ETV Bharat / state

ଉତ୍କଟ ହେଉଛି ଚାଷୀ ସମସ୍ୟା, ମୁହାଁମୁହିଁ ଶାସକ ବିରୋଧୀ - ମୁହାଁମୁହିଁ ଶାସକ ବିରୋଧୀ

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଯେ, ଟୋକନ ବ୍ୟବସ୍ଥା ଯୋଗୁଁ ଗତବର୍ଷ ଚାଷୀଙ୍କର ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ଚଳିତବର୍ଷ ତାହା ଉତ୍କଟ ରୂପ ଧାରଣ କରିଛି । ଅବ୍ୟବସ୍ଥା ଦୂର ହେବ ବୋଲି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଚଳିତବର୍ଷ ବଳି ଯାଇଛି । ଧାନ ଗ୍ରହଣର ସମୟ ଅବଧି ଗୋଟେ ମାସ ଦିଆଯାଇଥିଲା । ଯାହାକୁ ଟୋକନ ଦିଆଯାଇଛି ତାଙ୍କ ଠାରୁ ଧାନ ସଂଗ୍ରହ ହୋଇନାହିଁ । ଅଧିକ ପଢନ୍ତୁ

ଉତ୍କଟ ହେଉଛି ଚାଷୀ ସମସ୍ୟା, ମୁହାଁମୁହିଁ ଶାସକ ବିରୋଧୀ

author img

By

Published : Jan 20, 2023, 11:34 AM IST

Updated : Jan 20, 2023, 12:02 PM IST

ଉତ୍କଟ ହେଉଛି ଚାଷୀ ସମସ୍ୟା

ଭୁବନେଶ୍ବର: ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ଧାନ ସଂଗ୍ରହରେ ସମସ୍ୟା ଦେଖା ଦେଇଛି । ଟୋକନ ପାଇଥିବା ଚାଷୀ ଧାନ ବିକ୍ରୀ କରିପାରୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ଢାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ରାଜନୀତି ଜୋର ଧରିଛି । ଚାଷୀ ଶୋଷଣର ମହାଦୁର୍ନୀତି ଚାଲିଥିବା ବିରୋଧୀ ଅଭିଯୋଗ କରିଥିବାବେଳେ ଶାସକ ଦଳ କହିଛି ନବୀନ ସରକାର କରୁଛନ୍ତି ବ୍ୟାପକ ବନ୍ଦୋବସ୍ତ ।

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଯେ, ଟୋକନ ବ୍ୟବସ୍ଥା ଯୋଗୁଁ ଗତବର୍ଷ ଚାଷୀଙ୍କର ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ଚଳିତବର୍ଷ ତାହା ଉତ୍କଟ ରୂପ ଧାରଣ କରିଛି । ଅବ୍ୟବସ୍ଥା ଦୂର ହେବ ବୋଲି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଚଳିତବର୍ଷ ବଳି ଯାଇଛି । ଧାନ ଗ୍ରହଣର ସମୟ ଅବଧି ଗୋଟେ ମାସ ଦିଆଯାଇଥିଲା । ଯାହାକୁ ଟୋକନ ଦିଆଯାଇଛି ତାଙ୍କ ଠାରୁ ଧାନ ସଂଗ୍ରହ ହୋଇନାହିଁ । ସମୟ ଅତିକ୍ରାନ୍ତ କରିଯାଉଛି । ମିଲର ମାଲିକ ଓ ଦଲାଲ ମାନଙ୍କୁ ଫାଇଦା ପହଞ୍ଚାଇବା ଲାଗି ସରକାର ଏପରି କରୁଛନ୍ତି ।

ଏହି ତ୍ରିମୁଖୀ ସଲାସୁତରାରେ ଧାନ କିଣାବିକା ହେଉଥିବା ପର୍ଦ୍ଦାଫାସ ହୋଇଛି । ଯାଜପୁର, କେନ୍ଦୁଝର ଓ ଅନ୍ୟାନ୍ୟ ଜିଲ୍ଲାରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ଶହ ଶହ ଚାଷୀ ଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଢାଳିଛନ୍ତି । ଧାନର ଅଭାବୀ ବିକ୍ରୀ ଯୋଗୁଁ ଚାଷୀଙ୍କ ଅବସ୍ଥା ନକହିଲେ ସରେ । ପ୍ରକୃତରେ ରାଜ୍ୟ ସରକାର ଯେଉଁ କଥା ଦେଇଥିଲେ ତାହା ପୂରଣ କରିନାହାନ୍ତି । ଆଗାମୀ ଦିନରେ ଏହି ସମସ୍ୟା ଆହୁରି ବଢିବ । କଟନୀଛଟନୀଠାରୁ ଆରମ୍ଭ କରି ଯାହା ଆନୁଷଙ୍ଗିକ କାର୍ଯ୍ୟ ସରକାର କରିବା କଥା ତାହା କରିନାହାନ୍ତି । ଚାଷୀ ମାରଣା ନୀତି କରିଛନ୍ତି ସରକାର ।

ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ହାଇକୋର୍ଟ ଟିପ୍ପଣୀ ଦେଇଥିଲେ ଯେ, ସରକାର, ସରକାରୀ କର୍ମଚାରୀ, ଏଫସିଆଇ, ଏଫସିଆଇ କର୍ମଚାରୀ, ଅସାଧୁ ବ୍ୟବସାୟୀ, ଅସାଧୁ ମିଲ ମାଲିକ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଏବେ ସେହି ଶୋଷଣ କରିବା ସମୟ ଆସିଛି । ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶ, ଷ୍ଟାଣ୍ଡିଙ୍ଗ କମିଟି ରେକମଣ୍ଡେସନକୁ ମାନୁ ନାହାଁନ୍ତି । ସ୍ବେଚ୍ଛାଚାରିତା ଭାବେ ଧାନ କିଣା ଯାଉଛି । 5ରୁ 10 କେଜି କଟନୀ ହେଉଛି । ସିସି କ୍ୟାମେରା ଲାଗିବା କଥା ଲାଗୁନାହିଁ । ଧାନ କିଣିବା ସମୟରେ ମିଲ ମାଲିକ ଉପସ୍ଥିତ ନରହିବାକୁ ନିର୍ଦ୍ଦେଶ ରହିଛି ।

ମିଲ ମାଲିକ ଟ୍ରକ ନେଇ ନଆସିଲେ ଆମେ ଧାନ କିଣିବୁ ନାହିଁ ବୋଲି ସୋସାଇଟି କହୁଛି । ଧାନ ବିକିବାର ଯଦି ଅଛି ମିଲକୁ ଧାନ ନେଇ ଯାଅ ବୋଲି ଅନେକ ସମୟରେ ସୋସାଇଟି କହୁଛି । ଯେଉଁଠି ମିଲ ମାଲିକ ଶୋଷଣ କରୁଛି । ଚାଷୀ ଶୋଷଣର ମହା ଦୁର୍ନୀତି ଚାଲିଛି ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଦେବୀ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସରକାର ସମୟ ଧାନ କିଣାବିକା ପ୍ରକ୍ରିୟାକୁ ସୁଦୃଢ କରାଯାଇଛି । ବକେୟା ଟଙ୍କା ମିଳିନଥିଲେ ବି 15 ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଆଣି ସୋସାଇଟି ଚାଷୀଙ୍କୁ ଦେଇଛନ୍ତି । ରାଜ୍ୟ ସରକାର ଗ୍ୟାରେଣ୍ଟର ପଡିଛନ୍ତି । ଯେତେ ଧାନ ହେଉଛି, ସବୁ ଧାନ ସବୁବେଳେ କିଣି ହେବନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 20, 2023, 12:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.