ETV Bharat / state

ଶକ୍ତି ମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼, ଲଣ୍ଠନ ଓ ବିଞ୍ଚଣା ଧରି ଛାତ୍ର କଂଗ୍ରେସର ପ୍ରତିବାଦ

author img

By

Published : Jun 12, 2023, 4:04 PM IST

ବିଦ୍ୟୁତ କାଟ ପ୍ରସଙ୍ଗରେ ଶକ୍ତି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ବାସଭବନକୁ ଟମାଟୋ ମାଡ଼ ସହ ଲଣ୍ଠନ ଓ ବଞ୍ଚଣା ଧରି ପ୍ରତିବାଦ । ଅଧିକ ପଢ଼ନ୍ତୁ

chhatra congress protest in bhubaneswar
ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ କାଟ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । ଶକ୍ତି ମନ୍ତ୍ରୀଙ୍କ ସରକାରୀ ବାସଭାବନ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ହାତରେ ବିଞ୍ଚଣା ଏବଂ ଲଣ୍ଠନ ଧରି ପ୍ରତିବାଦ କରିବା ସହ ମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ ମଧ୍ୟ କରିଛି । ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପସିବା ବେଳେ ପୋଲିସ ଏବଂ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଘନଘନ ବିଜୁଳି କାଟ ହେଉଛି । ଏହାକୁ ପ୍ରତିବାଦ କରି ଛାତ୍ର କଂଗ୍ରେସ ଶକ୍ତି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସର କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ଼ ସହ ଲଣ୍ଠନ ଏବଂ ବିଞ୍ଚଣା ଫୋପାଡି ଥିଲେ । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, "ବିଦ୍ୟୁତ କାଟ ସମସ୍ୟାକୁ ସରକାର ଗୁରୁତର ସହ ନେଉ ନାହାନ୍ତି । ମନ୍ତ୍ରୀ ଦୁର୍ବଳ ଭିତ୍ତିଭୂମି କଥା କହୁଛନ୍ତି ହେଲେ 20 ହଜାର କୋଟି କୁଆଡେ ଗଲା ? ମନ୍ତ୍ରୀ ସବୁବେଳେ କହୁଛନ୍ତି ରାଜ୍ୟରେ ପାୱାର କଟ୍‌ ହେଉନାହିଁ ପାୱାର ଟ୍ରିପ୍‌ ହେଉଛି । ଏହା ସମ୍ପୂର୍ଣ୍ଣ ମିଥ୍ୟା, ସେ ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Power Outage Issue; ମୁଖ୍ୟ ଶାସନ ସଚିବ ବିରକ୍ତି ପ୍ରକାଶ କଲେ, ବୈଠକ ଡାକିଲେ

ଯେତେବେଳେ ସଚିବ ମାନୁଛନ୍ତି ସେତେବେଳେ ମନ୍ତ୍ରୀ ଅଜବ ଯୁକ୍ତି କରୁଛନ୍ତି । ମନ୍ତ୍ରୀ ଓ ବିଦ୍ୟୁତ ବିତରକ କମ୍ପାନୀ ମିଲି ଭଗତ କରି ଲୁଟୁଛନ୍ତି । ସରକାର ଓ ବିତରକ କମ୍ପାନୀ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ସାଧାରଣ ଜନତା ଆଜି ହନ୍ତସନ୍ତ ହେଉଛନ୍ତି । ମନ୍ତ୍ରୀ ଟାଟା ପାୱାରଠାରୁ ଭାଗିଦାରୀ ପିସି ଖାଇ ଚୁପ୍ ବସିଛନ୍ତି । ଆଗକୁ ମନ୍ତ୍ରୀଙ୍କୁ ରାଜାରାସ୍ତାରେ ବିରୋଧ କରିବା ସହ ଅଣ୍ଡା ମାଡ଼ କରି ଜବାବ ମଗାଯିବ । ମନ୍ତ୍ରୀଙ୍କୁ ସବୁଆଡେ ବିରୋଧ କରାଯିବ ।" ଛାତ୍ର କଂଗ୍ରେସ ଚୁପ୍‌ ବସିବ ନାହିଁ ବୋଲି ଚେତାବନୀ ଦେଇଛି । ଅନ୍ୟପଟେ ବିଜୁଳି ସମସ୍ୟାର ସମାଧାନ ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିତରକ କମ୍ପାନୀ ମାନଙ୍କ ବୈଠକ ବସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.