ETV Bharat / state

ମଦଦୁର୍ନୀତି ଓ କଳାଟଙ୍କା ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ - ଆୟକର ରେଡ

Protest by BJP Women Wing : ମଦ ଦୁର୍ନୀତି ଓ ବିପୁଳ ଗଚ୍ଛିତ କଳାଟଙ୍କା ବିରୋଧରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପଦର୍ଶନ । ଅଧିକ ପଢ଼ନ୍ତୁ

ମଦଦୁର୍ନୀତି ଓ କଳାଟଙ୍କା ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

author img

By ETV Bharat Odisha Team

Published : Dec 13, 2023, 8:24 AM IST

ମଦଦୁର୍ନୀତି ଓ କଳାଟଙ୍କା ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ବର: ମଦ ଦୁର୍ନୀତି ଓ ବିପୁଳ ଗଚ୍ଛିତ କଳାଟଙ୍କା ବିରୋଧରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଷ୍ଟର କ୍ୟାଣ୍ଟିନଠାରେ ମହିଳା କର୍ମୀମାନେ ଏକାଠି ହୋଇ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପଦର୍ଶନ କରିଛନ୍ତି । ହାଲ୍ଲାବୋଲ୍‌ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପଦର୍ଶନ କରିଛନ୍ତି । ସରକାରୀ ବିରୋଧୀ ନାରାବାଜି ସହ ମଦ ବେପାରୀଙ୍କ ସହ ସରକାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ବେପାରୀଙ୍କଠାରୁ କୋଟି କୋଟି ଟଙ୍କା ବାହାରୁଥିବା ବେଳେ ରାଜ୍ୟରେ ଦୁଷ୍କର୍ମ ବଢିଛି ବୋଲି କହିଛି ବିଜେପି ।

ଯେଉଁଥିପାଇଁ ୫୦୦ କୋଟି କଳା ଟଙ୍କାର ସାମ୍ରାଜ୍ୟ ବିସ୍ତାରକାରୀଙ୍କୁ ସହଯୋଗକାରୀ ନବୀନ ସରକାରଙ୍କ ବିରୁଦ୍ଧରେ ବିଜେପି ମହିଳା ମୋର୍ଚ୍ଚା ଏହି ବିକ୍ଷୋଭ କରୁଛି ବୋଲି କହିଛି ବିଜେପି । କଳା ଟଙ୍କା ସଞ୍ଚୟରେ ମଧ୍ୟ ରାଜ୍ୟ ସରକାର ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ନବୀନକୁ ଭର୍ତ୍ସନା କରି କହିଛି ଦଳ । ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାରରେ ରାଜ୍ୟ ସରକାର ୧ ନମ୍ୱର । ଓଡ଼ିଶାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ସମୟରେ ବିଭିନ୍ନ ମଦ ଭାଟିରୁ ବିପୁଳ ପରିମାଣରେ କଳା ଟଙ୍କା ଜବତ କରିଛନ୍ତି । ଯେତେ ଗଣିଲେ ବି ସରୁନାହିଁ । ସାରାଦେଶରେ ଏତେ ପରିମାଣର କଳା ଟଙ୍କା ଆଗରୁ କେବେ ଜବତ ହୋଇନଥିଲା । ରାଜ୍ୟରେ ୨୩ ବର୍ଷ ହେଲାଣି ବିଜୁ ଜନତା ଦଳ ସରକାର ଅଛି ।

ଏହା ମଧ୍ୟ ପଢନ୍ତୁ... ମଦ ମାଫିଆଙ୍କ ସହ ସରକାରଙ୍କ ସମ୍ପୃକ୍ତିକୁ ନେଇ ବିଜେପିର ବିକ୍ଷୋଭ

ବିଜେପି କହିଛି, "ଏହି ୨୩ ବର୍ଷରେ କୌଣସି ଦେଶୀ ମଦ ଓ ମହୁଲି ମଦର ଲାଇସେନ୍ସର ରିକ୍ସନ ବା ରେଟେଣ୍ଡରିଂ ହୋଇନାହିଁ । ମଦ ମାଫିଆଙ୍କ ସ୍ବାର୍ଥରେ ଓଡ଼ିଶା ସରକାର ଏହାର ପୁନଃ ନିଲାମ ପ୍ରକ୍ରିୟା କଲେ ନାହିଁ । ଯାହା ଫଳରେ ମଦ ମାଫିଆମାନେ ଆହୁରି ମାଲାମାଲ ହେଲେ ଆଉ ଏପଟେ ଓଡ଼ିଶାରେ ମଦର ବନ୍ୟା ହେଲା । ଏହା ହେଉଛି ଏକ ସରକାରୀ ପ୍ରାୟୋଜିତ ଷଡ଼ଯନ୍ତ୍ର । ମଦ ବିରୋଧରେ ଲଢ଼ିବା ପାଇଁ ଏବେ ଓଡ଼ିଶାର ମହିଳା ମାନେ ଏକାଠି ହେଲେଣି । ମହିଳାମାନେ ଏବେ ଓଡ଼ିଶା ସରକାରଙ୍କ ମଦ ପ୍ରସାର ବିରୋଧର ଲଢ଼ିବା ପାଇଁ ଯାଉଛନ୍ତି । ଦେଶବାସୀଙ୍କୁ ବିକାଶର ଗ୍ୟାରେଣ୍ଟି ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିଗ୍ରସ୍ତ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଅସୁଲ କରିବାର ଗ୍ୟାରେଣ୍ଟି ଦେଇଛନ୍ତି ।"

ମୋଦିଙ୍କ ଗ୍ୟାରେଣ୍ଟି ହେଉଛି ଲୁଟ୍‌ ହୋଇଥିବା ଏହି ଟଙ୍କା ସାଧାରଣ ଲୋକଙ୍କୁ ଫେରାଜିବ । ବିଜୁ ଜନତା ଦଳ ସରକାରର ଜନ ବିରୋଧୀ ନୀତି ପାଇଁ ଆଜି ଓଡିଶା ସାରା ଦେଶରେ ନିନ୍ଦିତ ହୋଇଛି । ଓଡ଼ିଶାରେ ମଦର ପ୍ରସାର ଯାହାକି ରାଜ୍ୟ ସରକାରଙ୍କ ମହିଳାବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଏଭଳି ମହିଳା ବିରୋଧୀ ସରକାର ବେଶୀ ଦିନ ନାହିଁ ଚାଲି ପାରିବ ନାହିଁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.