ETV Bharat / state

ମଶାରୀ ଭିତରେ ଲୁଚିଥିଲା ନାଗ, ଆଉ ତାପରେ...

author img

By

Published : May 1, 2023, 5:27 PM IST

ଶୋଇବା ଖଟରେ ଲାଗିଥିବା ମଶାରୀ ଭିତରେ ପଶିଥିଲା ଏକ ନାଗ ସାପ । ଶୋଇବା ପୂର୍ବରୁ ମଶାରୀ ଭିତରେ ସାପର ଉପସ୍ଥିତି ଜାଣି ସ୍ନେକ ହେଲ୍ପଲାଇନ ସହାୟତାରେ ଉଦ୍ଧାର କରାଯାଇଛି । ଫଳରେ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି । ଅଧିକ ପଢ଼ନ୍ତୁ

ମଶାରୀ ଭିତରେ ଲୁଚିଥିଲା ନାଗ
ମଶାରୀ ଭିତରେ ଲୁଚିଥିଲା ନାଗ

ମଶାରୀ ଭିତରେ ଲୁଚିଥିଲା ନାଗ

ଭୁବନେଶ୍ବର: ସାବଧାନ ! ଶୋଇବାକୁ ଯିବା ପୂର୍ବରୁ ଶେଜ ଓ ମଶାରୀ ଭିତର ଭଲ ଭାବେ ତନଖି ନିଅନ୍ତୁ । ହୋଇପାରେ, ଶେଜ ଓ ମଶାରୀରେ ଲୁଚି ରହିଥିବ ବିପଦ । ଆଉ ଟିକିଏ ଅସାବଧାନତାରୁ ଚାଲିଯାଇପାରେ ଆପଣଙ୍କ ଜୀବନ । ଏଭଳି ଏକ ଚିତ୍ର ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ତେବେ ମଶାରୀ ଭିତରେ ଫସିଥିବା ନାଗ ସାପ ଉଦ୍ଧାର କରାଯାଇ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ।

ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ଖଣ୍ଡି-ଡେଲାଙ୍ଗ ଗ୍ରାମର ଯଦୁମଣି ମହାନ୍ତି ଗତକାଲି ରାତି ପ୍ରାୟ ସାଢେ ୧୧ଟା ସମୟରେ ତଳେ ବସି ଖାଉଥିଲେ । ଖଟ ଉପରେ ଅଧା ଟଙ୍ଗା ମଶାରୀ ଭିତରେ କିଛି ଗୋଟେ ଖସଖସ ହେବା ଶବ୍ଦ ସେ ଶୁଣିବାକୁ ପାଇଥିଲେ । ଶବ୍ଦ କେଉଁଠୁ ଆସୁଛି ଦେଖିଲା ବେଳକୁ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା । ମଶାରୀ ଭିତରେ ଏକ ନାଗ ସାପ । ନାଗ ସାପଟି ମଶାରୀ ଭିତରୁ ବାହାରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ବାହାରି ପାରୁନାହିଁ । ମଶାରୀ ଭିତରେ ଏପଟ ସେପଟ ହେଉଛି ।

ଅଧା ଖାଇବାରୁ ଉଠି ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ ଯଦୁମଣି । ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ରାତି ୧୨ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଣେ ମଶାରୀ ଭିତରେ ନାଗ ସାପକୁ ଦେଖିବା ପାଇଁ ଯଦୁମଣିଙ୍କ ଘରେ ପଡ଼ୋଶୀଙ୍କ ଭିଡ ଜମି ସାରିଥିଲା । ସୁଶାନ୍ତ ସତର୍କତାର ସହିତ ମଶାରୀ ଭିତରୁ ୪ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ । ଏନେଇ ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କହିଛନ୍ତି,‌ "ସାପ ଅନେକ ସମୟ ହେଲା ମଶାରୀ ଭିତରୁ ବାହାରିବା ପାଇଁ ଚେଷ୍ଟା କରିଛି । ଯାହା ଫଳରେ ମଶାରୀ ଜାଲରେ ଘଷି ହୋଇ ତାର ମୁହଁ ମଧ୍ୟ ଖଣ୍ଡିଆ ହୋଇଯାଇଛି ।"

ସେପଟେ ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, "ସାପ ସମ୍ଭବତଃ ଏକ ମୂଷା ପିଛା କରି ମଶାରୀ ଭିତରେ ପଶି ଯାଇଛି । ଆଉ ବାହାରି ପାରିନାହିଁ । ସୌଭାଗ୍ୟ ବଶତଃ ଯଦୁମଣି ମଶାରୀ ଭିତରେ ସାପର ଉପସ୍ଥିତି ଜାଣି ପାରିଲେ । ତେଣୁ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି । ସାପକୁ ଗାଁ ବାହାରେ ଏକ ଜଙ୍ଗଲରେ ଛାଡି ଦିଆଯାଇଛି ।" ତେବେ ରାତିରେ ଶୋଇବା ପୂର୍ବରୁ ଶେଯ ବିଛାଇବା ବେଳେ କିମ୍ବା ମଶାରୀ ଟାଣିବା ବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ନେକ୍‌ ହେଲ୍ପଲାଇନ ତରଫରୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.