ETV Bharat / state

ଚଳନ୍ତା ଟ୍ରେନରୁ ଖସିପଡିଲେ ରେଳ କର୍ମଚାରୀ, ଦୁଇଖଣ୍ଡ ହୋଇଗଲା ଶରୀର - ଚଳନ୍ତା ଟ୍ରେନରୁ ଖସିପଡିଲେ ରେଳ କର୍ମଚାରୀ

ଟ୍ରେନରୁ ଖସିପଡିବାରୁ ରେଳ କର୍ମଚାରୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନିରାକାରପୁର ରେଳ ଷ୍ଟେସନରେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 3, 2022, 10:35 PM IST

ଖୋର୍ଦ୍ଧା: ଟ୍ରେନରେ ଯାତ୍ରା ଆରମ୍ଭ କରିବାରୁ ଶେଷ ହୋଇଗଲା ଜୀବନ ଯାତ୍ରା । ଚଳନ୍ତା ଟ୍ରେନରୁ ଖସିପଡିବାରୁ ରେଳ କର୍ମଚାରୀଙ୍କ ମୃତ୍ୟୁ (railway worker dies after fell down from train) । ଏଭଳି ଅଭାବନୀୟ ଘଟଣା ଘଟିଛି ନିରାକାରପୁର ରେଳ ଷ୍ଟେସନରେ । ମୃତ ରେଳ କର୍ମଚାରୀ ଜଣଙ୍କ ହେଉଛନ୍ତି ପୂର୍ବତଟ ରେଳପଥ ବିଭାଗରେ ଓୟାରଲେଶ୍ ମ୍ୟାନ୍ ଭାବରେ କାର୍ଯ୍ୟକରୁଥିବା ରତ୍ନାକର ପଣ୍ଡା । ମେମୁ ଟ୍ରେନରେ ଚଢ଼ୁଥିବା ସମୟରେ ଗୋଡ ଖସିଯିବାରୁ ଟ୍ରେନ ଚକା ତଳକୁ ଚାଲିଯାଇଥିଲେ ରେଳ କର୍ମଚାରୀ ଜଣଙ୍କ। ଫଳରେ ତାଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ୨ୟ ଦିନରେ ଭାରତ ଯୋଡ଼ ଯାତ୍ରା, ଫୁଲନଖରାରୁ ବାହାରିଲା ପଦଯାତ୍ରା

ମିଳିଥିବା ସୂଚନା ଅନୁଯାୟୀ ଆଜି ମେମୁ ଟ୍ରେନରେ ରତ୍ନାକର ପଣ୍ଡା ଚଢ଼ୁଥିବା ସମୟରେ ଦୁର୍ଭାଗ୍ୟ ବଶତଃ ହଠାତ୍ ତାଙ୍କର ଗୋଡ଼ ଖସିଯାଇଥିଲା । ଫଳରେ ସେ ଟ୍ରେନ ଚକା ତଳକୁ ଚାଲିଯାଇଥିଲେ । ଏହାପରେ ଟ୍ରେନ ତାଙ୍କ ଉପରେ ମାଡ଼ିଯିବା ଯୋଗୁଁ ଶରୀର ଦୁଇ ଖଣ୍ଡ ହୋଇଯାଇଥିଲା। ନିରାକାରପୁର ରେଳ ଷ୍ଟେସନର ରେଳ ଲାଇନରେ ମୃତଦେହ ପଡ଼ି ରହିଥିବା ଖବର ପାଇଥିବା ରେଳବାଇ ପୋଲିସ । ଏହାପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.