ETV Bharat / state

୨୦୨୪ ପାଇଁ ବିଜେପି ଗୋଟାଇବ ମହିଳା ବଳ, ଘରଘର ବୁଲି ସେଲ୍ଫି ନେବେ ମହିଳା ମୋର୍ଚ୍ଚା ନେତ୍ରୀ

author img

By

Published : Feb 12, 2023, 8:16 PM IST

୨୦୨୪ ନିର୍ବାଚନ ପୂର୍ବରୁ ପ୍ରତି ଘରେ ପହଞ୍ଚିବେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଓ କର୍ମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ଲାଭାର୍ଥୀ ମହିଳାଙ୍କ ସହ ନେବେ ସେଲ୍ଫି । ଅଧିକ ପଢ଼ନ୍ତୁ

State BJP Women's Wings Executive Meeting
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ

କଟକ: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବାର୍ତ୍ତାବହ ହେବେ ମହିଳା ମୋର୍ଚ୍ଚା ଓ କର୍ମୀ । ଚଳିତ ମାସରୁ ଆରମ୍ଭ ହେଉଛି ୧ କୋଟି ମହିଳା ଲାଭାର୍ଥିଙ୍କ ସହ ସେଲ୍ଫି କାର୍ଯ୍ୟକ୍ରମ । ଘର ଘର ବୁଲି ମହିଳା ଲାଭାର୍ଥିଙ୍କ ସହ ସେଲ୍ଫି ନେବେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଓ କର୍ମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ଲାଭାର୍ଥି ମହିଳାଙ୍କ ସହ ନେବେ ସେଲ୍ଫି ।

ଘର ଘର ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନା ପହଞ୍ଚେଇବା କାର୍ଯ୍ୟ କରିବେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । କଟକରେ ଆୟୋଜିତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭନତୀ ଶ୍ରୀନିବାସନ । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ହଡପ କରାଯାଉଛି, ଓ ଏହାକୁ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଓ କର୍ମୀ ଚେକ୍ ଦେବେ ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭନତୀ ଶ୍ରୀନିବାସନ ।

କଟକରେ ଆୟୋଜିତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, "ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ । ଏଠି ମନ୍ତ୍ରୀ ସୁରକ୍ଷିତ ନାହାଁନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି । ରାଜ୍ୟର ଅନେକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯୁବକଙ୍କ ଉନ୍ନତୀ ପାଇଁ ରାଜ୍ୟ ସରକାରଙ୍କ କୌଣସି ଭିଜନ ନାହିଁ । ରାଜ୍ୟବାସୀଙ୍କ ସମର୍ଥନ ମିଳିଲେ ଆଗାମୀ ୨୦୨୪ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ ହେଉଛି । ଅଧିକରୁ ଅଧିକ ମହିଳାଙ୍କୁ ସଂଗଠନ ସହ ଯୋଡ଼ାଯିବ । ଗ୍ରାମଞ୍ଚଳରୁ ନେଇ ରାଜ୍ୟ ସ୍ତରୀୟ ରାଜନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ହେବେ ମହିଳା ।"

କଟକରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ସେ କହିଛନ୍ତି, "ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଛନ୍ତି । କେନ୍ଦ୍ରର ଅନେକ ଯୋଜନାକୁ ହଡପ କରି ନିଜେ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ସ୍ନେହ ଯାତ୍ରା ମାଧ୍ୟମରେ ଓଡ଼ିଆଣିଙ୍କ ପାଖରେ ପହଞ୍ଚିବେ ମହିଳା ମୋର୍ଚ୍ଚା ଓ କର୍ମୀ । କେନ୍ଦ୍ର ସରକାର ଦେଉଥିବା ସମସ୍ତ ଯୋଜନାରେ ଲାଭାର୍ଥୀ ମହିଳାଙ୍କ ସହ ସେଲ୍ଫି ନେଇ ରାଜ୍ୟ ସରକାରଙ୍କ ମୁଖା ଖୋଲାଯିବ ।" ଏହି କାର୍ଯ୍ୟକାରିଣୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ରବିବାର ସକାଳେ ଗୌରୀଶଙ୍କର ପାର୍କଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବକ୍ସି ବଜାରରେ ପହଞ୍ଚିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.