ETV Bharat / state

ଦାରୁଠେଙ୍ଗର ଆକର୍ଷଣ ସାଜିବ ୧୦୦ ଫୁଟର ରାବଣ, ୩୫ ବର୍ଷ ଧରି ତିଆରି କରୁଛି ଏହି ପରିବାର - ରାବଣ ଦହନ

ଆସନ୍ତାକାଲି ମା' ଜଗତଜନନୀଙ୍କ ଦଶହରା ପର୍ବ । ଅସତ୍ୟ ଉପରେ ସତ୍ୟର ବିଜୟକୁ ଦେଖାଇବାକୁ ଆୟୋଜିତ ହେବ ଏହି ରାବଣ ପୋଡି଼ ଉତ୍ସବ । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ । ଅଧିକ ପଢ଼ନ୍ତୁ

ପରିବାରର କୌଳିକ ବୃତ୍ତି
ପରିବାରର କୌଳିକ ବୃତ୍ତି
author img

By ETV Bharat Odisha Team

Published : Oct 23, 2023, 9:47 PM IST

ପରିବାରର କୌଳିକ ବୃତ୍ତି

ଭୁବନେଶ୍ବର: ଆସନ୍ତାକାଲି ମା' ଜଗତଜନନୀଙ୍କ ଦଶହରା ପର୍ବ । ଏନେଇ ସନ୍ଧ୍ୟାରେ ହେବ ରାବଣ ପୋଡି଼ । ଅସତ୍ୟ ଉପରେ ସତ୍ୟର ବିଜୟକୁ ଦେଖାଇବାକୁ ଆୟୋଜିତ ଏହି ରାବଣ ପୋଡି଼ ଉତ୍ସବ ହେବ। ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠୁଛି ରାଜଧାନୀ । ଚଳିତ ବର୍ଷ ଦାରୁଠେଙ୍ଗରେ ହୋଇଛି ସବୁଠୁ ବଡ଼ ୧୦୦ ଫୁଟର ରାବଣ । ଦଶହରାରେ ସବୁଠୁ ମୁଖ୍ୟ ଆକର୍ଷଣ ରହିଥାଏ ରାବଣ ପୋଡି଼ । ରାବଣ ପୋଡି଼ ପାଇଁ ରାବଣ ତିଆରି କରିବାରେ ବ୍ୟସ୍ତ କାରିଗର । ପରିବାରର କୌଳିକ ବୃତ୍ତିକୁ ଆପଣାଇ ଦୀର୍ଘ 35 ବର୍ଷ ଧରି ଏହି ରାବଣ ତିଆରି କରିଆସୁଛନ୍ତି ।

ଆସନ୍ତାକାଲି ରାବଣ ପୋଡ଼ି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଦଶହରା ଆସିଲେ ରାବଣ ପୋଡି କଥା ମନକୁ ଆସେ । କୋରୋନା କଟକଣା ଭିତରେ ୨ ବର୍ଷ ଧରି ସବୁ କିଛି ଠପ ହୋଇ ପଡ଼ିଥିଲା । ଗତ ବର୍ଷଠାରୁ କୋରୋନା କଟକଣା ହଟିଥିଲା । ଏହାସହ ରାବଣ ପୋଡିକୁ ମଧ୍ୟ ଅନୁମତି ମିଳିଛି । ଦୁର୍ଗାପୂଜା ସାଙ୍ଗକୁ ଆସନ୍ତାକାଲି ରାବଣ ପୋଡ଼ି ଉତ୍ସବକୁ ଉପଭୋଗ କରିବେ ଭୁବନେଶ୍ଵରବାସୀ । ଏଥର ରାଜଧାନୀର ଅନେକ ସ୍ଥାନରେ ରାବଣ ପୋଡି ଆୟୋଜନ କରାଯାଇଛି । ବରମୁଣ୍ଡା, ଝାରପଡା, ନହରକଣ୍ଟା ଓ ନୟାପଲ୍ଲୀ ଏବଂ ଦାରୁଠେଙ୍ଗ ଅଞ୍ଚଳରେ ରାବଣ ପୋଡି ସହ ଆତସବାଜିର ଆୟୋଜନ କରାଯାଇଛି । ଅଘଟଣକୁ ରୋକିବା ପାଇଁ ଆମ୍ବୁଲାନସ, ଫାୟର ବ୍ରିଗେଡ୍ ଏବଂ ପୋଲିସ କର୍ମୀ ସଜାଗ ରହିଛନ୍ତି । ସେପଟେ ଡାକବଙ୍ଗଳା ଛକ ପଣସ କୋଟାର ଏକ ପରିବାର ରାବଣ ପୋଡ଼ି ପାଇଁ ରାବଣ ତିଆରି କରି ଆସୁଛନ୍ତି । ଏହି ରାବଣ ତିଆରି ପାଇଁ ପ୍ରାୟ ଦେଢ଼ ମାସ ସମୟ ଲାଗିଥାଏ । ବରମୁଣ୍ଡା ପୂଜା କମିଟି ୮୦ ମିଟର ଉଚ୍ଚତାର ତିଆରି କରୁଥିବା ବେଳେ ଚଳିତ ବର୍ଷ ଦାରୁଠେଙ୍ଗ ଠାରେ ୧୦୦ ଫୁଟ ଉଚ୍ଚତାର ରାବଣ ପ୍ରସ୍ତୁତ କରୁଛନ୍ତି । ଯାହା ସବୁଠାରୁ ବଡ ବୋଲି କହିଛନ୍ତି କାରିଗର ।

ଏହା ମଧ୍ୟ ପଢ଼ନ୍ତୁ....ବାଘମାରୀରେ ମହାଆଡ଼ମ୍ବରେ ରାବଣ ପୋଡ଼ି ଅନୁଷ୍ଠିତ

ବିଶେଷ ଭାବରେ ବାଉଁଶ, ମଇଦା ଅଠା, ତେନ୍ତୁଳି ଅଠା, କଇଁଥ ଅଠା ସହ କଟନ କପଡା, ରଙ୍ଗ ଆଦି ବ୍ୟବହାର କରି ତିଆରି ହୁଏ ଏହି ରାବଣ । ତେବେ ଚଳିତ ବର୍ଷ ୭ଟି ରାବଣ ତିଆରି କରିଛନ୍ତି ଏହି ପରିବାର । ଏହି ରାବଣ ତିଆରି କରୁଥିବା ମହିଳା କାରିଗର ଶୋଭାରାଣୀ ମହାପାତ୍ର ଜଣେ ଚିତ୍ରଶିଳ୍ପୀ ହୋଇଥିବା ବେଳେ ଜଣେ ଗୃହିଣୀ ମଧ୍ୟ । ଦୀର୍ଘ 35 ବର୍ଷ ହେବ ସେ ଦଶହରାରେ ରାବଣ ପୋଡ଼ି ପାଇଁ ରାବଣ ତିଆରି କରୁଛନ୍ତି । ଏହି କାମରେ ତାଙ୍କ ସହିତ ଯୋଡି ହୋଇଛନ୍ତି ଶୋଭାରାଣୀଙ୍କ ବୋହୂ । ବିବାହର ୬ ମାସ ଭିତରେ ରାବଣ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଯାହାକୁ ନେଇ ଏହି କଳା କୌଶଳ ଆଗକୁ ଜାରି ରଖିବେ ବୋଲି କହିଛନ୍ତି ଶୋଭାରାଣୀଙ୍କ ବୋହୂ ଇତିଶ୍ରୀ ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.