ETV Bharat / state

ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡି ସମ୍ଭାବନା - dense fog in Odisha

Dense fog in Odisha: ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡି ସମ୍ଭାବନା । ଏନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Dense fog in Odisha
Dense fog in Odisha
author img

By ETV Bharat Odisha Team

Published : Jan 6, 2024, 8:34 PM IST

ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡି ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡି ସମ୍ଭାବନା । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବାୟୁ ଚଳାଚଳର ନିଷ୍କ୍ରିୟତା ଓ ନିର୍ମଳ ଆକାଶ ଯୋଗୁଁ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବା ବେଳେ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ଶୀତ ସହ ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଥିବା ବେଳେ କୋରାପୁଟ, ଦାରିଙ୍ଗିବାଡି, ଫୁଲବାଣୀ, ଜି ଉଦୟଗିରି ଓ ସିମିଲିଗୁଡା ଏହି ୫ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦ରୁ ୨୦୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ସମତଳ ଅଞ୍ଚଳରେ ଫୁଲବାଣୀରେ ୯.୦ ଡିଗ୍ରୀ ସର୍ବନିମ୍ନ ଓ ପାହାଡିଆ ଅଞ୍ଚଳରେ ଜି ଉଦୟଗିରିରେ ୬.୨ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକରେ ୨୮.୨ ଓ ଭୁବନେଶ୍ବରରେ ୨୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଏହା ବି ପଢନ୍ତୁ- ୨୪ ଘଣ୍ଟାରେ ବର୍ଷା ସମ୍ଭାବନା, ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବା ବେଳେ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, କଟକ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ସେହିପରି ଆସନ୍ତାକାଲି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଥିବା ବେଳେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ଜାରି ରହିବ ବୋଲି ପୂର୍ବାନୁମାନ କରିଛି।

ସେହିପରି କଟକ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ନିୟାମକ ସକ୍ରିୟ ନଥିବା ବେଳେ ପାଗରେ ସେଭଳି କିଛି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ କିଛି ପରିବର୍ତ୍ତନ ହେବ ନାହିଁ ଅର୍ଥାତ ୧୧ରୁ ୧୫ ଡିଗ୍ରୀ ସର୍ବାଧିକ ତାପମାତ୍ରା ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.