ETV Bharat / state

Tiger Skin Seized: ଚାଲିଥିଲା ଡିଲ୍, ମାଡିବସିଲା STF

author img

By

Published : May 25, 2023, 9:43 PM IST

Updated : May 26, 2023, 1:06 PM IST

ରାୟଗଡା-କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରୁ ବାଘଛାଲ ଜବତ ହୋଇଛି । ୩ ଟି କଲରା ପତରିଆ ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି STF । ଅଧିକ ପଢନ୍ତୁ

୩ଟି ବାଘଛାଲ ଜବତ
୩ଟି ବାଘଛାଲ ଜବତ

Tiger Skin Seized

ଭୁବନେଶ୍ବର/ରାୟଗଡା: ଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ । ରାୟଗଡା-କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥରୁ ଜବତ ହୋଇଛି ୩ ଟି ବାଘଛାଲ । ସୂଚନା ଅନୁସାରେ ରାୟଗଡା ସହରର ସିରିଗୁଡା ସ୍ବର୍ଗଧାମ ଛକ ନିକଟ ଜାତୀୟ ରାଜପଥ ନିକଟରେ ବାଘଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ସେହି ସମୟରେ ଖବର ପାଇ STF ସେଠାରେ ପହଞ୍ଚିଥିଲା । ବାଘଛାଲ ବିକ୍ରି ପାଇଁ ମୂଲଚାଲ ହେଉଥିବାବେଳେ ଜଣେ ଅପରାଧୀକୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିବାବେଳେ ଅନ୍ୟ ଜଣେ ଚାଲାଣକାରୀ ଖସି ପଳାଇବାରେ ସକ୍ଷମ ହୋଇଛି ।

ସେମାନଙ୍କ ନିକଟରୁ ୩ ଟି କଲରା ପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ। ବାଘଛାଲ ଚାଲାଣ କରୁଥିବା ଅଭିଯୁକ୍ତ ଜଣକ ହେଉଛି ରାୟଗଡା ଅନ୍ତର୍ଗତ ଟିକିରିର ଡମ୍ବରୁଧର ମାଝୀ । ଅଭିଯୁକ୍ତକୁ ଗିରଫ କରାଯିବା ପରେ ରାୟଗଡା SDJM କୋର୍ଟରେ ହାଜର କରାଯାଇଛି । Wild life protection act ୧୯୭୨ କେସ ନମ୍ବର ୧୨ ଅନୁଯାୟୀ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି । ଏହାସହ ଛାଲକୁ ଜୈବିକ ପରୀକ୍ଷା ପାଇଁ ଡେରାଡୁନକୁ ପଠାଯାଇଛି । ସେପଟେ ୨୦୨୦ରୁ ବନ୍ୟପ୍ରାଣୀ ଶିକାରକୁ ମୂଳତ୍ପାଟନ କରିବା ଦିଗରେ ଆକ୍ସନ ମୋଡ଼ରେ ରହିଛି STF । ହେଲେ ପୋଲିସ ଆଖିରେ ଧୂଳି ଦେଇ ବେଆଇନ ଭାବେ ଚାଲାଣ କରୁଛନ୍ତି ଚାଲାଣକାରୀ । ବାରମ୍ବାର ବାଘଛାଲରୁ ଆରମ୍ଭ କରି ହାତୀ ଦାନ୍ତ ଭଳି ମୂଲ୍ୟବାନ ପଦାର୍ଥ ଚାଲାଣ ହେଉଥିବା ଅଭିଯୋଗ ଆସୁଛି ।

ତେବେ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ୪୦ ଟି କଲରାପତରିଆ ବାଘ ଛାଲ ଓ ୨ ଟି ମହାବଳ ବାଘ ଛାଲ ଜବତ ହୋଇଛି । ଏହାସହ 22ଟି ବଜ୍ରକାପ୍ତା ଉଦ୍ଧାର ହୋଇଥିବାବେଳେ ୩୭ କେଜି ବଜ୍ରକାପ୍ତା କାତି ଆଦି ଜବତ ହୋଇଥିବା ଜଣାପଡିଛି । ସେହିପରି ୮ଟି ହରିଣ ଛାଲ ମଧ୍ୟ ଜବତ ହୋଇଥିବା ନଜିର ରହିଛି । ଘଟଣାରେ ସଂପୃକ୍ତ ୧୧୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସଟିଏଫ ଏସପି ସୂଚନା ଦେଇଛନ୍ତି ।

ଏ ସମ୍ପର୍କିତ ୭୫ଟି କେସ ମଧ୍ୟ ରୁଜୁ କରିଛି ସ୍ପେଶାଲ ଟାସ୍କଫୋର୍ସ । ତେବେ ଏଭଳି ଚୋରା ଚାଲାଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ STF ପକ୍ଷରୁ ଅପରେସନ ଜାରି ରହିଛି । ହେଲେ ସମସ୍ତ ନିୟମକୁ ବେଖାତିର କରି ବେଧଡକ ଭାବେ ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି । ଏଭଳି ଅପରାଧ ଉପରେ ରୋକ୍ ଲଗାଇବା ନିମନ୍ତେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର/ ରାୟଗଡା

Last Updated : May 26, 2023, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.