ETV Bharat / state

'ଆମ ଓଡିଶା ନବୀନ ଓଡିଶା' ରାଜନୀତି; ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ଯୋଜନା କହିଲା କଂଗ୍ରେସ

author img

By

Published : Jul 11, 2023, 9:06 PM IST

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା 'ଆମ ଓଡିଶା ନବୀନ ଓଡିଶା'କୁ ନେଇ ରାଜନୀତି ଜୋର ଧରିଛି । ଏହି ଯୋଜନା ଓଡ଼ିଶାର ବିକାଶରେ ନୂଆ ଫର୍ଦ୍ଦ ବୋଲି ଶାସକ ଦଳ କହିଥିବା ବେଳେ କଂଗ୍ରେସ ପଚାରିଛି ଏହି ଯୋଜନାର ଆୟୁଷ କେତେ । ଅଧିକ ପଢ଼ନ୍ତୁ...

'ଆମ ଓଡିଶା ନବୀନ ଓଡିଶା'କୁ ନେଇ ରାଜନୀତି
'ଆମ ଓଡିଶା ନବୀନ ଓଡିଶା'କୁ ନେଇ ରାଜନୀତି

'ଆମ ଓଡିଶା ନବୀନ ଓଡିଶା'କୁ ନେଇ ରାଜନୀତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ଯୋଜନା 'ଆମ ଓଡ଼ିଶା ନବୀନ ଓଡିଶା'କୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିରୋଧୀ କଂଗ୍ରେସ ଏବଂ ବିଜେପି ଶାସକ ଦଳକୁ କାଠଗଡାକୁ ଟାଣିଛନ୍ତି । ଏହି ଯୋଜନା 'ଆମ ଗାଁ ଆମ ବିକାଶ' ଯୋଜନାର ପରିବର୍ତ୍ତିତ ରୂପରେଖ ବୋଲି ବିଜେପି କହିଛି । ଏହା ସହିତ ଏହି ଯୋଜନା ରାଜ୍ୟରେ ଦୁର୍ନୀତି ଓ ପିସି କାରବାରର ଏକ ମାଧ୍ୟମ ହେବ ବୋଲି ମଧ୍ୟ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଏହି ଯୋଜନାର ଆୟୁଷ କେତେ ବୋଲି କଂଗ୍ରେସ ପଚାରିଛି । ଏଭଳି ଯୋଜନାର ଉଦ୍ଦେଶ୍ୟ ବିଜେଡି କର୍ମୀଙ୍କୁ ପୋଷିବା ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ।

'ଓଡ଼ିଶାର ବିକାଶରେ ନୂଆ ଫର୍ଦ୍ଦ': ତେବେ ଏହି ଯୋଜନାକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଆମ ଓଡିଶା ନବୀନ ଓଡିଶା ବିକାଶର ଏକ ମହାମନ୍ତ୍ର । ଆଗାମୀ ଦିନରେ ଓଡ଼ିଶାର ବିକାଶକୁ ଏହା ଆହୁରି ତ୍ବରାନ୍ବିତ କରିବ । ଖବର ପାଇବା ପରେ ଓଡିଶାବାସୀ ଉତ୍ସାହିତ ଅଛନ୍ତି । ଅତୀତର 'ଆମ ଗାଁ ଆମ ବିକାଶ' ଯୋଜନା ପ୍ରତି ପଞ୍ଚାୟତ ପ୍ରତି ଗାଁର ତୃଣମୂଳସ୍ତରର ସମସ୍ୟାକୁ ସମାଧାନ କରିବା ପାଇଁ କରାଯାଇଥିଲା । ତା'ଠାରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି ଏହି ଯୋଜନାରେ । ପ୍ରତ୍ୟେକ ଗାଁ ପ୍ରତ୍ୟେକ ଅଞ୍ଚଳର ସାମାଜିକ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଜଗନ୍ନାଥ ସଂସ୍କୃତିକୁ ଏଥିରେ ସ୍ଥାନିତ କରାଯାଇଛି । ନିର୍ବାଚନ ସହିତ ଏହି ଯୋଜନାର କୌଣସି ସମ୍ପର୍କ ନାହିଁ । ଓଡ଼ିଶାର ବିକାଶରେ 'ଆମ ଓଡ଼ିଶା ନବୀନ ଓଡିଶା' ଏକ ନୂତନ ଫର୍ଦ୍ଦ ।"

ସେ ଆହୁରି କହିଛନ୍ତି, "ଆମ ଗାଁ ଆମ ବିକାଶ ଅଧାରେ ରହିନି । ଯିଏ ଗାଁକୁ ଯିବ, ଗାଁର ଚିତ୍ରକୁ ଦେଖିବ ଜାଣି ପାରିବ । ଯେଉଁମାନେ ଏହା କହୁଛନ୍ତି ସେମାନେ ଗାଁକୁ ଯାଇନାହାନ୍ତି । ଭୁବନେଶ୍ବରରେ ବସି ଟିପ୍ପଣୀ ଦେଉଛନ୍ତି । ଜଗନ୍ନାଥ ସଂସ୍କୃତିକୁ ନିର୍ବାଚନ ସହ ଯୋଡ଼ିବାର କିଛି ମାନେ ନାହିଁ । ଯୋଜନାକୁ ଯେଉଁମାନେ ନିର୍ବାଚନ ସହ ଯୋଡୁଛନ୍ତି, ସେମାନେ ଭୟଭୀତ ବୋଲି ପ୍ରମାଣିତ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଆମ ଓଡିଶା ନବୀନ ଓଡିଶା ନୁହେଁ, ୫୦ପ୍ରତିଶତ ପିସି ଓଡିଶା: ସମୀର ମହାନ୍

'ଏହି ଯୋଜନାର ଆୟୁଷ କେତେ': ସେପଟେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଯୋଜନାର ଆୟୁଷ କେତେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ପୂର୍ବରୁ ନିର୍ବାଚନ ଆସିଲେ ଅନେକ ଯୋଜନା ଯଥା ପିଠା ଯୋଜନା, କାଳିଆ, ଆମ ଗାଁ ଆମ ବିକାଶ ଯୋଜନା ହୋଇଥିଲା । କୁଆଡେ ଗଲା ? ପୁଣିଥରେ ନିର୍ବାଚନ ପୂର୍ବରୁ ନବୀନ ଓଡ଼ିଶା ନାମରେ ୪ ହାଜର କୋଟି ଟଙ୍କା ଘୋଷଣା କରାଯାଇଛି । ଏହାର ଅର୍ଥ ପୂର୍ବରୁ ଓଡ଼ିଶାର କୌଣସି ବିକାଶ ହୋଇନାହିଁ । ନିର୍ବାଚନ ଆସିଲେ ଏମିତି ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି । ଗାଁର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏବେ ଅବସ୍ଥା କଣ ? ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ କହୁଛନ୍ତି । ତେବେ କାହିଁକି ରତ୍ନଭଣ୍ଡାର ଖୋଲିନାହାନ୍ତି ?"

'ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ଯୋଜନା': ସେପଟେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "୪ ହଜାର କୋଟିର ନୂଆ ଯୋଜନାର ଉଦ୍ଦେଶ୍ୟ ବିଜେଡି କର୍ମୀଙ୍କୁ ପୋଷିବା । ଲୋକଙ୍କ ଅର୍ଥରେ ବିଜେଡିକୁ ନିର୍ବାଚନ ଜିତାଇବା ପାଇଁ ତରବରିଆ ଭାବରେ ଘୋଷଣା କରିଛନ୍ତି । ୪ ହଜାର କୋଟି ଟଙ୍କାରେ ୧ ହଜାର ଶୀତଳ ଭଣ୍ଡାର ଘୋଷଣା ହୋଇପାରିଥାନ୍ତା । କାହିଁକି କଲେନି ? ଏହା ବିଜେଡିର ନିର୍ବାଚନୀ ଇସ୍ତାହାର ଥିଲା । PGI ରିପୋର୍ଟରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ । ୫୦ ହଜାର ସ୍କୁଲ ଭିତରୁ ୪୧ ହଜାର ସ୍କୁଲରେ ଅଲଗା କ୍ଲାସରୁମ ନାହିଁ । ଏହି ଟଙ୍କାରେ ଗୋଟିଏ ଦୁଇଟି କ୍ଲାସରୁମ ହୋଇପାରିଥାନ୍ତା । ଶିକ୍ଷାର ଇଣ୍ଡେକ୍ସ ଖସିବାର କାରଣ ଶ୍ରେଣୀଗୃହ ଓ ଶିକ୍ଷକଙ୍କ ଅଭାବ । ୫୩ ହଜାର ଶିକ୍ଷକ ପଦବୀ ଖାଲି । ଲୁଟ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଉଛି । ଅନେକ ସମସ୍ୟା ଥିଲେ ବି ସମସ୍ୟାର ଉତ୍ତର ବିଜେଡି ପାଖରେ ନାହିଁ । ଲୋକଙ୍କୁ ଭୂତେଇବା ପାଇଁ ଏହି ଯୋଜନା ଘୋଷଣା କରାଯାଇଛି । ବିଜେଡି କର୍ମୀଙ୍କୁ କିମ୍ବା ବିଜେଡି ଦ୍ବାରା ମନୋନୀତ ଠିକାଦାରଙ୍କୁ ଏହି ଅର୍ଥ ଦିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.