ETV Bharat / state

President Odisha Visit: ମେଡିକାଲ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ବାନ, ଗାଁ ଗହଳି ଲୋକଙ୍କୁ ସେବା ଦେବାକୁ ଆଗଭର ହୁଅ

author img

By

Published : Jul 26, 2023, 7:38 AM IST

ଓଡିଶା ଗସ୍ତରେ ଆସିଛନ୍ତି ମାଟି ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନରେ ଅତୁଟ ବନ୍ଧନ ଅନୁୁଷ୍ଠାନ ସହାୟତାରେ ପଢୁଥିବା ମେଡିକାଲ ଛାତ୍ରୀଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମହାମହିମ । ଅଧିକ ପଢନ୍ତୁ

President Droupadi Murmu Odisha Visit
President Odisha Visit

Droupadi Murmu addressed medical students

ଭୁବନେଶ୍ବର: 3 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନରେ ଅତୁଟ ବନ୍ଧନ ଅନୁୁଷ୍ଠାନ ସହାୟତାରେ ପଢୁଥିବା ମେଡିକାଲ ଛାତ୍ରୀଛାତ୍ରୀଙ୍କୁ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି । ଅତୁଟ ବନ୍ଧନର କାର୍ଯ୍ୟକ୍ରମରେ ସାମିଲ ହୋଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହିତ ଗାଁ ଗହଳିକୁ ଯାଇ ଲୋକଙ୍କ ସେବା କରିବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

President Droupadi Murmu Odisha Visit
President Odisha Visit

ଓଡିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପିତ ରାଜଭବନରେ ଅତୁଟ ବନ୍ଧନ ଅନୁଷ୍ଠାନ କର୍ମକର୍ତ୍ତା ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେମାନଙ୍କ ସହ କଥା ହୋଇ ସେମାନଙ୍କୁ ପ୍ରେରଣା ଦେଇଛନ୍ତି ରାଷ୍ଟ୍ରପତି ଦୌର୍ପଦୀ ମୁର୍ମୁ । ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି, ''ଏ ନାମଟି ମୋତେ ଭାରି ଭଲ ଲାଗିଲା ଅତୁଟ ବନ୍ଧନ ଯାହା କେବେ ଛିଡିବ ନାହିଁ । ଯେଉଁ ଛାତ୍ରଛାତ୍ରୀ ଟଙ୍କା ଅଭାବରୁ ମେଡିକାଲ୍ ପଢ଼ି ପାରୁନଥିଲେ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ଦାୟିତ୍ବ ବହନ କରିଛି ଅତୁଟ ବନ୍ଧନ ଭଳି ଏକ ଅନୁଷ୍ଠାନ । ଅର୍ଥାଭାବରୁ ଅନେକ ପ୍ରତିଭା ଲୋକଲୋଚନକୁ ଆସି ପାରୁ ନାହାନ୍ତି ସେମାନଙ୍କୁ ଆଗକୁ ଆଣିଛି ଅତୁଟ ବନ୍ଧନ । ବଣମଲ୍ଲୀକୁ ବଣରେ ମଉଳିବାକୁ ଦେଉନାହିଁ ଅତୁଟ ବନ୍ଧନ ଅନୁଷ୍ଠାନ । ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟର ହାତ ବଢାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ''

President Droupadi Murmu Odisha Visit
President Odisha Visit

ଅତୁଟ ବନ୍ଧନରେ ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇ ରାଷ୍ଟ୍ରପତି କହିଛନ୍ତି, ସମାଜ ପାଇଁ ସ୍ବାସ୍ଥ୍ୟସେବା ଗୁରୁତ୍ବପୂର୍ଣ୍ଣ । ଆମ ରାଜ୍ୟରେ ତଥା ଦେଶରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଡାକ୍ତର ହେବା ଆବଶ୍ୟକ । ନିଜ ଜୀବନରେ ପ୍ରତିଷ୍ଠିତ ହୁଅ । ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଅ । ଯେଉଁମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଥିଲେ ସେମାନଙ୍କୁ ଆଗକୁ ଆଣିବାକୁ ଚେଷ୍ଟା କର । ନିଜର ଉନ୍ନତି କରିବା ସହିତ ଦେଶର ଉନ୍ନତି କର । ଡାକ୍ତର ହେବା ପରେ ଗାଁ ଗହଳିକୁ ଯାଇ ଲୋକଙ୍କ ସେବା କର । ଗାଁରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଆଗଭର ହୁଅ । କାରଣ ଭାରତ କହିଲେ ଗାଁକୁ ବୁଝାଏ । ତେଣୁ ଗାଁ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପରମ କର୍ତ୍ତବ୍ୟ ହେବା ଉଚିତ ।''

ଏହା ବି ପଢନ୍ତୁ...President Odisha Visit: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବର୍ତ୍ତମାନ 'ଅତୁଟ ବନ୍ଧନ' ଅନୁଷ୍ଠାନ ଦ୍ବାରା ୫୨ଜଣ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢି ଡ଼ାକ୍ତର ହେବାର ସ୍ବପ୍ନକୁ ସାକାର କରିଛନ୍ତି । ଏହି ଭଳି ଗରିବ ପିଲାଙ୍କୁ ସାହାଯ୍ୟ କରିଥିବା ଅନୁଷ୍ଠାନକୁ ରାଷ୍ଟ୍ରପତି ଭୂରି ଭୂରି ପ୍ରଶଂସା କରିବା ସହ ଆଗକୁ ଅନେକ ପିଲାଙ୍କ ସ୍ବପ୍ନ କିପରି ପୂରଣ କରି ହେବ ସେ ନେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଉତ୍ସାହିତ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ 'ଅତୁଟ ବନ୍ଧନ' ଅନୁଷ୍ଠାନ ପ୍ରତିଷ୍ଠାତା ପ୍ରୀତିଶ ଚନ୍ଦ୍ର ବାସା ଓ ଅନ୍ୟାନ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.