ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ଜଳୁଛି ସାରା ଓଡ଼ିଶା । ଡହଡହ ଖରାରେ ସନ୍ତୁଳି ହେଉଛନ୍ତି ଓଡ଼ିଶାବାସୀ । ଧୀରେଧୀରେ ଏହାର ପ୍ରକୋପ ଅନୁଭୂତ ହେବାରେ ଲାଗିଛି । ପ୍ରଚଣ୍ଡ ଅଗ୍ନିବର୍ଷାରେ ଜଳୁଛି ରାଜଧାନୀ । ୮ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ଝାଞ୍ଜି ମାଡକୁ ନେଇ ଅସହ୍ୟ ଗରମ ହେବା ସହ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ପ୍ରଚଣ୍ଡ ରୌଦ୍ରତାପ ନେଇ ଆସନ୍ତାକାଲିଠୁ(ଶୁକ୍ରବାର) ୧୫ ତାରିଖ ପର୍ଯ୍ୟନ୍ତ ହିଟ୍ୱେଭ୍ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କାଲି(ଶୁକ୍ରବାର) ପାଇଁ ହିଟ୍ ୱେଭ୍ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର ।
ସେହିପରି ୧୪ ତାରିଖରେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ସମ୍ବଲପୁର, ଅନୁଗୁଳ ଓ ଦେଓଗଡ । ସେହିପରି ୧୫ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବାଲେଶ୍ବର, ସମ୍ବଲପୁର, ଦେବଗଡ, ସୋନପୁର ଓ ବୌଦ୍ଧ ।
ଅଧିକ ପଢ଼ନ୍ତୁ: ମରିଗଲା ମଣିଷପଣିଆ, ଚୋର ସନ୍ଦେହରେ ପିିଟିପିଟି ନେଇ ଗଲେ ଜୀବନ
ତେବେ ଆଗାମୀ ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ଥିବା ବେଳେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ କମିବା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିସହ କିଛିକିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ସବୁଠି ତାତି ସହ ପାଗ ଶୁଖିଲା ଥିବା ବେଳେ ୧୭ଟି ସହରରେ ୪୦ ଡିଗ୍ରୀ ଛୁଇଁଛି ତାପମାତ୍ରା ।
ଅଧିକ ପଢ଼ନ୍ତୁ: Dharmendra Pradhan on By-Poll: ଉପନିର୍ବାଚନ ହେଉଛି କାହିଁକି ? ତାହା ହିଁ ପ୍ରସଙ୍ଗ
ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟରେ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡାରେ 41.4, ସମ୍ବଲପୁରରେ 41.2 ଡିଗ୍ରୀ, ଭୁବନେଶ୍ୱରରେ 40.4ଡିଗ୍ରୀ, ଚାନ୍ଦବାଲିରେ 40°, କେନ୍ଦୁଝରରେ 39.2°, ବାଲେଶ୍ୱରରେ 38.4°, ଗୋପାଳପୁରରେ 34.6°, ପୁରୀରେ 34.2° ଓ ପାରାଦ୍ୱୀପରେ 32.8° ତାପମାତ୍ରା ରେକର୍ଡ଼ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର