ETV Bharat / state

Rukuna Rathayatra 2023: ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

author img

By

Published : Mar 29, 2023, 11:53 AM IST

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ଅଧିକ ପଢନ୍ତୁ

Rukuna Rathayatra 2023
Rukuna Rathayatra 2023
Rukuna Rathayatra 2023

ଭୁବନେଶ୍ବର: ଆଜି ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ଏଥିପାଇଁ ଚଳଚଞ୍ଚଳ ପୁରା ସହର । ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ଦ୍ଧାରିତ ନୀତି ଅନୁଯାୟୀ ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲିଛି । ପହଣ୍ଡି ନୀତି ପାଇଁ ଦିନ ସାଢେ ୧୨ଟାରେ କାର୍ଯ୍ୟକ୍ରମ ରହିଛି । ରଥ ଉପରେ ପୂଜା ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସରିବା ପରେ ରଥ ଟଣା ଆରମ୍ଭ ହେବ । ସେହିପରି ସଂଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି । ପରେ ଲିଙ୍ଗରାଜ ମହାପ୍ରଭୁଙ୍କ ଅନ୍ୟାନ ନୀତିକାନ୍ତି ସମାପନ କରାଯିବ । ରଥଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ କରିବାକୁ ସେବାୟତଙ୍କ ସମେତ ମନ୍ଦିର ପ୍ରଶାସନ, ବିଏମସି, ବିଦ୍ୟୁତ୍‌ ବିଭାଗ, ଜଳ ବିଭାଗ, ରେଡକ୍ରସ ଭଳି ବିଭିନ୍ନ ସଂସ୍ଥା ନିୟୋଜିତ ରହିବେ ।

ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୧୨ ପ୍ଲାଟୁନ ଫୋର୍ସ ସହ ମହିଳା ପୋଲିସ ଅଧିକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷରେ ନିଲାମ ହୋଇଛି ମରିଚି କୁଣ୍ଡ ଜଳ । ବିଶ୍ୱାସ ରହିଛି ସନ୍ତାନ ସନ୍ତତି ହେଉ ନଥିବା ମହିଳା ମରିଚିକୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଇଥାଏ । ଏହା ପରେ ମରିଚିକୁଣ୍ଡ ଜଳ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

ସେପଟେ ରଥ କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟ କିଭଳି ଚାଲିଛି ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଆସି ବୁଲିଦେଖିଛନ୍ତି । ସେବାୟତଙ୍କ ସହ କଥା ହେବା ସହ କାର୍ଯ୍ୟ କେତେ ବାଟ ଆଗେଇଛି ସେନେଇ ତଥ୍ୟ ନେଇଛନ୍ତି । ଆଉ କହିଛନ୍ତି ପାଠ ପ୍ରସ୍ତୁତ ବାସ ରଥ ପ୍ରସ୍ତୁତ ହୋଇଗଲେ ଆମେ ଚଳିତବର୍ଷ ବେଶ ଶୃଙ୍ଖଳିତ ଓ ଧୁମଧାମରେ ମହାପ୍ରଭୁଙ୍କ ରଥ ଯାତ୍ରା ମନାଇବା । ଏଥିପାଇଁ ଖାଲି ଭୁବନେଶ୍ୱରବାସୀ ନୁହେଁ ପୁରା ଓଡିଶା ଚାହିଁ ରହିଛି ପ୍ରଭୁଙ୍କର ଏହି ଯାତ୍ରାକୁ ଦେଖିବା ପାଇଁ ଆଉ ଲିଙ୍ଗରାଜଙ୍କ କରୁଣା ଲାଭ ପାଇଁ । ରଥ ଯାତ୍ରାକୁ ନେଇ ବିଏମସି ମଧ୍ୟ ପ୍ରସ୍ତୁତ ରହିଛି । ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସମସ୍ତ ପ୍ରକାର ସହଯୋଗ କରିବା ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

ସେହିପରି ଗତବର୍ଷ ଲିଙ୍ଗରାଙ୍କର ରଥଯାତ୍ରାରେ ନୀତିକାନ୍ତିରେ ବିଳମ୍ବ ହୋଇଥିବା ବେଳେ ଚଳିତ ବର୍ଷ ତାହା କିପରି ପୁନରାବୃତ୍ତି ନହେବ ସେନେଇ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ଯାଏ ସମସ୍ତେ ସଚେତନ ଅଛନ୍ତି ବୋଲି କହିଛି ମନ୍ଦିର ପ୍ରଶାସନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.