ETV Bharat / state

ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ, ସ୍ପଷ୍ଟ କଲେ DCP - ବହୁ ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା

ବହୁ ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା କହିଛନ୍ତି ଭୁବନେଶ୍ବର ଡିସିପି । ଅଧିକ ପଢ଼ନ୍ତୁ

subhalaxmi death case
ବହୁ ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା
author img

By

Published : Aug 11, 2023, 8:15 PM IST

ବହୁ ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଦିନକୁ ଦିନ ସସପେନ୍ସ ବଢ଼ିବାରେ ଲାଗିଛି । ଏହା ହତ୍ୟା ନା ଆତ୍ମହତ୍ୟା ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସେ ସୂଚନା ଦେଇଛନ୍ତି । ହୋଟେଲର ସିସିଟିଭି ଯାଞ୍ଚ କରାଯାଉଛି । ଆତ୍ମହତ୍ୟା ପଛରେ ଆଉ କାହାର ହାତ ଅଛି ନା ନାହିଁ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ଡିସିପି ।

ଏହା ମଧ୍ୟ ପଢ଼ନ୍ତୁ: Subhalakshmi Death Mystery: ସିସିଟିଭିରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ, ସନ୍ଦେହ ଘେରରେ ହୋଟେଲ ଓ କର୍ମଚାରୀ

ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେ ମାନସିକ ଚାପରେ ରହୁଥିବାର ପୋଲିସ କହିଛି । ଶୁଭଲକ୍ଷ୍ମୀଙ୍କ ସିଡିଆର ରିପୋର୍ଟ ପୋଲିସ ପାଇଛି । ହେଲେ ସେଥିରୁ କୌଣସି ତଥ୍ୟ ମିଳିନାହିଁ । ଏହି ଘଟଣାରେ କାହାର ସମ୍ପୃକ୍ତି ଥିବା ନେଇ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଏନେଇ ଡିସିପି କହିଛନ୍ତି, "ଦୀପାଳି ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି । ଶୁଭଲକ୍ଷ୍ମୀ କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି । ଅଧିକ ତଥ୍ୟ ପାଇଁ ପରିବାର ସହ ବନ୍ଧୁ, ବାରର କର୍ମଚାରୀଙ୍କୁ ପଚରାଉଚରା ଚାଲିଛି । ମାନସିକ ଚାପର କଣ ସବୁ କାରଣ ହେଇପାରେ ସେସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ସେହିପରି ସୋସିଆଲ ମିଡ଼ିଆରେ କାହା କାହା ସହ ସେ କଥା ହୋଇଛନ୍ତି, ସେ ସବୁର ତଦନ୍ତ କରାଯାଉଛି । ଭାଇରଲ ଭିଡିଓକୁ ତଦନ୍ତ ପରିସର କରାଯାଉଛି । ଭାଇରାଲ ଭିଡିଓ କାହାର କିଏ ଭାଇରଲ କରୁଛି ସେ ଦିଗରେ ମଧ୍ୟ ଯାଞ୍ଚ ଚାଲିଛି ।" ସେପଟେ ପୁରୁଷ ବନ୍ଧୁ ଅନିଲକୁ ତଦନ୍ତ ପରିସର ଭୁକ୍ତ କରଯାଇଛି ବୋଲି କହିଛନ୍ତି ଡିସିପି ।

ଏହା ମଧ୍ୟ ପଢ଼ନ୍ତୁ: ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ବାର୍‌ ଗାର୍ଲ ସିଣ୍ଡିକେଟ୍‌ ! ଲୁଚି ଯାଉଛି ଅସଲ ସତ, ବାଟବଣା ପୋଲିସ

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଘଟଣାସ୍ଥଳକୁ ପୋଲିସ ଟିମ ଯାଇ ସମସ୍ତ ପ୍ରକାର ଯାଞ୍ଚ କରିଛି । ହେଲେ ଘଟଣାସ୍ଥଳରୁ ଆତ୍ମହତ୍ୟା ସମ୍ପର୍କିତ କୌଣସି ସନ୍ଦେହ ଜନକ ତଥ୍ୟ ମିଳିନଥିବା କହିଛନ୍ତି ଡିସିପି । ତେଣୁ ଅଧିକ ତଥ୍ୟ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ସିସିଟିଭିରୁ ସେଦିନର ଘଟଣାକୁ ନେଇ ହୋଟେଲ କର୍ମଚାରୀଙ୍କ ବୟାନ ମଧ୍ୟ ମ୍ୟାଚ କରୁଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.