ଖୋର୍ଦ୍ଧା: ନବୀନାବାଗର ଏକ ଭଡ଼ାଘରୁ ସେକ୍ସ ରାକେଟ ଠାବ । ଚଢାଉ କରି ଦୁଇ ଯୁବକ ଓ ଦୁଇ ଯୁବତୀଙ୍କୁ ଅଟକ ରଖିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ । ଅନଲାଇନରେ ଟଙ୍କା ପଠାଇ ଦୁଇ ଯୁବକ ଭଡା ଘରକୁ ଆସିଥିବା ବେଳେ କାବୁ କରିଥିଲେ ସ୍ଥାନୀୟ ଲୋକେ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାନୁଯାୟୀ, ନବୀନାବାଗ ଗ୍ରାମର ଏକ ଭଡା ଘରେ ସେକ୍ସ ରାକେଟ୍ ଚାଲୁଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ । ଏନେଇ ଗତକାଲି(ଗୁରୁବାର) ରାତିରେ ୨ଜଣ ଯୁବକଙ୍କୁ ଭଡା ଘର ନିକଟରୁ କାବୁ କରି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲା । ପଚରାଉଚରାରେ ଉଭୟ ଯୁବକ ଅନଲାଇନରେ ଟଙ୍କା ଦେଇ ଭଡା ଘରକୁ ଆସିଥିବା ସ୍ବୀକାର କରିଥିଲେ । ପରେ ମହିଳା ପୋଲିସଙ୍କ ସହାୟତାରେ ଘରୁ ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ