ETV Bharat / state

ତ୍ବରିତ ସେବା ଯୋଗାଇବାକୁ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପରାମର୍ଶ

ବୈଠକରେ ରାଜସ୍ବ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ୫-‘ଟି’ ଆଧାରରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ପରାମର୍ଶ ଦେଇଛନ୍ତି । ଏହା ସହ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣ ଯେପରି ଭଲ ଅନୁଭବ ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଜମିଜମା ମାମଲାଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା, ଦାଖଲ ଖାରଜ ମାମଲା ତୁରନ୍ତ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ତ୍ବରିତ ସେବା ଯୋଗାଇବାକୁ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପରାମର୍ଶ
ତ୍ବରିତ ସେବା ଯୋଗାଇବାକୁ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପରାମର୍ଶ
author img

By

Published : May 31, 2023, 10:59 PM IST

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ରାଜସ୍ବ ସେବା ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ପରାମର୍ଶ ଦେଇଛନ୍ତି ।

ବୈଠକରେ ରାଜସ୍ବ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ୫-‘ଟି’ ଆଧାରରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ପରାମର୍ଶ ଦେଇଛନ୍ତି । ଏହା ସହ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣ ଯେପରି ଭଲ ଅନୁଭବ ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଜମିଜମା ମାମଲାଗୁଡିକର ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା, ଦାଖଲ ଖାରଜ ମାମଲା ତୁରନ୍ତ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆୟ, ଜାତିଗତ ଭଳି ବିଭିନ୍ନ ପ୍ରମାଣପତ୍ର ସମୟ ସୀମା ମଧ୍ୟରେ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଜନସାଧାରଣମାନଙ୍କ ମତାମତକୁ ଗୁରୁତ୍ବ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ପ୍ରତି ସପ୍ତାହରେ ଏ ସଂପର୍କରେ ଜିଲ୍ଲାସ୍ତରୀୟ ସମୀକ୍ଷା କରିବା ଉପରେ ରାଜସ୍ବ କମିଶନର ଗୁରୁତ୍ବାରୋପ କରିଥିଲେ । ସେହିଭଳି ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମଧ୍ୟ କୁହାଯାଇଛି । ଏଥିସହ ରାଜସ୍ବ ଆଦାୟ ଲକ୍ଷ ପୂରଣ ନିମନ୍ତେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀ ରଞ୍ଜନ ସେଠୀ, ସମସ୍ତ ତହସିଲଦାର ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ, ବିନା ମୂଲ୍ୟରେ ଏବଂ ସ୍ଵ-ଘୋଷଣା ଆଧାରରେ ବିବିଧ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଉଛି । ପଞ୍ଜୀକୃତ ଦଲିଲ ଏବଂ ଜମି ପଟ୍ଟା ଡାକ ମାଧ୍ୟମରେ ପ୍ରେରଣ ହେଉଛି । ଧାର୍ଯ୍ୟ ସମୟରେ ପଞ୍ଜିକରଣ କରାଇବା ପାଇଁ ସ୍ଲଟ ବୁକିଙ୍ଗ ବ୍ୟବସ୍ଥା । ନିର୍ବିବାଦୀୟ ଦାଖଲ ଖାରଜ ମାମଲାର ୭ ଦିନ ମଧ୍ୟରେ ଫଇସଲା ହେଉଛି । ୫-ଟିର ରୂପାନ୍ତରିକରଣ କାର୍ଯ୍ୟ ଗୁଡିକ ମଧ୍ୟରୁ ବିଭାଗର ୩୪ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ । ୫-ଟି କାର୍ଯ୍ୟାନ୍ବୟନ ପରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ରାଜସ୍ବ ସେବା ପ୍ରଦାନରେ ଲୋକଙ୍କର ସୁବିଧାକୁ ଆଖି ଆଗରେ ରଖି ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ରାଜସ୍ବ କାର୍ଯ୍ୟାଳୟ ମାନଙ୍କରେ ନାଗରିକ ମାନଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଯଥା ସମ୍ଭବ କମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.