ETV Bharat / state

ରାଜ୍ୟ ସଂଗ୍ରହାଳୟକୁ ପୁରିଲା ୯୦ ବର୍ଷ, ଏଥର ଆକର୍ଷଣ ତାଳପତ୍ର‌ କ୍ୟାଲେଣ୍ଡର

author img

By ETV Bharat Odisha Team

Published : Dec 30, 2023, 10:53 AM IST

State Museum Foundation Day: ଓଡ଼ିଶାର ଇତିହାସ ବଖାଣୁଥିବା ରାଜ୍ୟ ସଂଗ୍ରହାଳୟକୁ ପୁରିଲା ୯୦ ବର୍ଷ । ଏଥର ଆକର୍ଷଣ ସାଜିଥିଲା ତାଳପତ୍ର‌ରେ ତିଆରି କ୍ୟାଲେଣ୍ଡର । ଅଧିକ ପଢନ୍ତୁ

state museum
state museum
state museum

ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟକୁ ପୁରିଲା ୯୦ ବର୍ଷ । ଏଥର ଆକର୍ଷଣ ସାଜିଥିଲା ତାଳପତ୍ର‌ର କ୍ୟାଲେଣ୍ଡର । ଓଡ଼ିଶାର ଇତିହାସ ବଖାଣୁଥିବା ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ଭବ୍ୟ ସମାରୋହରେ ପାଳିତ ହୋଇଛି । ଏହି ଅବସରରେ ଉନ୍ମୋଚିତ ହୋଇଛି ପ୍ରଥମ ତାଳପତ୍ର କ୍ୟାଲେଣ୍ଡର । କିପରି ପୁରାତନ ପରମ୍ପରା ଓ ଚିତ୍ରକଳାର କାହାଣୀ ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚିବ ତାହାର ପ୍ରୟାସ କରାଯାଇଛି । ଅନେକ ସମୟରେ କ୍ୟାଲେଣ୍ଡର ଏକ ବିଶେଷ ଶୋଭା ଆକର୍ଷଣ କରିଥାଏ । ଯାହାକି ଦେବାଦେବୀ, ପର୍ଯ୍ୟଟନସ୍ଥଳୀ ଏବଂ ଅଭିନେତ୍ରୀଙ୍କ ଫଟୋ ଜରିଆରେ ଆକର୍ଷିତ ହୋଇଥାଏ । ଏବେ ଶୋଭାମଣ୍ଡିତ କରିବ ତାଳପତ୍ରର କ୍ୟାଲେଣ୍ଡର । ପ୍ରଥମ ଥର ପାଇଁ ଜନମାନସକୁ ଦେଖାଇବା ପାଇଁ ଉନ୍ମୋଚିତ ହୋଇଛି ଏଭଳି ତାଳପତ୍ର କ୍ୟାଲେଣ୍ଡର । ଯାହାକୁ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

state museum
state museum

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ କହିଛନ୍ତି, "ଏହି ପ୍ରାଚୀନ ପରମ୍ପରା ଓ କଥା ଜନମାନସକୁ ଦେଖାଇବା ପାଇଁ ତାଳପତ୍ରରେ ଯେପରି ଶିଳ୍ପୀମାନେ ଖୋଦେଇ କରି ପ୍ରାକୃତିକ ରଙ୍ଗ ଦେଇ ଯେଉଁ ଚମତ୍କାର ଚିତ୍ର କରିଥାନ୍ତି । ଏହି ଷୋଡ଼ଶ ଶତାବ୍ଦୀ ଓ ସପ୍ତଦଶ ଶତାବ୍ଦୀର ଚିତ୍ରକୁ ଆମେ ସଂଗ୍ରହ କରି ତାକୁ ସଂଗ୍ରହାଳୟରେ ସଂରକ୍ଷଣ କରିଛୁ । ଏହାସହ କିପରି ପ୍ରାଚୀନ ଶିଳ୍ପିମାନଙ୍କର ଚିତ୍ର ପ୍ରତି ଆଗ୍ରହ ବଢିବ ଏବଂ ତାହା କିପରି ଜନମାନସକୁ ଆସିବ ସେଥିପାଇଁ ପ୍ରଚେଷ୍ଟା କରିଛୁ ।"

ଏହା ମଧ୍ୟ ପଢନ୍ତୁ...Tribal Museum Renovation Work: ଖୁବଶୀଘ୍ର ଆଦିବାସୀ ସଂଗ୍ରହାଳୟର ହେବ ପୁନରୁଦ୍ଧାର !

ପ୍ରତିଟି ପୃଷ୍ଠା ଓଲଟାଇଲେ କଳାତ୍ମକ କଥା କିପରି ଲୋକଙ୍କୁ ଆକର୍ଷିତ କରିବ ଓ ସମାହିତ କରିବ ସେଥିପାଇଁ ପ୍ରଚେଷ୍ଟା କରାଯାଇଛି । ନିଶ୍ଚୟ କଳାପ୍ରେମୀଙ୍କୁ ଏହି କ୍ୟାଲେଣ୍ଡର ଆଦୃତ କରିବ ଏବଂ ଓଡ଼ିଶାର କଳା ପରମ୍ପରାକୁ ଜନମାନସରେ ପହଞ୍ଚାଇବ ବୋଲି ଆଶା ରଖିଛନ୍ତି ଅଧୀକ୍ଷକ । ସଂଗ୍ରହାଳୟର ଜନ୍ମ ସମାରୋହରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଝଲକ ଅର୍ଥାତ୍ ଶ୍ରୀଜୀଉଙ୍କ ତିନୋଟି ରଥର ତିନି ଚକ ପ୍ରତିଷ୍ଠା କରାଯାଇ ଲୋକାର୍ପିତ କରାଯାଇଛି । ନନ୍ଦିଘୋଷ, ତାଳଧ୍ବଜ, ଦର୍ପଦଳନର ଚକ ଓଡ଼ିଆଙ୍କ ମଉଡମଣିଙ୍କ ଗାଥାକୁ ପହଞ୍ଚାଇବ । ଏନେଇ ନିମନ୍ତ୍ରିତ ମୁଖ୍ୟ ଅତିଥିଙ୍କ ଦ୍ବାରା ସଂଗ୍ରହାଳୟ ସମ୍ମୁଖ ଭାଗରୁ ଶେଷ ପର୍ଯ୍ୟନ୍ତ ଫୁଲର ତୋରଣ ଉଦଘାଟନ ସହ ବାହାର ଉଦ୍ୟାନ ମଧ୍ୟରେ ସ୍ଥାପିତ ହୋଇଥିବା ମ୍ୟୁଜିକାଲ୍ ଫାଉଣ୍ଟେନ୍‌ର ମଧ୍ୟ ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ମ୍ୟୁଜିୟମର ସମ୍ମୁଖ ପ୍ରକୋଷ୍ଠରେ ତାଳପତ୍ର ଚିତ୍ରରେ ତିଆରି ଉଷାଅଭିଳାଷର ପ୍ରଥମ ଓଡ଼ିଆ ଟୀକା (commentary)ର ଅଡ଼ିଓ ଭିଜୁଆଲ ପ୍ରଦର୍ଶନୀ ଶୋ'ର ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.