ଖୋର୍ଦ୍ଧା: କୋଟାୟମ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ ସୋମବାର ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚିଛି । ଏଥିରେ 5ଟି ଜିଲ୍ଲାରୁ 191 ଜଣ ପ୍ରବାସୀ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ବଲାଙ୍ଗୀରରୁ 14, ବୌଦ୍ଧରୁ 3, ଖୋର୍ଦ୍ଧାରୁ 42,ନୟାଗଡରୁ 107 ଏବଂ ପୁରୀରୁ 25 ପ୍ରବାସୀ ଫେରିଛନ୍ତି ।
ଷ୍ଟେସନରେ ସେମାନଙ୍କ ଥର୍ମାଲ ସ୍କିନିଙ୍ଗ, ପଞ୍ଜୀକରଣ ଏବଂ ଡାହାଣ ହାତରେ ଷ୍ଟାମ୍ପ୍ ମରାଯାଇ ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ