ETV Bharat / state

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଆଦିପୁରୁଷ, ରାଜଧାନୀରେ ସେଲିବ୍ରେସନ

author img

By

Published : Jun 17, 2023, 7:12 AM IST

ସାରା ବିଶ୍ବର 10ହଜାର ସ୍କ୍ରିନରେ ରିଲିଜ ହୋଇଛି ପାନ ଇଣ୍ଡିଆ ଫିଲ୍ମ ଆଦିପୁରୁଷ । ସବୁଠି ଫ୍ୟାନ୍ସଙ୍କ ମଧ୍ୟରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଓଡ଼ିଶାରେ ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଫିଲ୍ମ 'ଆଦିପୁରୁଷ' । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଫିଲ୍ମି ଫ୍ରାଇଡେରେ ରିଲିଜ ହେଉଛି ବଲିଉଡ଼ ଫିଲ୍ମ ଆଦିପୁରୁଷ । ରାଜଧାନୀର ସ୍ତୁତି ହଲରେ ଫିଲ୍ମ ରିଲିଜ ହୋଇଥିବା ବେଳେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏଥିସହ ପ୍ରଥମ ଦିନରେ ପ୍ରଥମ ଶୋ' ଦେଖିବାକୁ ସିନେ ପ୍ରେମୀମାନଙ୍କ ଭିଡ ଦେଖିବାକୁ ମିଳିଛି । ଶ୍ରୀରାମଙ୍କ ନାରାରେ କମ୍ପୁଛି ପୁରା ହଲ ।

ରାମାୟଣର କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମକୁ ଦେଖିବା ପୂର୍ବରୁ ହଲରେ ପ୍ରଥମେ କେକ କାଟି ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେଇ ସେଲିବ୍ରେସନ କରିଥିଲେ । ଟ୍ରେଲରକୁ ଭଳି ସିନେମାକୁ ମଧ୍ୟ ଲୋକପ୍ରିୟତା ହାସଲ କରିବା ସହ ଅଧିକ ରୋଜଗାର କରିବ ବୋଲି କହିଛନ୍ତି ଫ୍ୟାନ୍ସ । ଏହି ସେଲିବ୍ରେସନରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ପ୍ରଭାସଙ୍କ ଭେଟିଥିବା ସୋମ୍ୟା ଶ୍ରେୟନସି । ସୌମ୍ୟା କହିଛନ୍ତି, ରାମାୟଣକୁ ନେଇ ଆଧାରିତ ଫିଲ୍ମ । ଯାହାକୁ ଲୋକେ ବେଶ ପସନ୍ଦ କରନ୍ତି ଏବଂ ଏହା ସୁପରଷ୍ଟାର ପ୍ରଭାସଙ୍କର ସିନେମା ହୋଇଥିବାରୁ ଏହା ନିଶ୍ଚୟ ଭଲ ହେବ । ଏଥିସହ ସେ ଆହୁରି କହିଛନ୍ତି, ପ୍ରଭାସ କୃଷ୍ଣ ହେଲେ ମୁଁ ତାଙ୍କ ରାଧା । ତାଙ୍କର ବହୁତ ବଡ ପ୍ରଶଂସକ ଅଟନ୍ତି । ଏଣୁ ସେ ତାଙ୍କର କୌଣସି ବି ସିନେମା ମିସ୍‌ କରିବେନି ।

ଆଡ଼ଭାନ୍ସ ଟିକେଟ ବୁକିଂରେ ପ୍ରାୟ ୩ ଲକ୍ଷ ସିଟ ରିଜର୍ଭ ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ସମସ୍ତ ହଲ୍ ଗୁଡ଼ିକରେ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ରିଜର୍ଭ ରଖାଯାଇଛି । ସେଥିରେ ପ୍ରଭୁ ହନୁମାନଙ୍କ ଫଟୋ ରଖାଯାଇଛି । ତେବେ ସ୍ତୁତି ହଲରେ ଫିଲ୍ମଟି ରିଲିଜ ହୋଇଥିବା ବେଳେ ପ୍ରଭାସ ଫ୍ୟାନ ମାନଙ୍କ ଉତ୍ସାହ ଦେଖିବାକୁ ମିଳିଛି । ପ୍ରାୟ ସମସ୍ତେ ଗେରୁଆ ରଙ୍ଗର ଗାମୁଛା ପକାଇ ଜୟ ଶ୍ରୀରାମ ନାରାରେ କମ୍ପିଛି ପୁରା ପରିବେଶ ।

ଅନ୍ୟପଟେ ରାମାୟଣର କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ନଜର ଆସିଥିବା ବେଳେ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି କ୍ରିତି ସାନନ । ସେହିଭଳି ହନୁମାନ ଭୂମିକାରେ ଦେବଦତ୍ତ ନାଗରେ ଏବଂ ରାବଣ ତଥା ଲଙ୍କେଶ୍ ଚରିତ୍ରରେ ସେଫ ଅଲ୍ଲୀ ଖାନ ନଜର ଆସିଛନ୍ତି ବହୁ ପ୍ରତୀକ୍ଷିତ ତଥା ପୂର୍ବରୁ ବିବାଦୀୟ ହୋଇଥିବା ଏହି ଫିଲ୍ମ ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଛି । କେବଳ ପ୍ରଥମ ଦିନର ପ୍ରଥମ ସୋ ପାଇଁ ବର୍ତ୍ତମାନ ଦର୍ଶକଙ୍କର କ୍ରେଜ ଦେଖିବାକୁ ମିଳିଛି । ବହୁଭାଷୀ ତଥା ଯେମିତି କି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲୟଲମରେ ରିଲିଜ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.