ମହାରାଷ୍ଟ୍ରରୁ ଆସି ଓଡିଶା ଲୋକଙ୍କୁ ଚୂନ ଲଗାଇଲେ ଦୁଇ ଭାଇ, ବିଭିନ୍ନ ଆଳ ଦେଖାଇ ରାଜଧାନୀବାସୀଙ୍କ ଠାରୁ ଲୁଟିଲେ କୋଟି କୋଟି ଟଙ୍କା(Two Brothers From Maharashtra Dupes 4 cr ) । ପାଖାପାଖି ୫୦ ଜଣଙ୍କଠାରୁ ୪ କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଛନ୍ତି ଦୁଇ ଭାଇ । ଏନେଇ ଥାନାରେ ଅଭିଯୋଗ ପରେ ମହାରାଷ୍ଟ୍ରର ଦୁଇ ଭାଇଙ୍କ କଳାକାରନାମା ପଦାକୁ ଆସିଛି । ଦୁଇ ଭାଇ ହେଉଛନ୍ତି ମହାରାଷ୍ଟ୍ରର ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହା ।

ମହାରାଷ୍ଟ୍ରର ଦୁଇ ଭାଇ
ମହାରାଷ୍ଟ୍ରର ଦୁଇ ଭାଇ

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଭାଇ ସନ୍ଦୀପ ଓ ସଚିନ ରାଜଧାନୀ ଆସି ଠକାମୀର ଜାଲ ବିଛାଇଥିଲେ । କେତେ ବେଳେ ସିସିଟିଭି ତ ଆଉ କେତେବେଳେ ଆପାଟମେଣ୍ଟ ବିକ୍ରି କରିବାକୁ ନେଇ ଅନେକ ଲୋକଙ୍କୁ ଠକିଛନ୍ତି । ସିସିଟିଭି ଲଗାଇବା ଆଳରେ ବିଭିନ୍ନ ଡିଲର ପଏଣ୍ଟରୁ କୋଟିକୋଟି ଟଙ୍କା ଠକି ନେଇଛନ୍ତି ଏହି ଶାହା ବ୍ରଦର୍ସ । ନିକଟରେ ନିଟ ପରୀକ୍ଷା ବେଳେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କହି କୋଟି କୋଟି ଟଙ୍କା ଚଳୁ କରିଥିଲେ । ଏଥିସହ ଡିଲର ପଏଣ୍ଟକୁ ଦେଇଥିବା କୋଟି କୋଟି ଟଙ୍କାର ଚେକ ମଧ୍ୟ ବାଉନ୍ସ ହୋଇଛି । ଚେକ ବାଉନ୍ସ ହେବା ପରେ ୪୦ରୁ ଊର୍ଦ୍ଧ୍ବ ଡିଲର ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଜେପି ବିରୋଧରେ ସଂଗୀନ ଅଭିଯୋଗ ଆଣି ECI ଙ୍କୁ ଭେଟିଲା ବିଜେଡି

ଦୁଇ ଭାଇ ଖଣ୍ଡଗିରିରେ ରହୁଥିବା ବେଳେ ବର୍ତ୍ତମାନ କେଉଁ ଆଡେ ଫେରାର ହୋଇଯାଇଛନ୍ତି । କେବଳ ସିସିଟିଭି ନୁହେଁ, ଲିଜରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ଚଳୁ କରିଦେଇଛନ୍ତି ଦୁଇ ଭାଇ । ଏହାଛଡା ସୁନ୍ଦରପଦାରେ ଥିବା ଆପାର୍ଟମେଣ୍ଟ ବିକିବାକୁ କହି ଅନେକଙ୍କୁ ଠକିଛନ୍ତି ଏହି ଶାହା ବ୍ରଦର୍ସ । ତେବେ ବର୍ତ୍ତମାନ ଦୁଇ ଭାଇ କେଉଁଠି ଅଛନ୍ତି, ସେମାନେ କେବଳ ଓଡିଶାରେ ନା ଅନ୍ୟ ରାଜ୍ୟରେ ବି ଏମିତି ଠକାମିର ଜାଲ ବିଛାଇଥିଲେ, ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ, ପୋଲିସ ତଦନ୍ତ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.