ETV Bharat / state

Train Accident: ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଲକ୍ଷ୍ୟ, ପହଞ୍ଚିଲା ସ୍ବତନ୍ତ୍ର ଡାକ୍ତରୀ ଦଳ

author img

By

Published : Jun 4, 2023, 5:57 PM IST

Updated : Jun 4, 2023, 7:14 PM IST

ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ନେଇ ଦିଲ୍ଲୀ ଏମ୍ସରୁ ପହଞ୍ଚିଲା ସ୍ବତନ୍ତ୍ର ଡାକ୍ତରୀ ଟିମ । ଅଧିକ ପଢନ୍ତୁ

Aiims BHUBANESWAR
Aiims BHUBANESWAR
Train Accident: ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଲକ୍ଷ୍ୟ, ଦିଲ୍ଲୀରୁ ଆସିଲେ ସ୍ବତନ୍ତ୍ର ଡାକ୍ତରୀ ଦଳ

ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ସେମାନଙ୍କୁ କିପରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଦିଲ୍ଲୀ ଏମ୍ସରୁ 17 ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଦଳ ରବିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି । ଦିଲ୍ଲୀ ଏମ୍ସ, ଲୋହିଆ ଏବଂ ଲେଡି ହାର୍ଡିଂ ହସ୍ପିଟାଲରୁ ଏହି ସ୍ଵତନ୍ତ୍ର ଟିମ ଆସିଥିବା ନେଇ ସୂଚନା ମିଳିଛି ।

ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ ଯାଇ ତଦାରଖ କରିବ ଏହି ଟିମ । ଦିଲ୍ଲୀ ଏମ୍ସ, ଲୋହିଆ ଏବଂ ଲେଡି ହାର୍ଡିଂ ହସ୍ପିଟାଲରୁ ଆସିଛନ୍ତି ସ୍ଵତନ୍ତ୍ର ଟିମ । ମୃତଦେହ ସଂରକ୍ଷଣ ପାଇଁ ସ୍ଵତନ୍ତ୍ର ଭାବେ ଦିଲ୍ଲୀ ଏମ୍ସର ଆନାଟୋମି ଟିମ ଆସି ପହଞ୍ଚିଛି । ମୃତଦେହ ସଂରକ୍ଷଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଇବାକୁ ଏହି ଟିମ ଆସିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା । ସେ କହିଛନ୍ତି, " ଟ୍ରେନ ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଶ୍ରେଷ୍ଠ ଚିକିତ୍ସା ଆବଶ୍ୟକ ରହିଛି । ଏଥିପାଇଁ ଦିଲ୍ଲର Rml, ଲେଡି ହାର୍ଡିଂ ଏବଂ ଏମ୍ସ ହସ୍ପିଟାଲରୁ ବରିଷ୍ଠ ଡାକ୍ତରଙ୍କ ସହ ଏକ ଏକ୍ସପର୍ଟ ଟିମ ଆସିଛନ୍ତି।"

ଏହା ବି ପଢନ୍ତୁ- ମୃତଦେହ ସଂରକ୍ଷଣରେ ସହଯୋଗ ଲାଗି ଆସିଛନ୍ତି ଏକ୍ସପର୍ଟ: ମୁଖ୍ୟ ଶାସନ ସଚିବ

ତେବେ ଦିଲ୍ଲୀରୁ 17 ଜଣିଆ ଡାକ୍ତରୀ ଟିମ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିବା ରୋଗୀଙ୍କୁ ଚିକିତ୍ସାରେ ସହଯୋଗ କରିବେ । ଏହାସହ ମୃତ ଶରୀର ଚିହ୍ନଟ ପ୍ରକ୍ରିୟାରେ ମଧ୍ୟ ସହଯୋଗ କରିବେ । ଅତ୍ୟାଧୁନିକ ଉପକରଣ ଓ ଆବଶ୍ୟକୀୟ ଔଷଧ ସହ ଏହି ଏକ୍ସପର୍ଟ ଟିମ ଭୁବନେଶ୍ବରରେ ପହଞ୍ଚିଥିବା ନେଇ ସୂଚନା ମିଳିଛି। ମୃତଦେହକୁ ଏମ୍ସ, କ୍ୟାପିଟାଲ, କିମ୍ସ, ଆମ୍ରି, ସମ ହସ୍ପିଟାଲରେ ରଖାଯାଇଛି । ବିଭିନ୍ନ ମୃତଦେହ ରଖାଯାଉଥିବା ଗୃହରେ ମୃତ ଯାତ୍ରୀଙ୍କ ମର ଶରୀରକୁ ରଖାଯାଇଛି । ଅଧିକ ସମୟ ଧରି ଏହି ମୃତଦେହ ସଂରକ୍ଷଣ ଲାଗି ଏକ୍ସପର୍ଟ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦ୍ରରୁ ଏହି ଟିମ ଆସିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ସୂଚନା ଥାଉ କି ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 275 ରହିଛି । ପୂର୍ବରୁ ଗଣନାରେ ତ୍ରୁଟି ଯୋଗୁଁ ମୃତକଙ୍କ ସଂଖ୍ୟା 288 କୁହାଯାଉଥିଲା । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଃ ଗଣନା କରାଯାଇଥିଲା । ଏହାପରେ ମୃତ୍ୟୁ ସଂଖ୍ୟା 275 ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ମୃତକଙ୍କ ଚିହ୍ନଟ ଲାଗି ଓଡ଼ିଶା ସରକାର 3ଟି ୱେବସାଇଟରେ ମୃତକଙ୍କ ଫଟୋ ମଧ୍ୟ ଜାରି କରିଛନ୍ତି । ଯାହାଦ୍ବାରା ପରିବାର ସେମାନଙ୍କ ସମ୍ପର୍କୀୟଙ୍କୁ ଚିହ୍ନିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 4, 2023, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.