ETV Bharat / state

ନବ ଦାସ ହତ୍ୟା ଘଟଣା: ଗୃହ ବିଭାଗକୁ ଦାୟୀ କଲେ ପଞ୍ଚାନନ, ଦାମ କହିଲେ କ୍ରାଇମବ୍ରାଞ୍ଚ ତଦନ୍ତରୁ ହେବ ସ୍ପଷ୍ଟ

author img

By

Published : Jan 30, 2023, 10:35 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରି ହତ୍ୟା କରିବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ କିପରି ଚାକିରିରେ ରଖାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଜଣେ ଜନପ୍ରତିନିଧି ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା ଘଟଣାକୁ ନିନ୍ଦା କଲେ ବରିଷ୍ଠ ନେତା ଦାମ ରାଉତ । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ଅନେକ ପ୍ରଶ୍ନ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କରି ହତ୍ୟା କଲା ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଗୋଟିଏ ପଟେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଥିବା ବେଳେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଗୋପାଳ ଜଣେ ପୋଲିସ ଅଧିକାରୀ ହୋଇ କାହିଁକି ଏପରି ଅପରାଧ କଲା । ଗୋପାଳଙ୍କ ପରିବାରଲୋକଙ୍କ ଅଭିଯୋଗ, ମାନସିକ ଭାରସାମ୍ୟ ହରାଇ ଗୋପାଳ ଏହି କାଣ୍ଡ ଭିଆଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜଣେ ମାନସିକ ଭାରସାମ୍ୟ ହରାଇଥିବା ପୋଲିସ ଅଧିକାରୀ ଚାକିରିରେ ରହିଥିଲେ କେମିତି । ତାଙ୍କ ହାତକୁ ସର୍ଭିସ ରିଭରଭଲ ଦିଆଗଲା କେମିତି ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ସିଧାସଳଖ ଗୃହ ବିଭାଗ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଗୃହ ବିଭାଗ କିପରି ଜଣେ ମାନସିକ ଭାରସାମ୍ୟ ହରାଇଥିବା ପୋଲିସ ଅଧିକାରୀଙ୍କୁ ସର୍ଭିସ ରିଭରବଲ ଦେଇଥିଲା । ଗୃହ ବିଭାଗର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଞ୍ଚାନନ । ସେ କହିଛନ୍ତି, "ଅଭିଯୁକ୍ତ ଏଏସ୍‌ଆଇଙ୍କ ପତ୍ନୀଙ୍କ କହିବା ଅନୁସାରେ ସେ ମାନସିକ ରୋଗରେ ପୀଡ଼ିତ । ଏବେ ମଧ୍ୟ ଚିକିତ୍ସିତ ହୋଇ ଔଷଧ ଖାଉଛନ୍ତି । ତେବେ ପ୍ରଶ୍ନ ହେଉଛି, ଯଦି ସେ ଭଲ ହୋଇନାହାନ୍ତି, ତେବେ ପୋଲିସ ଚାକିରୀ କିପରି କରିଛନ୍ତି । କୌଣସି ସାର୍ଟିଫିକେଟ ନଦେଖି ତାଙ୍କୁ କେମିତି ପଦୋନ୍ନତୀ ଓ ରିଭରବଲ ଦିଆଯାଇଥିଲା ।" ତେବେ ଏହି ଘଟଣା ପାଇଁ ସେ ସମ୍ପୂର୍ଣ୍ଣ ଭାବେ ଗୃହ ବିଭାଗକୁ ଦାୟୀ କରିଛନ୍ତି ।

ଅନ୍ୟପଟେ ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, "କାହା ସହିତ ନବ ଦାସଙ୍କ ପୂର୍ବ ଶତ୍ରୁତା ଥିଲା କି । ଗୋପାଳ ମାନସିକ ଭାରସାମ୍ୟ ହରାଇଥିଲା ନା ତା ମନରେ କୌଣସି କାରଣକୁ ନେଇ ନବ ଦାସଙ୍କ ପ୍ରତି ରାଗ ମନଭାବ ଥିଲା ତାହା କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଜଣାପଡିବ । କେଉଁ କାରଣ ପାଇଁ ଗୋପାଳ ଗୁଳି ଚଲାଇଥିଲା ତାହା କ୍ରାଇମବ୍ରାଞ୍ଚ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ । କିନ୍ତୁ ଦିନ ଦ୍ବିପ୍ରହରରେ ଏଭଳି ରାଜ୍ୟର ଜଣେ ଜନପ୍ରତିନିଧି ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ କର୍ମୀ ଗୁଳି କରି ମାରିଦେବା ଅତ୍ୟନ୍ତ ନିନ୍ଦନୀୟ ।"

ସେପଟେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଜିଲ୍ଲା ପୋଲିସ ପ୍ରଶାସନ ଏବଂ ରାଜ୍ୟ ପୋଲିସ ପ୍ରଶାସନର ବିଫଳତାକୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଏପରି ଦିନ ଦ୍ବିପ୍ରହରରେ ଗୁଳି କରି ହତ୍ୟା କରିବା ଓଡିଶା ଇତିହାସରେ ପ୍ରଥମ ଘଟଣା । ପୂର୍ବରୁ ରାଜନୈତିକ ଆକ୍ରୋଶ ରଖି ରାଜନେତାଙ୍କ ଉପରେ ଆକ୍ରମଣ ହୋଇଛି । ସେମାନେ ଆହତ ହୋଇଛନ୍ତି । କିନ୍ତୁ ଇଏ ଏକ ପ୍ରଥମ ଘଟଣା, ଯେଉଁଠି ମନ୍ତ୍ରୀ ଜଣଙ୍କୁ ଗୁଳି କରାଯାଇଛି ଏବଂ ସେ ନିହତ ହୋଇଛନ୍ତି ।" ତେବେ ପୋଲିସ ପ୍ରଶାସନ ସୁରକ୍ଷା ଦେବାରେ କେଉଁଠି ନା କେଉଁଠି ପୁରା ଫେଲ ମାରିଛି ବୋଲି କହିଛନ୍ତି ଅକ୍ଷୟ ସାହୁ ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟାକାଣ୍ଡର ବଡ ଦିଗଟି ହେଉଛି ଗୋପାଳ କେଉଁ ପରିସ୍ଥିତିରେ ଗୁଳି ଚଳାଇଲା । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ କି । ପୂର୍ବ ଶତ୍ରୁତା କାରଣରୁ କେହି ସୁପାରି କିଲିଂ ପାଇଁ ନିର୍ଦ୍ଦେଶ ଦେଇଥିଲା କି । ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ନାହିଁ ତ । ଏମିତି ଅନେକ ଅସମାହିତ ପ୍ରଶ୍ନ ଭିତରେ କ୍ରାଇମବ୍ରାଞ୍ଚ ତାର ଜେରା ଜାରି ରଖିଛି । କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଆସିବା ପରେ ଯାହା କିଛି ସ୍ପଷ୍ଟ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.