ETV Bharat / state

ଏକାମ୍ର ହାଟରେ ସ୍ଵତନ୍ତ୍ର ହସ୍ତତନ୍ତ ମେଳା ୨୦୨୨ ଉଦଘାଟିତ - ଏକାମ୍ର ହାଟରେ ସ୍ଵତନ୍ତ୍ର ହସ୍ତତନ୍ତ ମେଳା ୨୦୨୨ ଉଦଘାଟିତ

ଏକାମ୍ର ହାଟରେ ଉଦଘାଟିତ ହୋଇଯାଇଛି ସ୍ଵତନ୍ତ୍ର ହସ୍ତତନ୍ତ ମେଳା ୨୦୨୨ । ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ମେଳା ବୁଲି ପାରିବେ ରାଜଧାନୀବାସୀ । ଅଧିକ ପଢନ୍ତୁ

ଏକାମ୍ର ହାଟଠାରେ ସ୍ଵତନ୍ତ୍ର ହସ୍ତତନ୍ତ ମେଳା ୨୦୨୨ ଉଦଘାଟିତ

author img

By

Published : Nov 28, 2022, 11:46 AM IST

ଭୁବନେଶ୍ବର: ରାଜଧାନୀରେ ଉଦଘାଟନ ହୋଇଯାଇଛି ‘ସ୍ଵତନ୍ତ୍ର ହସ୍ତତନ୍ତ ମେଳା ୨୦୨୨’ । ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉଦଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ପୋହି (POHI) ୨୦୨୨ - ୨୩ ଯୋଜନାରେ ଭୁବନେଶ୍ଵର ସ୍ଥିତ ଏକାମ୍ର ହାଟରେ ଅନୁଷ୍ଠିତ ଏହି ମେଳା ଜନସାଧାରଣଙ୍କ ପାଇଁ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏକାମ୍ର ହାଟଠାରେ ସ୍ଵତନ୍ତ୍ର ହସ୍ତତନ୍ତ ମେଳା ୨୦୨୨ ଉଦଘାଟିତ

ରାଜ୍ୟରେ ଥିବା ବିଭିନ୍ନ ହସ୍ତତନ୍ତ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ଵାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରିବାକୁ ଏହି ମେଳାର ଆୟୋଜନ କରାଯାଇଛି । ଏଥିସହ ବୁଣାକାରମାନଙ୍କୁ ନିୟମିତ କାମ ଯୋଗାଇଦେବା ନିମନ୍ତେ ବିଭାଗ ଦ୍ଵାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏହି ମେଳା ଆୟୋଜିତ ହୋଇଛି । ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ବୟନମଣ୍ଡଳମାନଙ୍କରୁ ଆସିଥିବା ୩୫ଟି ସମବାୟ ସମିତି ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଏବଂ ବିକ୍ରୟ କରିବେ ।

ଏଥି ନିମନ୍ତେ ସେମାନଙ୍କୁ ୩୪ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ଉପରେ ଗ୍ରାହକମାନଙ୍କୁ ୧୦ ରୁ ୨୦ ପ୍ରତିଶତ ସରକାରୀ ରିହାତି ପ୍ରଦାନ କରାଯାଉଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣା ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସଭାପତି ସମ୍ବିତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡା ବାଣ ବିସ୍ପୋରଣ ଘଟଣା, ଆଉ ଜଣଙ୍କ ମୃତ୍ୟୁ

ଏକାମ୍ର ହାଟରେ ଅକ୍ଟୋବର ୨ରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୭୧ ଜଣ ହସ୍ତତନ୍ତ ବୁଣାକାର ଵା ସଂସ୍ଥା ଓ ୮୭୬ ଜଣ ହସ୍ତଶିଳ୍ପ କାରିଗର ଯଥାକ୍ରମେ ୭୯୩.୫୬ ଲକ୍ଷ ଟଙ୍କା ଏବଂ ୬୩୩.୩୨ ଲକ୍ଷ ଟଙ୍କାର ବିକ୍ରିବଟା କରିଛନ୍ତି । ଏଠାରେ ଥିବା ଫୁଡ୍ ଷ୍ଟଲମାନଙ୍କରେ ମଧ୍ୟ ୨୭୫.୪୩ ଲକ୍ଷ ଟଙ୍କାର କାରବାର ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.