ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଗୁଡୁମ ଠାରେ ଦୁଇ ପରିବାର ଭିତରେ ଖଣ୍ଡଯୁଦ୍ଧ ଘଟି ଦୁଇ ପରିବାରରେ ତିନି ଜଣ ଆହତ ହେବା ସହ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି ।
ସମ୍ପୂର୍ଣ୍ଣ ଘଟଣା ଅନୁସାରେ ଦୁଇ ପରିବାର ଜମି ସୀମାରେ ଥିବା ଏକ ଗଛ କଟାକୁ କେନ୍ଦ୍ରକରି ଆଜି ପ୍ରଥମେ ବଚସା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ହଣାକଟା ପରିସ୍ଥିତି । ତେବେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଅଟକାଇବା ସହିତ ଗୋଟିଏ ପରିବାରର ଦୁଇଜଣ ଓ ଅନ୍ୟ ପରିବାରର ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ