ETV Bharat / state

NIDକୁ ଟ୍ରେନିଂ ପାଇଁ ଯିବେ ବାଉଁଶ କାରିଗର

author img

By

Published : Mar 5, 2023, 2:59 PM IST

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ତେବେ 24 ବାଉଁଶ କାରିଗର ଏନଆଇଡିକୁ ଟ୍ରେନିଂ ପାଇଁ ଯିବେ ବୋଲି କହିଛନ୍ତି ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢ଼ୀ । ଅଧିକ ପଢନ୍ତୁ

bamboo craft workshop
bamboo craft workshop
bamboo craft workshop

ଭୁବନେଶ୍ବର: ବାଉଁଶରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ପରିବେଶ ଉପଯୋଗୀ ଓ ପ୍ରଦୂଷଣମୁକ୍ତ । ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ଓ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି ନିମନ୍ତେ ହସ୍ତଶିଳ୍ପ ବିଭାଗ କାର୍ଯ୍ୟ କରୁଛି । ବାଉଁଶ କାରିଗରମାନଙ୍କୁ ହସ୍ତଶିଳ୍ପ କ୍ଷେତ୍ରରେ ଆଧୁନିକ ଓ ବୈଷୟିକ ଜ୍ଞାନର ପ୍ରଶିକ୍ଷଣ ଦିଆଯିବ । ତେଣୁ ପ୍ରଥମ ପର୍ଯ୍ୟାୟରେ 24 ଜଣ କାରିଗର NID, ବାଙ୍ଗାଲୋରକୁ ଟ୍ରେନିଂ ପାଇଁ ଯିବେ । ଏନେଇ ସୂଚନା ଦେଇଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢ଼ୀ ।

ଗତକାଲି(ଶନିବାର) ଅତିଥି ଭବନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାଉଁଶ ଶିଳ୍ପରେ ଡିଜାଇନ୍‌, ସହନୀୟତା ଓ ଉତ୍ପାଦର ସମ୍ଭାବ୍ୟ ଅଭିବୃଦ୍ଧି ଉପରେ ଆୟୋଜିତ ହୋଇଥିଲା ଏହି କର୍ମଶାଳା । କର୍ମଶାଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉଦଘାଟନ କରିଥିଲେ । ସେ କହିଥିଲେ, "ବାଉଁଶରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ପରିବେଶ ଉପଯୋଗୀ ଓ ପ୍ରଦୂଷଣମୁକ୍ତ । ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ସହାୟତାରେ ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ଓ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି ନିମନ୍ତେ ହସ୍ତଶିଳ୍ପ ବିଭାଗ କାର୍ଯ୍ୟ କରୁଛି ।" ଏହି ଯୋଜନାରେ ବାଉଁଶ କାରିଗରଙ୍କୁ ହସ୍ତଶିଳ୍ପ କ୍ଷେତ୍ରରେ ଆଧୁନିକ ଓ ବୈଷୟିକ ଜ୍ଞାନର ପ୍ରଶିକ୍ଷଣ ଦିଆଯିବ । ଫଳରେ କାରିଗରମାନେ ବଜାର ଚାହିଦା ମୁତାବକ ସାମଗ୍ରୀ ତିଆରି କରିପାରିବେ । ପ୍ରଥମ ପର୍ଯ୍ୟାୟରେ ୨୪ ଜଣ କାରିଗର NID, ବାଙ୍ଗାଲୋରକୁ ଟ୍ରେନିଂ ପାଇଁ ଯାଉଛନ୍ତି ।

ଓଡ଼ିଶାର ହସ୍ତଶିଳ୍ପ କେବଳ କାରିଗରମାନଙ୍କ ଜୀବନଜୀବିକାର ମାଧ୍ୟମ ନୁହେଁ, ଏହା ସେମାନଙ୍କର ବଞ୍ଚିବାର ଶୈଳୀ ଅଟେ । ସେମାନଙ୍କର କଳାକୃତିରେ ପାରମ୍ପରିକ ମୂଲ୍ୟବୋଧର ଝଲକ ରହିଛି । ଏହି ଯୋଜନାରେ ୫ଟି ଜିଲ୍ଲାର ୬ଟି ପୁଞ୍ଜରେ ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ବାଉଁଶ ଶିଳ୍ପର ଅଭିବୃଦ୍ଧି ଦିଗରେ କାରିଗରମାନଙ୍କୁ ସଚେତନ କରାଯାଇଛି । ବଜାର ଚାହିଦା ମୁତାବକ ବାଉଁଶ ସାମଗ୍ରୀ ପ୍ରସ୍ତୁତି ଓ ବିପଣନ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଡିଜାଇନରଙ୍କ ସହାୟତାରେ ୫ଟି ଜିଲ୍ଲାର ୬ଟି ପୁଞ୍ଜରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

କର୍ମଶାଳାରେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ, ଓଡ଼ିଶା ବାଉଁଶ ଉନ୍ନୟନ ଏଜେନ୍ସିର ରାଜ୍ୟ ମିଶନ ନିର୍ଦ୍ଦେଶକ ସୁଦୀପ ନାୟକ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ବିଭାଗୀୟ ଉପନିର୍ଦ୍ଦେଶକ ଶିଶିର କୁମାର ରଥ ଯୋଗ ଦେଇଛନ୍ତି । କର୍ମଶାଳାରେ ୪ ଜଣ ବିଶିଷ୍ଟ ବକ୍ତା ପ୍ରଫେସର ବିନୟ ଭୂଷଣ ଜେନା, ପ୍ରଫେସର ନିରାକାର ଭୋଳ, ସୁଶାନ୍ତ ସି.ଏସ, ଚିରଞ୍ଜୀବୀ ମିଶ୍ର ଉପସ୍ଥିତ ରହି କାରିଗରମାନଙ୍କୁ ବାଉଁଶ ହସ୍ତଶିଳ୍ପରେ ବ୍ୟବହୃତ ‘କଞ୍ଚାମାଲ, ଉତ୍ପାଦନ ବୃଦ୍ଧି ଏବଂ ଡିଜିାଇନ୍‌ ଓ ବୈଷୟିକ ଜ୍ଞାନ’ ଆହରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.