ETV Bharat / state

୧୦ରେ RD ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନସୂଚକ ଉପାଧି ମିଳିବ - ରମାଦେବୀ ବିଶ୍ଵବିଦ୍ୟାଳୟ

୨ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରମାଦେବୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି
ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି
author img

By

Published : Feb 8, 2023, 6:34 PM IST

୧୦ରେ RD ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନସୂଚକ ଉପାଧି ମିଳିବ

ଭୁବନେଶ୍ବର: ଆସନ୍ତା ଶୁକ୍ରବାର ରମାଦେବୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯିବ । ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧିଦିଆଯିବ । ଏହା ସହ ୭୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ବେଷ୍ଟ ସାଇନ୍ସ, କମର୍ସ, ଆର୍ଟସ ଏବଂ ବେଷ୍ଟ ୟୁନିଭରସିଟି ଗ୍ରାଜୁଏଟ ୨୦୨୨ଙ୍କୁ ସମ୍ମାନିତ କରାଯିବ । ରମାଦେବୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୧୦ ତାରିଖ ଦିନ ୪ଟା ୧୫ ସମୟରେ ରାଷ୍ଟ୍ରପତି ରମାଦେବୀ ବିଶ୍ବବିଦ୍ୟାଳୟରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ରଖିବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିବେ । ଏହି ସମାବର୍ତ୍ତନ ଉତ୍ସବରେ ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧିଦିଆଯିବ । ଡ଼. ସୌମ୍ୟ ସ୍ବାମୀନାଥନଙ୍କୁ ଡିଏସସି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣ୍ଣମାସି ଜାନିଙ୍କୁ ଡିଲିଟ, ପଦ୍ମଶ୍ରୀ ସୁନିଥା କ୍ରିଷ୍ଣନଙ୍କୁ ଡିଲିଟ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ ଡିଲିଟ ସମ୍ମାନରେ ସମ୍ମାନିତ କରାଯିବ । ଯଥାକ୍ରମେ ସାଇନ୍ସ ଓ ଟେକ୍ନୋଲୋଜି, କ୍ରିଏଟିଭ ଲିଟରେଚର ଏବଂ ସୋସିଆଲ ୱାର୍କ ସୋସିଆଲ ସର୍ଭିସ ଏବଂ ଓମେନ୍ ଏମ୍ପାୱରମେଣ୍ଟ, କ୍ଲାସିକାଲ ଡ୍ୟାନ୍ସ, ଆର୍ଟ ଏବଂ କଲଚର ପାଇଁ ସମ୍ମାନିତ ହେବେ । ଏହା ସହ ୭୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ବେଷ୍ଟ ସାଇନ୍ସ, କମର୍ସ, ଆର୍ଟସ ଏବଂ ବେଷ୍ଟ ୟୁନିଭରସିଟି ଗ୍ରାଜୁଏଟ ୨୦୨୨ଙ୍କୁ ସମ୍ମାନିତ କରାଯିବ ।

୨ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶାରେ ରହିବେ ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବା ପରେ ରମାଦେବୀ ବିଶ୍ବବିଦ୍ୟାଳୟର ଏହା ତାଙ୍କର ପ୍ରଥମ ଗସ୍ତ । ନିଜେ ପଢ଼ୁଥିବା ବିଶ୍ବବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ରାଷ୍ଟ୍ରପତି । ଏନେଇ ବିଶ୍ବବିଦ୍ୟାଳୟ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି । ୧୦ ତାରିଖରେ ରମାଦେବୀର ୨ୟ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଦିନ ୪ଟାରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି । ରମାଦେବୀ ବିଶ୍ବବିଦ୍ୟାଳୟର ଏକ ଘଣ୍ଟା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହା ସହ ୨୮ ଜଣ ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଦେବା ସହ ଛାତ୍ରୀମାନଙ୍କୁ ଉଦବୋଧନ ମଧ୍ୟ ଦେବେ । ଏହା ସହ ଉତ୍କଳ ମଣ୍ଡପଠାରେ ରାଷ୍ଟ୍ରପତିଙ୍କର ମଧ୍ୟ ଏକ କାର୍ଯ୍ୟକ୍ରମ ରହିଛି । ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରମାଦେବୀ ବିଶ୍ଵବିଦ୍ୟାଳୟରେ ୧୯୭୫ ମସିହାରୁ ୧୯୭୯ ମସିହା ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ଏଠାରେ ପଢୁଥିଲେ । ୨ ଦିନିଆ ଓଡିଶା ଗସ୍ତରେ ମହାମହିମ ୧୧ ତାରିଖ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ସହ କଟକ ସ୍ଥିତ ଧାନ ଗବେଷଣା କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.