ETV Bharat / state

ଲୋକସଭାରେ କିଏ କାହାକୁ ସମର୍ଥନ ଦେବାକୁ ବାଧ୍ୟ ନୁହଁନ୍ତି: ବଳଭଦ୍ର ମାଝୀ - ବଳଭଦ୍ର ମାଝୀ

ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟରେ ବଳଭଦ୍ର କହିଛନ୍ତି ଲୋକସଭାରେ କିଏ କାହାକୁ ସମର୍ଥନ ଦେବାକୁ ବାଧ୍ୟ ନୁହଁନ୍ତି। ବିଜେଡିର ସାଂସଦ ଲୋକସଭାରେ ଏନଡିଏକୁ ସମର୍ଥନ ଦେଇଛନ୍ତି। ସେଥିପାଇଁ ସେମାନେ ଯେ ସ୍ଵାର୍ଥପର ତାହା କହିବା ଭୁଲ। ଯେଉଁ ଦଳଗୁଡିକ ଅଭିଯୋଗ ଆଣିଛନ୍ତି। ସେମାନେ କଣ ସ୍ବାର୍ଥପର ନୁହଁନ୍ତି। ଅଧିକ ପଢନ୍ତୁ

ବଳଭଦ୍ର ମାଝୀ
ବଳଭଦ୍ର ମାଝୀ
author img

By

Published : Aug 8, 2023, 10:53 PM IST

ଭୁବନେଶ୍ବର: ଲୋକସଭାରେ ବିଭିନ୍ନ ସମୟରେ ବିଧେୟକ ଆସିଥାଏ। ରାଜନୈତିକ ଦଳ ବିଭିନ୍ନ ବିଲକୁ ନିଜ ବିଚାରଧାରା ଓ ଦେଶ ହିତ ଦୃଷ୍ଟିରୁ ସମର୍ଥନ କରିଥାଆନ୍ତି। କିନ୍ତୁ କିଛି ଦଳ ଅଛନ୍ତି ନିଜର ସ୍ବାର୍ଥ କଥା ହିଁ ଚିନ୍ତା କରନ୍ତି। ଦେଶର ହିତ କଥା କୌଣସି ପରିସ୍ଥିତିରେ ଚିନ୍ତା କରନ୍ତିନାହିଁ। ବିଗତ ଦିନରେ ଅନେକ ଉଡାହରଣ ରହିଛି। ତିନି ତଲାକ, ୩୭୦ ଧାରା ଉଚ୍ଛେଦ ଭଳି ଘଟଣାରେ କିଛି ଦଳ ଵିରୋଧ କରିଥିଲେ। ଯାହାର କିଛି ମାନେ ନାହିଁ। ଗତକାଲି ସଂସଦରେ ସ୍ବାର୍ଥପର କହି ନବୀନ ପଟ୍ଟନାୟକଙ୍କୁ ଟାର୍ଗଟେ କରିଥିଲେ ଟିଏମସି ସାଂସଦ । ଏହାର ପ୍ରତିକ୍ରିୟାରେ ବିଜେପି ନେତା ବଳଭଦ୍ର ମାଝୀ ଆଜି ଏହା କହିଛନ୍ତି ।

ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟରେ ବଳଭଦ୍ର କହିଛନ୍ତି ଲୋକସଭାରେ କିଏ କାହାକୁ ସମର୍ଥନ ଦେବାକୁ ବାଧ୍ୟ ନୁହଁନ୍ତି। ବିଜେଡିର ସାଂସଦ ଲୋକସଭାରେ ଏନଡିଏକୁ ସମର୍ଥନ ଦେଇଛନ୍ତି। ସେଥିପାଇଁ ସେମାନେ ଯେ ସ୍ଵାର୍ଥପର ତାହା କହିବା ଭୁଲ। ଯେଉଁ ଦଳଗୁଡିକ ଅଭିଯୋଗ ଆଣିଛନ୍ତି। ସେମାନେ କଣ ସ୍ବାର୍ଥପର ନୁହଁନ୍ତି। ବ୍ୟକ୍ତିଗତ ଭାବରେ ସେମାନେ ବି ସ୍ଵାର୍ଥପର। ସେମାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଅଛି। ବିରୋଧୀଙ୍କ ଅଭିଯୋଗ ସ୍ଵାର୍ଥପର। ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଲୋକସଭାରେ ଏନଡିଏକୁ ସମର୍ଥନ ଜଣାଇଛି। ଏଥିରେ ଦେଶର ସ୍ଵାର୍ଥ ଅଛି। ତେବେ ଏଥିରେ ନବୀନ ବାବୁଙ୍କର କେତେ ସ୍ୱାର୍ଥ ଅଛି ତାହା କହି ହେବ ନାହିଁ।

ନିଜ ନିଜର ରାଜନୈତିକ ପତିଆରା ବଞ୍ଚେଇ ରଖିବା ପାଇଁ ନିଜର ରାଜନୈତିକ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ବିରୋଧୀ ଏଭଳି କହୁଛନ୍ତି । ଦଳଗୁଡିକ ଯେତିକି ଭ୍ରଷ୍ଟାଚାର କରିଛନ୍ତି ସେଥିରୁ ବଞ୍ଚିବା ପାଇଁ ଏଭଳି ଉପାୟ ସେମାନେ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥାତ ବିଜେଡି ସେମାନଙ୍କ ଗୋଷ୍ଠୀକୁ ଯାଉ ନାହାନ୍ତି। ନବୀନ ବାବୁ ହିଁ ତାର ଉତ୍ତର ଦେବେ। କିନ୍ତୁ ଏନଡିଏକୁ ବିଜେଡି ସମର୍ଥନ କରିବା ଏହାକୁ ନେଇ ପ୍ରଶ୍ନ ଉଠାଇବା ଠିକ ନୁହେଁ।

ସେହିପରି ଅମିତ ଶାହା ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ବିଜେପିରେ କୌଣସି ଦ୍ଵନ୍ଦ ନାହିଁ। ବିଜେପି ଏକ ଜାତୀୟ ଦଳ। ଆଉ ବିଜେଡି ହେଉଛି ଆଞ୍ଚଳିକ ଦଳ। ସଂଘୀୟ ଵ୍ୟଵସ୍ଥା ଅନୁସାରେ ଯେତେ କେନ୍ଦ୍ରୀୟ ଯୋଜନା ରାଜ୍ୟ ମାଧ୍ୟମରେ ହିଁ କାର୍ଯ୍ୟକାରୀ ହୁଏ। ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ରହିବେ। ଗୃହମନ୍ତ୍ରୀଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ରହିବେ। ଏହାକୁ ନେଇ ବିଜେପି ଦ୍ଵନ୍ଦରେ ନାହିଁ। ଏପରିକି ଦଳର ଆଭିମୁଖ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇ ନାହିଁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.