ETV Bharat / state

ବାଣପୁର ସବଜେଲରେ ବିଚରାଧୀନ କଏଦୀର ମୃତ୍ୟୁ, ସୁରକ୍ଷା ଉପରେ ପ୍ରଶ୍ନବାଚୀ - ବାଣପୁର ସବଜେଲ

ବାଣପୁର ସବଜେଲରେ ଜଣେ ବିଚରାଧୀନ କଏଦୀର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଜେଲ୍ ପରିସରରେ କଏଦୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ବାଣପୁର ସବଜେଲରେ ବିଚରାଧୀନ କଏଦୀର ମୃତ୍ୟୁ, ସୁରକ୍ଷା ଉପରେ ପ୍ରଶ୍ନବାଚୀ

author img

By

Published : Nov 20, 2020, 5:30 AM IST

ଖୋର୍ଦ୍ଧା: ବାଣପୁର ସବଜେଲରେ ଜଣେ ବିଚରାଧୀନ କଏଦୀର ମୃତ୍ୟୁ ହୋଇଛି । ଗୁରୁବାର ସନ୍ଧ୍ୟାରେ କଏଦୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜେଲ୍ କର୍ତ୍ତୃପକ୍ଷ କୋଶଳ ପଦ୍ମିନୀ ଦଳବେହେରା । ମୃତ ବିଚରାଧୀନ କଏଦୀର ନାଁ ଶିବୁନ୍ କୁସ ହୋଇଥିବାବେଳେ ସେ ଆସାମର ବାସିନ୍ଦା ବୋଲି ଜଣାପଡିଛି ।

ଶିବୁନ ବୁଧବାର ଝାରପଡା ଜେଲରୁ ବାଣପୁର ସବଜେଲକୁ ସ୍ଥାନାନ୍ତର ହୋଇଥିଲା । ବାଣପୁର ସବଜେଲର ପ୍ରଥମ ମହଲାରୁ ଅସାବଧାନତା କାରଣରୁ ଖସିପଡିଥିଲ। । ତୁରନ୍ତ ତାକୁ ଜେଲ କର୍ମଚାରୀ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଯିବା ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ଜେଲ୍ ପରିସରରେ କଏଦୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.