ETV Bharat / state

କୁଆଖାଇ ନଦୀରୁ ବିରଳ ଆଲବିନୋ କଇଁଛ ଉଦ୍ଧାର, ସ୍ବାସ୍ଥ୍ୟ ପରୀକ୍ଷା ପରେ ବନ ବିଭାଗକୁ ହେବ ହସ୍ତାନ୍ତର

author img

By

Published : Jan 20, 2023, 8:57 PM IST

ଭୁବନେଶ୍ବର ପାଣ୍ଡରା ନିକଟସ୍ଥ କୁଆଖାଇ ନଦୀରୁ ଉଦ୍ଧାର ହେଲା ବିରଳ ଆଲବିନୋ ଭାରତୀୟ ପଙ୍କୁଆ କଇଁଛ । ନଦୀରେ ମାଛ ଧରିବା ପାଇଁ ପଡ଼ିଥିବା ସୂତି କଣ୍ଟାରେ ଏହି ବିରଳ ପ୍ରଜାତିର କଇଁଛ ପଡ଼ିଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆସି ଏହାକୁ ଉଦ୍ଧାର କରିଛନ୍ତି । ଶନିବାର ଓୟୁଏଟି ଭେଟନାରୀ କଲେଜରେ କଇଁଛର ସ୍ବାସ୍ଥ୍ୟ ପରୀକ୍ଷା ପରେ ବନ ବିଭାଗକୁ ହସ୍ତାନ୍ତର କରାଯିବ । ଅଧିକ ପଢ଼ନ୍ତୁ

କୁଆଖାଇ ନଦୀରୁ ବିରଳ ଆଲବିନୋ କଇଁଛ ଉଦ୍ଧାର
କୁଆଖାଇ ନଦୀରୁ ବିରଳ ଆଲବିନୋ କଇଁଛ ଉଦ୍ଧାର
କୁଆଖାଇ ନଦୀରୁ ବିରଳ ଆଲବିନୋ କଇଁଛ ଉଦ୍ଧାର

ଭୁବନେଶ୍ବର: କୁଆଖାଇ ନଦୀରୁ ଉଦ୍ଧାର ହୋଇଛି ଏକ ବିରଳ କଇଁଛ । ପାଣ୍ଡରା ନିକଟସ୍ଥ କୁଆଖାଇ ନଦୀରୁ ଏକ ବିରଳ ଆଲବିନୋ ଭାରତୀୟ ପଙ୍କୁଆ କଇଁଛ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଆସନ୍ତାକାଲି(ଶନିବାର) ଓୟୁଏଟି ଭେଟନାରୀ କଲେଜରେ କଇଁଛର ସ୍ବାସ୍ଥ୍ୟ ପରୀକ୍ଷା ହେବ । ସ୍ବାସ୍ଥ୍ୟ ପରୀକ୍ଷା ପରେ କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବର ପାଣ୍ଡରା ନିକଟସ୍ଥ କୁଆଖାଇ ନଦୀରୁ ଶୁକ୍ରବାର ଉଦ୍ଧାର ହୋଇଛି ଏହି ବିରଳ କଇଁଛ । ଗୁରୁବାର ଜଣେ ବ୍ୟକ୍ତି ମାଛ ଧରିବା ପାଇଁ ନଦୀରେ ସୂତି ପକାଇଥିଲେ । ତେବେ ଶୁକ୍ରବାର ସକାଳୁ ସୂତି କଣ୍ଟାରେ ଲାଗିଥିଲା ଏକ ଅଜବ ରଙ୍ଗର କଇଁଛ । ଏହି କଇଁଛକୁ ଦେଖିବାକୁ ପାଖଆଖ ଲୋକଙ୍କର ମଧ୍ୟ ଭିଡ଼ ଜମିଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରମଜିତ ବେହେରା କଇଁଛଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର କଇଁଛକୁ ସ୍ନେକ ହେଲପ ଲାଇନ କାର୍ଯ୍ୟାଳୟକୁ ଆଣିଛନ୍ତି ଅମରଜିତ । ସ୍ନେକ୍‌ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି କଇଁଛକୁ ଏକ Albino Indian SoftShell Turtle ବା ଆଲବିନୋ ଭାରତୀୟ ପଙ୍କୁଆ କଇଁଛ ବୋଲି ଚିହ୍ନଟ କରିଛନ୍ତି ।

ଉଦ୍ଧାର ହୋଇଥିବା ଏହି କଇଁଛର ରଙ୍ଗ ହାଲୁକା ହଳଦିଆ ହୋଇଥିବା ବେଳେ ଆଖି ଦୁଇଟି ଗୋଲାପି । ଆଲବିନୋ କଇଁଛ ପ୍ରକୃତିରେ ଅତ୍ୟନ୍ତ ବିରଳ । ଆସନ୍ତାକାଲି ଓୟୁଏଟି ଭେଟନାରୀ କଲେଜରେ ଏହି ଆଲବିନୋ କଇଁଛର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସ୍ବାସ୍ଥ୍ୟ ପରୀକ୍ଷା ପରେ କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଶୁଭେନ୍ଦୁ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.