ETV Bharat / state

ପ୍ରେମରେ ବିଫଳତା ଦେଖାଉଛି ଆତ୍ମହତ୍ୟାର ବାଟ ! ବର୍ଷକରେ 48% ଆତ୍ମହତ୍ୟା ବୃଦ୍ଧି - ମାନସିକ ଚାପ ଗଡୁଛି ମୁଣ୍ଡ

ବଢୁଛି ମାନସିକ ଚାପ, ଗଡୁଛି ମୁଣ୍ଡ । କେତେବେଳେ ପ୍ରେମରେ ବିଫଳ ତ, ପୁଣି କେତେବେଳେ ଅବସାଦ । ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଆତ୍ମହତ୍ୟା ଜନିତ ସଂଖ୍ୟା । ଅଧିକ ପଢ଼ନ୍ତୁ

suicide death rates in bhubaneswar
ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା ସଂଖ୍ୟା
author img

By

Published : Apr 18, 2023, 10:21 PM IST

ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା ସଂଖ୍ୟା

ଭୁବନେଶ୍ବର: ଦିନକୁ ବଢିବାରେ ଲାଗିଛି ଆତ୍ମହତ୍ୟା । ଅବସାଦ ଦେଖାଉଛି ଆତ୍ମହତ୍ୟାର ବାଟ । ବିଶେଷ କରି ଯୁବପିଢି ଏହାର ଶିକାର ହେଉଛନ୍ତି । କ୍ୟାରିୟର ଗଢିବାକୁ ଘର ଛାଡ଼ି ଆସିଥିବା ଯୁବକ, ଯୁବତୀ ପ୍ରେମରେ ପଡୁଛନ୍ତି । ସମ୍ପର୍କରେ ତିକ୍ତତା ଆସିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ପ୍ରତିଦିନ ଆତ୍ମହତ୍ୟା ଜନିତ ଘଟଣା ଶୁଣିବାକୁ ମିଳୁଛି । ଯାହାର ଜ୍ବଳନ୍ତ ଉଦାହରଣ ସାଜିଛି ରାଜଧାନୀ ଭୁବନେଶ୍ବର । ନିକଟ ଅତୀତରେ ବହୁ ଆତ୍ମହତ୍ୟା ଘଟିଥିବାବେଳେ ବିଗତ ତିନି ଦିନରେ ଗଲାଣି ଦୁଇ ଛାତ୍ରୀଙ୍କ ଜୀବନ ।

ଗତ ୧୭ ତାରିଖ ଅପରାହ୍ନରେ ଚନ୍ଦକା ଥାନା ଅଞ୍ଚଳ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଓଲ୍ଡ ଟାଉଲ ନିବାସୀ ଅର୍ଚ୍ଚନା ଦାସ । ସେ ବିଏସସି ଡାଟା ସାଇନ୍ସର ଦ୍ବିତୀୟ ବର୍ଷର ଛାତ୍ରୀ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରେମ ଚାପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେହିଭଳି ଗତ ୧୫ ତାରିଖରେ ଇନଫୋସିଟି ଥାନା ନନ୍ଦନ ବିହାରରେ ରହୁଥିବା କିଟ ୟୁନିଭର୍ସିଟିର ପିଏଚଡି ଛାତ୍ରୀ ତଥା ୟୁପି ନିବାସୀ ନିକିତା ତିଓ୍ବାରୀଙ୍କ ଭଡ଼ାଘରୁ ମୃତଦେହ ଉଦ୍ଧାର ହୋଇଛି ।

ରାଜଧାନୀରେ ବଢୁଥିବା ଆତ୍ମହତ୍ୟା ପ୍ରବଣତା ନେଇ ଏବେ ଚିନ୍ତା ପ୍ରକଟ ହୋଇଛି । ଗତ ମାର୍ଚ୍ଚ ୯ ତାରିଖରେ ଏୟାରଫିଲ୍ଡ ଥାନା ଜାମୁକୋଳିରେ ଜଣେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ଜାଭିୟର କଲେଜ ଅଫ ନର୍ସିଂ ଛାତ୍ରୀ ବଲାଙ୍ଗୀର ନିବାସି କୁନି ଆର୍ଥିକ ସ୍ଥିତି ନେଇ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ମାର୍ଚ୍ଚ ୨୯ ତାରିଖରେ ସହିଦନଗର ଥାନା ରମାଦେବୀ ବିଶ୍ବବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ମହାନ୍ତି ହଷ୍ଟେଲ ରୁମରେ ନିଜ ଜୀବନ ହାରିଥିଲେ ।

ଚାପଗ୍ରସ୍ତରେ ରହୁଥିବା ଯୁବପିଢି କିପରି ସଚେତନ ହେବେ ସେନେଇ ମାନସିକ ବିଶେଷଜ୍ଞ ମତ ଦେଇଛନ୍ତି । ସେ କହିଛନ୍ତି," ରାଜଧାନୀର ଆତ୍ମହତ୍ୟାର ରିପୋର୍ଟ ଦେଖିଲେ ବର୍ଷକ ମଧ୍ୟରେ ୪୮ ପ୍ରତିଶତ ଆତ୍ମହତ୍ୟା ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡିଛି । ଦୁର୍ବଳ ମାନସିକ ବ୍ୟକ୍ତିତ୍ବର ଲୋକମାନେ ଏକୁଟିଆ ରୁହନ୍ତୁ ନାହିଁ । ଦାୟିତ୍ବବାନ ଲୋକଙ୍କ ସହ କଥା ହୁଅନ୍ତୁ । ସୋସିଆଲ ମିଡ଼ିଆରୁ ଦୂରେଇ ରୁହନ୍ତୁ । " କମିଶନରେଟ ପୋଲିସର‌ ତଥ୍ୟ କହୁଛି, ଭୁବନେଶ୍ୱରରେ ଗତ ୨୦୧୭ରେ ୨୩୧ ଜଣ, ୨୦୧୮ରେ ୨୨୪ ଜଣ, ୨୦୨୦ରେ ୩୧୯ ଜଣ , ୨୦୨୧ରେ ୨୮୨ ଜଣ, ୨୦୨୨ରେ ୪୧୭ ଜଣଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ଫଳରେ ବିଗତ ବର୍ଷ ତୁଳନାରେ ଗତବର୍ଷ ୪୮ ପ୍ରତିଶତ ବୃଦ୍ଧି ପାଇଛି । ଏବେ ୨୦୨୩ର ଆତ୍ମହତ୍ୟା ଟ୍ରେଣ୍ଡ ମଧ୍ୟ ଚିନ୍ତାର ବିଷୟ ପାଲଟିଛି ।

ସେହିପରି ସାରା ରାଜ୍ୟର ଆତ୍ମହତ୍ୟା ରିପୋର୍ଟ ମଧ୍ୟ ଚକିତ କଲା ଭଳି ରହିଛି। ଓଡ଼ିଶା ପୋଲିସର ତଥ୍ୟ କହୁଛି, ୨୦୨୦ମସିହାରେ ୫୪୮୨ ଜଣଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବାବେଳେ ୨୦୨୧ରେ ୫୬୪୯ ଜଣ ଏବଂ ୨୦୨୨ରେ ୬୧୪୦ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟରୁ ଜଣାପଡିଛି ୨୦୨୦ ତୁଳନାରେ ୨୦୨୧ରେ ୩ପ୍ରତିଶତ ଆତ୍ମହତ୍ୟା ବୃଦ୍ଧି ହୋଇଥିଲା । ୨୦୨୧ ତୁଳନାରେ ୨୦୨୨ରେ ୮୬ପ୍ରତିଶତ ଆତ୍ମହତ୍ୟା ସଂଖ୍ୟା ବଢ଼ିଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.