ETV Bharat / state

Poster War: ଅମରଙ୍କ ଟ୍ବିଟ୍ ପରେ ବିଜେଡି ଉପରେ ବର୍ଷିଲେ ବିରୋଧୀ

author img

By ETV Bharat Odisha Team

Published : Sep 7, 2023, 9:24 PM IST

ବିଜେଡି-କଂଗ୍ରେସ ମଧ୍ୟରେ ଜୋର ଧରିଲା ଏକ୍ସ-ୱାର। ଅମରଙ୍କ ଏକ୍ସ (ଟ୍ବିଟ୍)ର ଜବାବ ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

Poster WarPoster War: ଅମରଙ୍କ ଟ୍ବିଟ୍ ପରେ ବିଜେଡି ଉପରେ ବର୍ଷିଲେ ବିରୋଧୀ
Poster WarPoster War: ଅମରଙ୍କ ଟ୍ବିଟ୍ ପରେ ବିଜେଡି ଉପରେ ବର୍ଷିଲେ ବିରୋଧୀ
Poster War: ଅମରଙ୍କ ଟ୍ବିଟ୍ ପରେ ବିଜେଡି ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ବର: ବିଜେଡି-କଂଗ୍ରେସ ମଧ୍ୟରେ ଜୋର ଧରିଲା ଏକ୍ସ-ୱାର । ଅମରଙ୍କ ଏକ୍ସ (ଟ୍ବିଟ୍)ର ଜବାବ ରଖିଲା କଂଗ୍ରେସ । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ରାଜ୍ୟ ସରକାରଙ୍କ ସଫଳତାର କାହାଣୀକୁ ନେଇ 'ନବୀନଙ୍କ ଦମ' ଲେଖାଥିବା ଏକ ପୋଷ୍ଟର ପୋଷ୍ଟ କରିଛନ୍ତି । ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଗୋଟିଏ ପଟେ ଥିବାବେଳେ ଅନ୍ୟପଟେ 5ଟି ସଚିବଙ୍କ ଫଟୋ ରହିଥିଲା । ଯାହାକୁ ନେଇ ଉପୁଜିଛି ବିବାଦ । ଏହାକୁ ନେଇ ସେ ନିଜ ଏକ୍ସ(ଟ୍ବିଟର) ଓ ଫେସବୁକରେ ପୋଷ୍ଟ କଲା ପରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏ ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି କହି ଟାର୍ଗେଟ କରିଛି କଂଗ୍ରେସ ।

  • I usually consider it beneath my dignity to respond to garbage spewed by duplicitous and pretentious individuals with colourable intentions and unholy alliances. How you see the world depends upon the colour of glass you are wearing. Stark truths are difficult to digest for… https://t.co/KRQqqVCKGB

    — Dr. Amar Patnaik (@Amar4Odisha) September 7, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି,"୨୦୦୦ ମସିହା ପୂର୍ବରୁ ଉପା ସରକାର ଥିଲା । କଂଗ୍ରେସ ଅମଳରେ ସବୁ କାମ ରାଜ୍ୟରେ ଆରମ୍ଭ ହୋଇଛି । ପ୍ରତି ବ୍ଲକକୁ 100 କୋଟି ଦେଇଥିଲା କଂଗ୍ରେସ । ରାଜ୍ୟ ସରକାର ଚାହିଁଲେ କ'ଣ ମେଡ଼ିକାଲ କଲେଜ କରିପାରିବେ ? ପ୍ରଚାର ପ୍ରସାର କରିପାରିଲେନି । ଫଳରେ ନବୀନ ବାବୁ ଫାଇଦା ଉଠାଇଲେ । ଯାହା କରିଛି କଂଗ୍ରେସ । 2000 ପୂର୍ବରୁ ବିହାରୀ ଭାଟି ଗାଁ ଗାଁରେ ନଥିଲା, ଏମାନେ କରିଛନ୍ତି । ଖଣି ବାହାରକୁ ପଠାଇଛନ୍ତି । ଅଦାନୀକୁ ବିକିଲେ । ରାଜ୍ୟର ବିଭିନ୍ନ ଜାଗାରେ ନଗଡ଼ା ସ୍ଥିତି ଉପୁଜିଛି ।"

ସେ ଆହୁରି କହିଛନ୍ତି, "ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଡାକ୍ତର ନାହାନ୍ତି କି ରାଜ୍ୟର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ରାଜ୍ୟରେ ଶିକ୍ଷ ନାହାନ୍ତି ଏମାନଙ୍କ ପାଖରେ ଖାଲି ଆକ୍ଟର। ଗଣତନ୍ତ୍ର ବୋଲି ରାଜ୍ୟରେ କିଛି ନାହିଁ। ଲୋକ ଭୋଟ ଦେଉଛନ୍ତି । ଏବେ ଗଣତନ୍ତ୍ରକୁ ବଞ୍ଚାଇବା ସମୟ ଆସିଛି। ଅଫିସର ମାନଙ୍କ ଫଟୋ ଲାଗିବା ଠିକ ନୁହେଁ । ବିଧାନସଭାରେ ଆଲୋଚନା ହେବ। କାହା ପଇସାରେ ଏସବୁ ହେଉଛି । ସଚିବଙ୍କ ଫଟୋ ରହିବା ଆଦୌ ଉଚିତ ନୁହେଁ।"

ସୂଚନା ଅନୁସାରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ନିଜ ଟ୍ବିଟରରେ 'ନବୀନଙ୍କ ଦମ୍' ଶୀର୍ଷକ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ପୋଷ୍ଟରେ ସେ ନବୀନ ସରକାରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡିକ ବିଷୟରେ ଲେଖିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବା ନେଇ ମେଡ଼ିକାଲ କଲେଜ, ରାଜ୍ୟରେ ୟୁନିଭର୍ସିଟି, ଜଳସେଚନ ଅଗ୍ରଗତି, କୃଷିରେ ବ୍ୟାପକ ଉନ୍ନତି, ବିଦ୍ୟୁତ କେନ୍ଦ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ବଖାଣିଛନ୍ତି ଅମର । ଦୀର୍ଘଦିନ ଧରି 5ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ଅଭିଯୋଗ ଆଣୁଛନ୍ତି । ଏହାସହ ଲୋକପ୍ରତିନିଧିମାନଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ସଙ୍କୁଚିତ କରାଯାଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରୁଛନ୍ତି।

ଏହା ବି ପଢନ୍ତୁ...Early Election Speculations: କଂଗ୍ରେସ କହିଲା ଭୟଭୀତ ଉଭୟ ସରକାର, ବିଜେପି ଟାର୍ଗେଟ୍‌ରେ ବିଜେଡି

ସେପଟେ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ପ୍ରଶ୍ନ କରିଛନ୍ତି, "ଗରିବ କଲ୍ୟାଣ ପାଇଁ ଯାହା ହୋଇଛି, ସବୁ କେନ୍ଦ୍ର ସରକାରଙ୍କ ଯୋଜନାରେ ହୋଇଛି । ପାଣି, ଚାଉଳ, ବିଜୁଳି, ରାସ୍ତା ଆଦି ସବୁ କେନ୍ଦ୍ରୀୟ ଯୋଜନାରେ ମିଳୁଛି । ତାହେଲେ ଓଡ଼ିଶା ସରକାର ଗରିବଙ୍କ ପାଇଁ କ'ଣ କରୁଛନ୍ତି ? 2000ରୁ 2014 ଭିତରେ ଓଡ଼ିଶାରେ ଗୋଟିଏ ବି ସରକାରୀ ମେଡିକାଲ କଲେଜ ହୋଇନଥିଲା । ମୋଦି ସରକାର ଆସିବା ପରେ 9ଟି ମେଡିକାଲ କଲେଜ ହେଲା । ତେଣୁ ମେଡିକାଲ କଲେଜ୍ ସଂଖ୍ୟା ବଢ଼ାଇବାରେ ଓଡ଼ିଶା ସରକାରଙ୍କର କ'ଣ ଭୂମିକା ରହିଲା ?"

ସେ ଆହୁରି ମଧ୍ୟ କହିଛନ୍ତି,"ଏସବୁ ବିଷୟରେ ବିଜେଡି ସାଂସଦ ଓ ବିଧାୟକମାନଙ୍କୁ ପଚାରିଲେ କଥାକୁ ଏଡ଼ାଇ ଦେଉଛନ୍ତି । ବରଂ ବିଜ୍ଞାପନ ଦେଇ ମିଛ ପ୍ରଚାର କରୁଛନ୍ତି । ଡ୍ରାମା କରି କେବଳ ଜଣେ ସଚିବଙ୍କୁ ବ୍ରାଣ୍ଡିଂ କରାଯାଉଛି । 2000ରେ ଓଡ଼ିଶାରେ ଗଣତନ୍ତ୍ର ଥିଲା 2023ରେ ବାବୁ ତନ୍ତ୍ର ହୋଇଛି ଏବଂ ଅଣ ଓଡ଼ିଆ ବ୍ୟବସାୟୀତନ୍ତ୍ର ହୋଇଛି । 2000 ମସିହାରେ ଲୋକ ଓଡ଼ିଆ ସାଂସଦ ଓ ବିଧାୟକ ମାନଙ୍କୁ ପ୍ରଶ୍ନ ପଚାରୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ସଚିବଙ୍କୁ ପଠାଉଛନ୍ତି, ଆଉ ବିଧାୟକ ଏବଂ ଲୋକ ପ୍ରତିନିଧିଙ୍କର କିଛି କାମ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.