ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (OPSC)ଙ୍କ ଦ୍ବାରା ଆୟୋଜିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ASO) ପଦବୀ ପାଇଁ ସୋମବାର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଫଳ ପ୍ରକାଶ ପରେ ଆରମ୍ଭ ହୋଇଛି ବିବାଦ। ତ୍ରୁଟି ପୂର୍ଣ୍ଣ ପ୍ରଶ୍ନ ସହ ଗୋଟିଏ ପ୍ରଶ୍ନ ଦୁଇଥର ଆସିଥିବାର ଅଭିଯୋଗ କରିଛନ୍ତି ପରୀକ୍ଷା ଦେଇଥିବା ଆଶାୟୀ ଛାତ୍ରଛାତ୍ରୀ । ଆଶାୟୀ ପରୀକ୍ଷାର୍ଥୀ କଟ ଅଫ ଏବଂ ଉତ୍ତର ଖାତାକୁ ଡିଜିଟାଲ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରିବାକୁ ଦାବି କରିଛନ୍ତି ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ପ୍ରକ୍ରିୟାରେ ଚୟନ କରାଯାଇଛି ସେଥିରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ଆଶାୟୀ ପରୀକ୍ଷାର୍ଥୀ କଟ ଅଫ ଏବଂ ଉତ୍ତର ଖାତାକୁ ଡିଜିଟାଲ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରିବାକୁ ଦାବି କରିଛନ୍ତି । ଓପିଏସିରେ ବଡ଼ ଧରଣର ଦୁର୍ନୀତି ହୋଇଥିବାର ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି ଏଏସଓ ପରୀକ୍ଷା ଦେଇଥିବା ଆଶାୟୀ ଛାତ୍ରଛାତ୍ରୀ । ଗତକାଲି ଏଏସଓ ପଦବୀ ପାଇଁ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ୧୧୦୪ ଜଣ ଲିଷ୍ଟ ଆସିଥିଲା ।
ଏହା ବି ପଢନ୍ତୁ- ଚନ୍ଦ୍ର ଗ୍ରହଣ: ନିର୍ଦ୍ଧାରିତ ସମୟରେ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
ଅଭିଯୋଗ ଆଧାରରେ କେଉଁ ପରୀକ୍ଷାର୍ଥୀଙ୍କର କେତେ ରାଙ୍କ ରହିଛି ତାହାର ଉତ୍ତର ଖାତା ସର୍ବସାଧାରଣରେ ପ୍ରକାଶ କରିବା ସହ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇନାହାନ୍ତି ସେମାନଙ୍କର ରାଙ୍କ କେତେ ରହିଛି ତାହା ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ମୁଖ୍ୟ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ଅନେକ ପିଲାମାନେ ପରୀକ୍ଷା ନଦେଇ ମଧ୍ୟ ଲିଷ୍ଟରେ ସେମାନଙ୍କର ନାମ ରହିଛି । ଯାହା ଫଳରେ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦିଅନ୍ତୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ମୁଖ୍ୟମନ୍ତ୍ରୀ ପିଲାଙ୍କୁ ଭେଟି ସେମାନଙ୍କର ଅଭିଯୋଗ ଗ୍ରହଣ କରନ୍ତୁ । ଏହା ସହ ସମାଧାନ ମଧ୍ୟ କରନ୍ତୁ । ତେବେ ପିଲାମାନେ ଜାଣିପାରିବେ ଯେ କେଉଁଠି ଭୁଲ ରହିଛି ବା ଠିକ ରହିଛି ବୋଲି କହିଛନ୍ତି ଆଶାୟୀ ପରିକ୍ଷାର୍ଥୀ । ସୂଚନା ଅନୁଯାୟୀ, ଗତକାଲି ଓଡି଼ଶା ଲୋକସଭା ଆୟୋଗ ଦ୍ଵାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୧୧୦୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏହି କୃତକାର୍ଯ୍ୟ ହୋଇଥିବା ଏହି ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ଆସନ୍ତା ୧୧ ତାରିଖରୁ ୧୮ ତାରିଖ ମଧ୍ୟରେ କରାଯିବ ।
ଯଦି କୌଣସି ପରୀକ୍ଷାର୍ଥୀ ଡକ୍ୟୁମେଣ୍ଟ ଯାଞ୍ଚରେ ସଫଳ ନହୁଅନ୍ତି ତେବେ ସେମାନଙ୍କର ପ୍ରାର୍ଥୀତ୍ଵକୁ ବାତିଲ କରାଯିବ। ଏହା ସହ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆସନ୍ତା ୨୭ ତାରିଖରେ କରାଯାଇପାରେ ବୋଲି ଅପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ୭୯୬ ଏଏସଓ ପଦ ନିଯୁକ୍ତି ପାଇଁ ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା।
ଇଟିଭି ଭାରତ, ଭୁବନେଶ୍ବର