ETV Bharat / state

ଶ୍ରାବଣର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର - devotees in bhubaneswar

ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବାବେଳେ ଆସନ୍ତାକାଲି ସୋମବାର ଥିବାରୁ ଏକାମ୍ରକ୍ଷେତ୍ରକୁ ଆସିବେ ଲକ୍ଷ ଲକ୍ଷ ଭକ୍ତ । ଏଥିପାଇଁ ବିଏମସି ଏବଂ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଅଧିକ ପଢନ୍ତୁ

କାଉଡିଆ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
କାଉଡିଆ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
author img

By

Published : Jul 9, 2023, 9:40 PM IST

କାଉଡିଆ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବାବେଳେ ଆସନ୍ତାକାଲି ସୋମବାର ଥିବାରୁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । ରାସ୍ତାରେ କାଉଡିଆ ଭକ୍ତ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳୁଛି । ତେବେ ଚଳିତ ଥର ଯୋଡ଼ା ଶ୍ରାବଣ ରହିଛି । ଅର୍ଥାତ ଦୁଇ ମାସ ଧରି ଶ୍ରାବଣ ମାସ ରହିଥିବାବେଳେ ଆସନ୍ତାକାଲିର ସୋମବାର ହିଁ ଶ୍ରାବଣ ପ୍ରଥମ ସୋମବାର ଭାବେ ପାଳନ ହେଉଛି । ଏଥିପାଇଁ ବିଏମସି ଏବଂ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି ।

କାଉଡିଆ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
କାଉଡିଆ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ତେବେ ରାତି ପାହିଲେ ଏକାମ୍ରକ୍ଷେତ୍ରକୁ ଆସିବେ ଲକ୍ଷଲକ୍ଷ ଭକ୍ତ । ଚଳିତ ଥର ଶ୍ରାବଣ ମାସ ଦୁଇ ମାସ ଧରି ପାଳନ ହେବ। ଏଥିପାଇଁ କାଉଡ଼ିଆମାନେ ମୁଖ୍ୟତଃ ପ୍ରଥମ ସୋମବାର ଅର୍ଥାତ୍ ୧୦ ତାରିଖରେ ଆସିବାକୁ ଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାନସିକ ପୁରା କରିବାକୁ ବହୁ ଦୂର ଦୂରାନ୍ତରରୁ ଭକ୍ତମାନେ କାନ୍ଧରେ ପାଣି ଭାର ବୋହି ଆସିବାକୁ ଥିବାବେଳେ ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ଏଥର ସମୟ ପୂର୍ବରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଯୋଡ଼ା ମାସ ହେତୁ ୧୦ ତାରିଖ, ୧୭ ତାରିଖ ଓ ଅଗଷ୍ଟ ମାସ ୨୧ ଓ ୨୮ ତାରିଖ ସୋମବାର ଦିନ ଲିଙ୍ଗରାଜଙ୍କ ପାଖରେ ଜଳଲାଗିର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ଭୋର ୩ଟାରୁ ମନ୍ଦିର ଦ୍ୱାର ଖୋଲାଯିବା ସହ ୩ଟା ୩୦ରେ ଆଳତି, ଅବକାଶ ନୀତି ପରେ ୪ଟା ସୁଦ୍ଧା ସାହାଣମେଲା ଦର୍ଶନ କରାଯିବ। କାଉଡ଼ିଆ ପାଣି ଢାଳିବା ପର୍ଯ୍ୟନ୍ତ ଭକ୍ତ ସାହାଣ ଦର୍ଶନ କରିପାରିବେ ବୋଲି କହିଛନ୍ତି ମନ୍ଦିର ସେବାୟତ । ସେପଟେ ଶ୍ରାବଣ ସୋମବାର ପାଇଁ ବିଏମସି ଏବଂ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛନ୍ତି । ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି 4ଟି ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି । WATCO ପକ୍ଷରୁ ୩ଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଭକ୍ତ ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ସହ ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ କାଉଡ଼ିଆମାନଙ୍କୁ ଚାଲିବା ପାଇଁ ଯେମିତି ସମସ୍ୟା ନହୁଏ ସେଥିପାଇଁ ଖାଲୁଆ ସ୍ଥାନରେ ବାଲି ପକାଇବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିଛି ବିଏମସି । ସେହିଭଳି ପ୍ରଶାସନ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।

ଏହା ମଧ୍ୟ ପଢନ୍ତୁ...କାଲି ଶ୍ରାବଣ ମାସ ପ୍ରଥମ ସୋମବାର, ଗଡ଼ଗଡ଼ିଆରେ କାଉଡ଼ିଆଙ୍କ ପ୍ରବଳ ଭିଡ଼
କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଏବଂ ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରିଛି କମିଶନରେଟ ପୋଲିସ । ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ଟି ମୋବାଇଲ ପାଟ୍ରୋଲିଂ ଟିମ୍‌, ୧୩ଟି ପିସିଆର ରହିବ । ଛକମାନଙ୍କରେ ଫାଷ୍ଟ ଏଡ୍‌ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ । ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀପଠାରେ ODRAF ଓ Fire fighting unit ନିୟୋଜିତ ରହିବେ । ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧୀନରେ 5 ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୫ ଜଣ ଏସିପି, ୮ ଜଣ ଇନ୍ସପେକ୍ଟର, ୩୯ ଜଣ ସବ-ଇନ୍ସପେକ୍ଟର ଓ ଏଏସଆଇ ନିୟୋଜିତ ହେବେ । ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି । ହେଲେ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି କରିବେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.