ଖୋର୍ଦ୍ଧା: ଭିଟାମାଟି ବଞ୍ଚାଇବାକୁ ଧାରଣା । ଜିଲ୍ଲାର ଘର ଓ ଜମି ପଟ୍ଟାର ମାଲିକାନା ସତ୍ତ୍ବେ ଶ୍ରୀ ଜଗନ୍ନାଥ ବିଜେ ଥିବାରୁ ଲୋକେ ଜମି ଜମାକୁ କିଣାବିକା କରିପାରୁ ନାହାନ୍ତି । ଏ ନେଇ ଧାରଣା ଦେଇଛନ୍ତି ନରଣଗଡ ପଞ୍ଚାୟତବାସୀଙ୍କ ଧାରଣା ଦେଇଛନ୍ତି ।
ନରଣଗଡରେ ଥିବା କୁଣ୍ଡ କୁଣ୍ଡି ପାହାଡର ମାଲିକାନା ସତ୍ତ୍ବେ ପଞ୍ଚାୟତବାସୀଙ୍କ ଜମିପଟ୍ଟାର ମାଲିକାନାରେ ରାଜ୍ୟ ସରକାରଙ୍କ ନାମ କରାଯିବାକୁ ପଞ୍ଚାୟତବାସୀ ବିରୋଧ କରିଛନ୍ତି । ଶ୍ରୀ ଜଗନ୍ନାଥ ବିଜେ ଥିବାରୁ ଲୋକେ ଜମି ଜମାକୁ କିଣାବିକା କରିପାରୁ ନାହାନ୍ତି । ଏହାକୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସରକାରଙ୍କର ସବୁ ଫୋରମକୁ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।
ଏନେଇ ବୁଧବାର ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ନରଣଗଡ ଦକ୍ଷିଣଚଣ୍ଡି ମନ୍ଦିରରୁ ଶୋଭାଯାତ୍ରା ବାହାରି କୁଣ୍ଡ କୁଣ୍ଡି ପାହାଡ ଯାଏଁ ପଦଯାତ୍ରା ଓ ଧାରଣା ଦିଆ ହୋଇଛି । ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ଖୋର୍ଦ୍ଧା ତହସିଲଦାର ଏବଂ ପୋଲିସ ପ୍ରଶାସନ ଆସି ଧାରଣାଗତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ