ETV Bharat / state

ସୁରକ୍ଷିତ ଭାବେ ମିଳିଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇ ଫାଇଲ: ଆଇନ ସଚିବ

author img

By

Published : Apr 21, 2023, 11:05 PM IST

ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସଂପର୍କିତ ଦୁଇଟି ପୁରାତନ ଫାଇଲ ନମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି । ଏହି ଖବର ସଂପୂର୍ଣ୍ଣ ଭିତ୍ତିହୀନ ।

ସୁରକ୍ଷିତ ଭାବେ ମିଳିଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇ ଫାଇଲ : ଆଇନ ସଚିବ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜିବା ନେଇ ଚାଲିଥିବା ବିବାଦରେ ଲାଗିଛି ବ୍ରେକ । 4 ଦିନ ପରେ ବିଧିବଦ୍ଧ ଭାବେ ଆଜି ଘଟଣା ଉପରେ ପ୍ରତିକ୍ରିୟା ରଖିଛି ଆଇନ ବିଭାଗ । ଦୁଇଟି ପୁରାତନ ଫାଇଲ ନମିଳିବା ବା ହଜିଯାଇଥିବା ଖବର ସଂପୂର୍ଣ୍ଣ ଭିତ୍ତିହୀନ । ଏହା କହିଛନ୍ତି ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଧନେଶ୍ୱର ମଲ୍ଲିକ ।

ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସଂପର୍କିତ ଦୁଇଟି ପୁରାତନ ଫାଇଲ ନମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି । ଏହି ଖବର ସଂପୂର୍ଣ୍ଣ ଭିତ୍ତିହୀନ । ଏହି ଦୁଇଟି ପୁରୁଣା ରୁଟିନ ଫାଇଲ । ବହୁ ପୁରାତନ ଫାଇଲ । ଏଥି ଯୋଗୁଁ ପୁରୁଣା ଫାଇଲ ମଧ୍ୟରେ ମିଶିଯିବା ଦ୍ୱାରା ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା । ଏହି ଉଭୟ ଫାଇଲକୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ଏହି ଦୁଇଗୋଟି ଫାଇଲ ମିଳିଯାଇଛି । ଏହା ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଏହା ଏକ ସାଧାରଣ ଫାଇଲ ଥିଲା । ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ପ୍ରମୁଖ ଶାସନ ସଚିବ ।

ଦୁଇଟି ଫାଇଲ ମିଳୁନଥିବା ନେଇ ଗତ 18 ତାରିଖ ଦିନ ସୂଚନା ମିଳିଥିଲା । ଘଟଣା ସମ୍ନାକୁ ଆସିବା ପରେ ରାଜ୍ୟ ବ୍ୟାପି ଉଦବେଗ ପ୍ରକାଶ ପାଇଥିଲା । ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ । ଘଟଣାକୁ ନେଇ ରାଜନୀତି ବଢିବା ସହ ବିଜେପି ପକ୍ଷରୁ ଥାନାରେ ମଧ୍ୟ ଆଜି ଅଭିଯୋଗ ହୋଇଥିଲା । ଯେହେତୁ ଶ୍ରୀମନ୍ଦିର ପ୍ରସଙ୍ଗ ସବୁ ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ ତେଣୁ ଚାପରେ ଥିଲେ ରାଜ୍ୟ ସରକାର । ତେବେ ଫାଇଲ ମିଳିବା ନେଇ ସ୍ପଷ୍ଟୀକରଣ ଆସିବା ପରେ ମଧ୍ୟ ସନ୍ଦେହ ଲାଗି ରହିଛି । ସତରେ ଫାଇଲ ମିଳିଛି ନା ଚାପରେ ଚେପା ହୋଇ ସଚିବ ମିଛ କହୁଛନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।

ସୂଚନାଯୋଗ୍ଯଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ବିଭାଗର ଉପ ସଚିବ ବିଭାଗର ସମସ୍ତ ଶାଖାକୁ ଚିଠି ଲେଖି ଅନୁରୋଧ କରାଯାଇଥିଲା। ଏହା ସହ ଫାଇଲ ମିଳିଲା କି ନାହିଁ ଜଣାଇବାକୁ କୁହାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.