ETV Bharat / state

ଆଜି ପବିତ୍ର ପ୍ରଥମାଷ୍ଟମୀ, ପୋଢୁଆଁ ହେଲେ ଘରର ଜ୍ୟେଷ୍ଠ ସନ୍ତାନ - Prathamastami

ଆଜି ଓଡ଼ିଶାର ପୁର ଠାରୁ ପଲ୍ଲି ପର୍ଯ୍ୟନ୍ତ ଘରେଘରେ ପାଳନ ହେଉଛି ଗଣପର୍ବ ପ୍ରଥମାଷ୍ଟମୀ । ଏହାକୁ ଆନନ୍ଦର ସହ ପାଳନ କରିବା ସହିତ ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ଜାମା ପରିଧାନ କରାଯିବା ସହ ବନ୍ଦାପନା କରାଯାଏ ।

ଆଜି ପବିତ୍ର ପ୍ରଥମାଷ୍ଟମୀ
ଆଜି ପବିତ୍ର ପ୍ରଥମାଷ୍ଟମୀ
author img

By

Published : Dec 8, 2020, 10:50 AM IST

ଖୋର୍ଦ୍ଧା: ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତଥା ପ୍ରଥମାଷ୍ଟମୀ । ଏହି ଅବସରରେ ଓଡିଆ ଘରର ବଡ ପୁଅ କିମ୍ବା ଝିଅମାନେ ନୂଆ ବସ୍ତ୍ର ପିନ୍ଧିଥାନ୍ତି । ଓଡିଆ ପରମ୍ପରାରେ ମାତୃକୂଳର ଏକ ସ୍ବତନ୍ତ୍ର ଭୂମିକା ରହିଛି । ନୂଆ ବସ୍ତ୍ର ସହ ପାଦରେ ଅଳତା, ମଥାରେ ଚନ୍ଦନ କୁକୁମର ତିଲକ ଲଗାଇ ସନ୍ତାନର ଦୀର୍ଘାୟୁ କାମନା କରନ୍ତି ପରିବାର ଲୋକ । ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର ।

ପୋଢୁଆଁ ହେଲେ ଘରର ଜ୍ୟେଷ୍ଠ ସନ୍ତାନ

ଆଜି ଓଡ଼ିଶାର ପୁର ଠାରୁ ପଲ୍ଲି ପର୍ଯ୍ୟନ୍ତ ଘରେଘରେ ପାଳନ ହେଉଛି ଗଣପର୍ବ ପ୍ରଥମାଷ୍ଟମୀ । ଏହାକୁ ଆନନ୍ଦର ସହ ପାଳନ କରିବା ସହିତ ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ନୂଆ ଜାମା ପରିଧାନ କରାଯିବା ସହ ବନ୍ଦାପନା କରାଯାଏ।

ଏହାସହ ଘରେଘରେ ପ୍ରସ୍ତୁତ ହୋଇଥାଏ ସ୍ବତନ୍ତ୍ର ହଳଦି ପତ୍ରର ଏଣ୍ଡୁରି ପିଠା ଓ ବିଭିନ୍ନ ପ୍ରକାର ମିଷ୍ଟାନ୍ନ । ଯାହାର ବାସ୍ନାରେ ପୁରିଉଠେ ଘରର ଅଗଣା । ଏହାସହ ମାମୁଁଘରୁ ମଧ୍ୟ ପ୍ରଥମାଷ୍ଟମୀ ଭାର ଆସି ବଡ ଭଇଜା, ଭାଣୀଜୀଙ୍କୁ ପଢୁଆଁ କରାଯାଏ ।

ପ୍ରତିବର୍ଷ ଆଜିର ଦିନରେ ଶ୍ରୀମନ୍ଦିରରରେ ବଡ ଠାକୁରଙ୍କ ମଧ୍ୟ ପୋଢୁଆଁ ହୁଅନ୍ତି । ପିଲାମାନେ ନୂଆ ଡ୍ରେସ ପିନ୍ଧି ପିଠା ଓ ମିଠା ଖାଇ ଏହି ଦିନକୁ ପାଳନ କରୁଥିବାରୁ ବେସ୍‌ ଖୁସି ଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.