ETV Bharat / state

Weather Update: ଆସୁଛି ଆଉ ଏକ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା - ପାଣିପାଗ ଅପଡେଟ

ମୌସୁମୀ ଆସିବା ପରେ ମଧ୍ୟ ରାଜ୍ୟରେ ଖରା ଅନୁଭୂତ ହେଉଛି। ଆସନ୍ତା 4ରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଖରାରୁ ଆଶ୍ବସ୍ତି ପାଇବେ ରାଜ୍ୟବାସୀ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 2, 2023, 4:23 PM IST

Updated : Jul 2, 2023, 4:40 PM IST

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ ଅସହ୍ୟ ଗୁଳୁଗୁଳିରେ ସିଝୁଛି ଓଡିଶା । ବର୍ଷା ଦିନେ ବି ପ୍ରବଳ ଖରା ଅନୁଭୂତ ହେଉଛି । ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ସାମାନ୍ୟତମ ବର୍ଷାର ସ୍ପର୍ଶ ପାଇ ପାରୁନାହାନ୍ତି ରାଜ୍ୟବାସୀ । ସେପଟେ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ପାଣିପାଗର କୌଣସି ନିୟାମକ ସକ୍ରିୟ ନଥିବାରୁ ଏପରି ସ୍ଥିତି ଉପୁଜିଛି । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆସନ୍ତା ୪ରେ ଦକ୍ଷିଣ ଉପକୂଳରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହି ଲଘୁଚାପ ପ୍ରଭାବରେ ବିଶେଷ ଭାବେ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବ । ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀର ଆଗମନକୁ ଚାତକ ପରି ଅପେକ୍ଷା କରି ରହିଥିଲେ ରାଜ୍ୟବାସୀ । କିନ୍ତୁ ମୌସୁମୀ ମଧ୍ୟ ଯୋଗାଇ ପାରୁନି ଆବଶ୍ୟକ ପରିମାଣର ବର୍ଷା । ରାଜ୍ୟରେ ମୌସୁମୀ ସକ୍ରିୟ ଥାଇ ମଧ୍ୟ ଅସହ୍ୟ ଗୁଳୁଗୁଳି ଓ ଗରମ ଅନୁଭବ କରୁଛନ୍ତି ଲୋକେ । ସକାଳୁ ଘରୁ ବାହାରିଲେ ଛତାକୁ ସାଥୀ କରୁଛନ୍ତି ଲୋକେ । ବର୍ଷା ନୁହେଁ ବରଂ ଖରା ଦାଉରୁ ରକ୍ଷା ପାଇବା ପାଇଁ ଛତା ବ୍ୟବହାର କରୁଛନ୍ତି ରାଜ୍ୟବାସୀ ।

ଏହା ବି ପଢନ୍ତୁ- Weather Update: ବର୍ଷା ଦିନେ ଗ୍ରୀଷ୍ମ ଋତୁର ଅନୁଭୂତି, ୩ରୁ ବଦଳିବ ପାଗ

ଏଥିସହ ରାଜ୍ୟରେ ବର୍ଷା ନଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷକୁ ନେଇ ସମସ୍ୟା ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା ବିସ୍ତୃତି । 4 ତାରିଖରୁ ସମଗ୍ର ରାଜ୍ୟରେ ବର୍ଷାର ବିସ୍ତୃତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଆଜି ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ୪ ତାରିଖ ପରେ ସମଗ୍ର ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ଏବେ ମୌସୁମୀ ପ୍ରଭାବ ଦୁର୍ବଳ ରହିଛି । ଗତ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ ସ୍ବଭାବିକଠୁ ୮୭ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଜୁନ ଆରମ୍ଭରୁ ଏଯାବତ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ମୌସୁମୀ ଦୁର୍ବଳ ଥିଲା ଏବେ ଏବେ ତାହା ସ୍ବାଭାବିକ ସ୍ଥିତିକୁ ଆସୁଛି । ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୭୦ରୁ ଊର୍ଦ୍ଧ୍ବ ରହୁଛି । ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି ବୋଲି କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2023, 4:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.