ETV Bharat / state

Death Rate from Stroke is Rising: ପରିବର୍ତ୍ତିତ ଜୀବନଶୈଳୀ 'ଷ୍ଟ୍ରୋକ' ନିୟନ୍ତ୍ରଣ ପାଇଁ ବଡ଼ ଅସ୍ତ୍ର - ଷ୍ଟ୍ରୋକର ପ୍ରତିକାର

ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ 'ଷ୍ଟ୍ରୋକ' ବା 'ମସ୍ତିଷ୍କାଘାତ ମୃତ୍ୟୁ' ଚିନ୍ତା ବଢାଇଛି । ଏଥିପାଇଁ ସଚେତନ କରାଇବାକୁ ଏକ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । କେମିତି ରହିବେ ସତର୍କ ? ଜାଣିବା ପାଇଁ ଅଧିକ ପଢନ୍ତୁ

awareness workshop in bhubaneswar
ଷ୍ଟ୍ରୋକ ରୋକିବାକୁ ସଚେତନତା
author img

By ETV Bharat Odisha Team

Published : Oct 18, 2023, 9:23 PM IST

Updated : Oct 19, 2023, 10:14 AM IST

ଷ୍ଟ୍ରୋକ ରୋକିବାକୁ ସଚେତନତା

ଭୁବନେଶ୍ବର: ଷ୍ଟ୍ରୋକ’ ନିୟନ୍ତ୍ରଣ ପାଇଁ ଏକ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ’ ନିୟନ୍ତ୍ରଣ ଲାଗି ଏକ ବଡ଼ ଅସ୍ତ୍ର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ସମ୍ପର୍କରେ ଏହି ରାଜ୍ୟସ୍ତରୀୟ ସଚେତନତା କର୍ମଶାଳାରେ ଆଲୋଚନା କରାଯାଇଛି । ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ 'ଷ୍ଟ୍ରୋକ' ବା 'ମସ୍ତିଷ୍କାଘାତ ମୃତ୍ୟୁ' ବର୍ତ୍ତମାନ ଚିନ୍ତା ବଢାଇଛି । ଏହା ଆଜି ସାରା ପୃଥିବୀ ପାଇଁ ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଏ ସମ୍ପର୍କରେ ବ୍ୟାପକ ସଚେତନତାକରାଯାଇପାରିଲେ ଆମେ ଆଗାମୀ ଦିନରେ ଷ୍ଟ୍ରୋକକୁ ନିୟନ୍ତ୍ରଣ କରିପାରିବା ବୋଲି ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

“ବିଶ୍ଵରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି । ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ବହୁ ବିଳମ୍ବରେ ଡାକ୍ତରଖାନାକୁ ନିଆଯାଉଥିବାରୁ ସେମାନଙ୍କ ଚିକିତ୍ସା ବିଶେଷ ପ୍ରଭାବଶାଳୀ ହୋଇପାରୁନାହିଁ । ତେଣୁ କୌଣସି ବ୍ୟକ୍ତିଙ୍କ ମସ୍ତିଷ୍କାଘାତର ସନ୍ଦେହ ହେଲେ ତାଙ୍କୁ ୪ରୁ ସାଢ଼େ ୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ” କହିଛନ୍ତି ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା । ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳାରେ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା ଏଭଳି ଅନେକ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ବାଲ୍ୟବିବାହ ମୁକ୍ତ ଓଡ଼ିଶା ପାଇଁ ପ୍ରୟାସ, ଭୁବନେଶ୍ୱର ବିଶାଳ ଶୋଭାଯାତ୍ରା

“ଅଣସଂକ୍ରାମକ ରୋଗ ମଧ୍ୟରେ ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଏବଂ ଷ୍ଟ୍ରୋକ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି । ଏହି ଷ୍ଟ୍ରୋକ ବର୍ତ୍ତମାନ ଲୋକଙ୍କ ଜୀବନକୁ ଅଧିକ ମାତ୍ରରେ ପ୍ରଭାବିତ କରୁଛି । ଷ୍ଟ୍ରୋକରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ । ତେଣୁ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ସହ ଷ୍ଟ୍ରୋକ ମୁକାବିଲା ଲାଗି ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ସରକାରଙ୍କୁ ସଜାଗ କରିବା ଦରକାର” କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ତଥା ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପ୍ରଣବ କୁମାର ବେବର୍ତ୍ତା ପଟ୍ଟନାୟକ ।

ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ଏବଂ ‘ଷ୍ଟ୍ରୋକ - ଏକ ଜନସ୍ୱାସ୍ଥ୍ୟ ଆହ୍ୱାନ’ ଶୀର୍ଷକରେ ୨ଟି ସେସନ ରହିଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଷ୍ଟ୍ରୋକସ ସମ୍ପର୍କରେ ବ୍ୟାପକ ଧାରଣା ଦେବା ସହ ଅଂଶଗ୍ରହଣ କରିଥିବା ଗଣମାଧ୍ୟମ କର୍ମୀ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବି ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 19, 2023, 10:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.