ETV Bharat / state

Dhamnagar Bypoll: ରୋଡ ଶୋ କରି ଭୋଟ୍‌ ମାଗିବ କଂଗ୍ରେସ - ଧାମନଗର ଉପନିର୍ବାଚନ

ଧାମନଗରରେ ରୋଡ଼ ଶୋ କରିବ କଂଗ୍ରେସ। ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାକୁ ପ୍ରସ୍ତୁତ ରହିଛି କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଅଧିକ ପଢନ୍ତୁ

ଧାମନଗରରେ ରୋଡ଼ ଶୋ କରିବ କଂଗ୍ରେସ
ଧାମନଗରରେ ରୋଡ଼ ଶୋ କରିବ କଂଗ୍ରେସ
author img

By

Published : Oct 23, 2022, 8:21 PM IST

ଭୁବନେଶ୍ବର: ଧାମନଗର ମତଦାନ ପାଇଁ ଦିନ କମିକମି ଯାଉଥିବା ବେଳେ ଜମୁଛି ପ୍ରଚାର । କଂଗ୍ରେସର ଷ୍ଟାର ପ୍ରଚାରକମାନେ ଧାମନଗର ମୈଦାନକୁ ଓହ୍ଲାଇଛନ୍ତି । ବିଜେଡି, ବିଜେପି ପକ୍ଷରୁ ଜୋରଦାର ବାଇକରାଲି ସହ ରୋଡ ଶୋ ଜାରି ରହିଥିବା ବେଳେ କଂଗ୍ରେସ ମଧ୍ୟ ଧାମନଗରରେ ରୋଡ ଶୋ କରିବ । ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାକୁ କଂଗ୍ରେସ ପ୍ରସ୍ତୁତ ରହିଥିବା କଥା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଧାମନଗରରେ ରୋଡ଼ ଶୋ କରିବ କଂଗ୍ରେସ

ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛି ଶାସକ ବିଜେଡି । ତେବେ ବିରୋଧୀ ବିଜେପି ମଧ୍ୟ ୱାର୍ଡ ବାରି ପ୍ରଚାରକୁ ଅଧିକ କ୍ରିୟାଶୀଳ କରିଥିବା ବେଳେ କଂଗ୍ରେସ ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ: Dhamnagar ByPoll: ଭୋଟିଂ ପାଇଁ କମୁଛି ଦିନ, ଜମୁଛି ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର

ଏନେଇ ପିସିସି ସଭାପତି କହିଛନ୍ତି, "ଆସନ୍ତା 27, 28 ଏବଂ 29 ତାରିଖରେ ଧାମନଗରରେ ରୋଡ଼ ଶୋ କରିବ କଂଗ୍ରେସ। ସମସ୍ତ ବ୍ଲକ ଓ ପଞ୍ଚାୟତରେ ଲୋକମାନଙ୍କ ପାଖକୁ କଂଗ୍ରେସ ନେତାମାନେ ଯିବେ। ଷ୍ଟାର ପ୍ରଚାରକ ତାଲିକାରେ ଥିବା ନେତା ପ୍ରଚାରକୁ ଓଲ୍ଲାଇ ସାରିଲେଣି । ଗତକାଲି ବିଧାୟକ ସୁରେଶ ରାଉତରାୟ ଧାମନଗରରେ ପ୍ରଚାରକୁ ଯାଇଥିଲେ। ତାଙ୍କ ସହ ବହୁ ସାଧାରଣ ଜନତା ଯୋଡି ହୋଇଛନ୍ତି। ଏହାର ଅର୍ଥ ବିଜେଡି ଓ ବିଜେପି ପ୍ରତି ଲୋକମାନଙ୍କର ଜନ ଅସନ୍ତୋଷ ରହିଛି। ଆଜି ଆହୁରି ମଧ୍ୟ କଂଗ୍ରେସ ନେତାମାନେ ମଧ୍ୟ ଯାଇଛନ୍ତି । ପୂର୍ବ ନିର୍ବାଚନରେ ଆମେ 7 ହଜାର ଭୋଟ ପାଇଥିଲୁ । ତେଣୁ କଂଗ୍ରେସର ଲଢେଇ ବିଜେଡି ସାଙ୍ଗରେ ହେବ । ଆମେ ମଧ୍ୟ ଏକ ନମ୍ବର ପାଇଁ ହିଁ ଲଢେଇ କରୁଛୁ । ବିଜେପି ବିଜେଡି ଉଭୟ ମିଶିକି ଅଛନ୍ତି । ବର୍ତ୍ତମାନ ଓଡ଼ିଶାର ଜନସାଧାରଣ ଉଭୟ ସରକାର ଉପରେ ଅତିଷ୍ଠ ହୋଇ ସାରିଲେଣି ।"

ଏହା ମଧ୍ୟ ପଢନ୍ତୁ: ଧାମନଗର ଉପନିର୍ବାଚନ: ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ, ସିଇଓଙ୍କୁ ଭେଟିଲା ବିଜେପି

ଏନେଇ ବିଧାୟକ ସୁର ରାଉତରାୟ କହିଛନ୍ତି,"ଗତକାଲି ମୁଁ ଧାମନଗର ଯାଇଥିଲି । ବହୁତମାତ୍ରାରେ ଜମସମର୍ଥନ ମିଳିଥିଲା। ବହୁତ ମହିଳାମାନେ ଆସି କହିଲେ ଆମେ ହାତ ଚିହ୍ନରେ ଭୋଟ ଦେବୁ । ଶୁଣିକି ବହୁତ ଖୁସି ଲାଗିଲା । ଆମର କଂଗ୍ରେସର 27, 28 ଏବଂ 29 ତାରିଖରେ ଧାମନଗରରେ ରୋଡ଼ ଶୋ କରିବ । ମୁଁ ମଧ୍ୟ ସେଠାରେ ରହିବି ।"

ସୂଚନାଅନୁସାରେ, କଂଗ୍ରେସର ଷ୍ଟାର ପ୍ରଚାରକ ସୁର ରାଉତରାୟ ଧୂଷୁରି ଜୋନ୍‌ର ଧୂଷୁରି, ପାଳସାହି ଓ ଧାମନଗର ଏନ.ଏ.ସି ଅଞ୍ଚଳରେ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠିଙ୍କୁ ନେଇ ଶନିବାର କ୍ୟାମ୍ପେନିଂ କରିଥିଲେ । ଏଥର କଂଗ୍ରେସକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କଂଗ୍ରେସର ସମସ୍ତ ଷ୍ଟାର ପ୍ରଚାରକ ପ୍ରଚାର କରିବେ । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଧାମନଗର ବ୍ଲକ ଅଞ୍ଚଳରେ ପ୍ରଚାର କରୁଛନ୍ତି । ରାଜେନ୍ଦ୍ରଙ୍କ ପାଇଁ ସାଧାରଣ ଲୋକେ ଷ୍ଟାର କ୍ୟାମ୍ପେନର ହୋଇଥିବାରୁ ସେ ନିଜେ ବୁଲି ବୁଲି ପ୍ରଚାର କରିଛନ୍ତି । କିନ୍ତୁ ଫଳାଫଳ କହିବ ଭୋଟରଙ୍କ ଉପରେ କେଉଁ ଦଳର ଷ୍ଟାର ପ୍ରଚାରକଙ୍କ ପ୍ରଭାବ ପଡୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.