ETV Bharat / state

ସମ୍ବଲପୁର ହିଂସା: ବିଜେପି-ବିଜେଡି ମୁହାଁମୁହିଁ, କଂଗ୍ରେସ କହିଲା ପ୍ରାୟୋଜିତ କାର୍ଯ୍ୟକ୍ରମ

ସମ୍ବଲପୁର ହିଂସା ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜବାବରେ ଓଡ଼ିଶାରେ ସାମ୍ପ୍ରଦୟିକ ସଦଭାବନାକୁ ପଣ୍ଡ କରିବାକୁ ଚେଷ୍ଟା କରାଯାଉଥିବା କହି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । ସେପଟେ ଏହି ହଂସା ଉଭୟ ବିଜେଡି ଏବଂ ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି । ଅଧିକ ପଢ଼ନ୍ତୁ

author img

By

Published : Apr 30, 2023, 4:55 PM IST

ସମ୍ବଲପୁର ହିଂସା ନେଇ ରାଜନୀତି
ସମ୍ବଲପୁର ହିଂସା ନେଇ ରାଜନୀତି
ସମ୍ବଲପୁର ହିଂସା ନେଇ ରାଜନୀତି

ଭୁବନେଶ୍ବର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ଘଟିଥିବା ହିଂସାକୁ ନେଇ ତେଜୁଛି ରାଜନୀତି । ଏହି ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା । ସମ୍ବଲପୁର ହିଂସା ପୂର୍ବରୁ ସରକାର ଗୁଇନ୍ଦା ରିପୋର୍ଟ ପାଇଥିଲେ ବୋଲି ସେ ଅଭିଯୋଗ କରିବା ସହିତ ଆଗୁଆ ରିପୋର୍ଟ ମିଳିବା ସତ୍ତ୍ବେ ରାଜ୍ୟ ସରକାର କଣ କରୁଥିଲେ ବୋଲି ବିଜେପି ପ୍ରଶ୍ନ କରିଥିଲା । ତେବେ ଏହାର ଜବାବ ରଖିଛି ବିଜେଡି । ଓଡ଼ିଶାରେ ସାମ୍ପ୍ରଦୟିକ ସଦଭାବନାକୁ ପଣ୍ଡ କରିବାକୁ ଚେଷ୍ଟା କରାଯାଉଥିବା କହି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । ସେପଟେ ଉଭୟ ବିଜେଡି ଏବଂ ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ହେଉଛି ସମ୍ବଲପୁର ଦଙ୍ଗା ବୋଲି କଂଗ୍ରେସ କହିଛି ।

ସମ୍ବଲପୁର ଗୁଇନ୍ଦା ରିପୋର୍ଟ ନେଇ ବିଜେପି ଆଣିଥିବା ଅଭିଯୋଗର ଉତ୍ତର ରଖିଛି ବିଜେଡି । ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ଏହାର କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି, "ନବୀନଙ୍କ ନେତୃତ୍ବରେ ଓଡ଼ିଶାରେ ଯେଉଁ ସରକାର ଚାଲିଛି, ସେଥିରେ ସାମ୍ପ୍ରଦୟିକ ସଦଭାବନା ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ସଦଭାବନା ଥିବାରୁ ପୁଞ୍ଜିନିବେଶ ପାଇଁ ବିଦେଶୀ ପୁଞ୍ଜିପତି ଆସୁଛନ୍ତି । ଏହାକୁ ପଣ୍ଡ କରିବା ପାଇଁ ଯଦି କିଛି ଚକ୍ରାନ୍ତ ହେଉଥାଏ, ଲୋକେ ତାର ଜବାବ୍ ଦେବେ ।" ତେବେ ନିର୍ଦ୍ଦିଷ୍ଟ ଭାବେ ଗୁଇନ୍ଦା ରିପୋର୍ଟ ନେଇ ପ୍ରଶ୍ନ ପଚାରିବାରୁ ଶଶୀ ଭୂଷଣ କହିଛନ୍ତି ଗୁଇନ୍ଦା ରିପୋର୍ଟ ବାବଦରେ ପୋଲିସ କିମ୍ବା ଗୁଇନ୍ଦା ବିଭାଗ କହିପାରିବେ ।

ସେପଟେ ଉଭୟ ବିଜେଡି ଏବଂ ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ହେଉଛି ସମ୍ବଲପୁର ଦଙ୍ଗା ବୋଲି କଂଗ୍ରେସ କହିଛି । ଏନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, "ସମ୍ବଲପୁର ହିଂସାକାଣ୍ଡର ଦିନକ ପୂର୍ବରୁ ରାଜ୍ୟ ସରକାରଙ୍କର ଗୁଇନ୍ଦା ସଂସ୍ଥା ଡିଜିଙ୍କୁ ସମ୍ଭାବ୍ୟ ଦଙ୍ଗା ଲାଗି ସଚେତନ ରହିବାକୁ ସୂଚନା ଦେଇଥିଲେ । କେନ୍ଦ୍ର ସରକାର ଗୃହ ବିଭାଗ ମଧ୍ୟ ଆଡଭାଇଜରୀ ଜାରି କରିଥିଲେ । ଦଙ୍ଗା ହେବାପରେ ଉଭୟ ଉଭୟଙ୍କୁ କାଦୁଅ ଫୋପାଡ଼ିବାରେ ବ୍ୟସ୍ତ । କେନ୍ଦ୍ର କେବଳ ଆଡଭାଇଜରୀ ଜାରି କଲେ, ଆଉ ଫଲୋଅପ୍‌ ନେଇ ନାହାନ୍ତି । କେନ୍ଦ୍ର ସରକାର ଯାହା ପଦକ୍ଷେପ ନେବା କଥା ନେଇ ନାହାନ୍ତି । ରାଜ୍ୟ ସରକାର ମଧ୍ୟ ଅଣଦେଖା କରିଛନ୍ତି । ସମ୍ବଲପୁର ଦଙ୍ଗା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.