ETV Bharat / state

ରାଜ୍ୟ ସଂଗ୍ରହାଳୟରେ ରଜ ମଉଜ, ଦୋଳି ଖେଳିଲେ ମେୟର - ରାଜ୍ୟ ସଂଗ୍ରହାଳୟ

ରାଜ୍ୟ ସଂଗ୍ରହାଳୟରେ ଲୋକକଳା ଦିବସ ଏବଂ ରଜ ଉତ୍ସବ । ଦୋଳି ଖେଳିଲେ ମେୟର । ଅଧିକ ପଢନ୍ତୁ

raja festival celebration in  state museum

author img

By

Published : Jun 15, 2023, 9:00 AM IST

raja festival celebration in state museum

ଭୁବନେଶ୍ବର: ରଜ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ସଂଗ୍ରହାଳୟ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରାଜ୍ୟ ସଂଗ୍ରହାଳୟ ମିଳିତ ସହଯୋଗରେ ଏଠାରେ ଲୋକକଳା ଦିବସ ଏବଂ ରଜ ଉତ୍ସବ ପାଳିତ ହୋଇଯାଇଛି । ପହିଲି ରଜରେ ରାଜ୍ୟ ସଂଗ୍ରହାଳୟରେ ବିଭିନ୍ନ ସ୍ଥାନରେ ଦୋଳି ଲଗାଯାଇଥିଲା । ଏହାଛଡା ଉଦ୍ୟାନ ମଝିରେ ସ୍ଥାପିତ ହୋଇଥିବା ମହାପ୍ରଭୁଙ୍କ ରଥ ଚକା ଓ ଚତୁର୍ଦ୍ଧା ମୂର୍ତ୍ତି ପରିବେଶକୁ ଆହୁରି ଆକର୍ଷିତ କରୁଥିଲା । ଓଡ଼ିଶୀ ନୃତ୍ୟ ସାଙ୍ଗକୁ ପୁରୀର ସାହି ଯାତ ସମ୍ବଲପୁରୀ, ଯୋଡ଼ି ମହୁରୀ ବାଜାରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ପରିବେଶ । ଏଠାରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଦୋଳି ଖେଳିଥିବା ଦେଖିବାକୁ ମିଳିଥିଲା।

ସେହିପରି ସଂଗ୍ରହାଳୟ ଉଦ୍ୟାନରେ ସ୍ଥାପିତ ହୋଇଥିଲେ ଗ୍ରାମଦେବତୀ । ଗ୍ରାମଦେବତୀଙ୍କୁ ପାଖରେ କୃଷିରେ ବ୍ୟବହାର ହେଉଥିବା ଦ୍ରବ୍ୟ ଯେପରିକି ଲଙ୍ଗଳ, କୋଦାଳ ପ୍ରମୁଖ ରଖାଯାଇଥିଲା । ଏହାର ଚାରିପାଖକୁ ଫୁଲରେ ସଜାଯାଇଥିଲା । ସଂଗ୍ରହାଳୟର ସବୁ ଗ୍ୟାଲେରୀରେ ଦୋଳି ଲାଗିଥିବା ବେଳେ କୁଆଁରୀ ମାନେ ଦୋଳି ଖେଳିଥିଲେ । ସକାଳ ସମୟରେ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ର, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଯୋଗ ଦେଇଥିଲେ ।

ସେହିପରି ସନ୍ଧ୍ୟାରେ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭାଗୀୟ ନିର୍ଦେଶକ ଦିଲ୍ଲୀପ ରାଉତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, ଯୁଗ୍ମ ସଚିବ ଅତସି ଦାସ, ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ସାହିତ୍ୟ ଏକାଡେମୀ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ମଧ୍ୟ ସାମିଲ ହୋଇଥିଲେ।

ଏନେଇ ସାହିତ୍ୟ ଏକାଡେମୀ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ କହିଛନ୍ତି ଯେ, ଲୋକ କଲାକୁ ଗୁରୁତ୍ବ ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଠାରେ ଏସଏଚଜି ଗ୍ରୁପର ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଭିଜିଟର୍ସଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଲୋକକଳା ଦିବସ ଏବଂ ରଜ ଉତ୍ସବରେ ବହୁ ଅତିଥି ସାମିଲ ହୋଇଥିଲେ। ଦୋଳି ଆଗାମୀ ଏକ ମାସ ପର୍ଯ୍ୟନ୍ତ ରହିବ । 5 ଦିନ ପର୍ଯ୍ୟନ୍ତ ଖୁବ ଧୁମଧାମରେ ପାଳନ ହେବ ରଜ ଉତ୍ସବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.