ETV Bharat / state

Sambalpur Violence: ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି, ସ୍ଥିତି ସ୍ବଭାବିକ ପାଇଁ ଘନ ଘନ ବୈଠକ

author img

By

Published : Apr 17, 2023, 3:59 PM IST

Updated : Apr 18, 2023, 10:10 AM IST

ସମ୍ବଲପୁର ହିଂସା ପରେ ସ୍ଥିତି ଏବେ ସ୍ଥିର ରହିଛି । ଅପ୍ରୀତିକର ପରିସ୍ଥିତି ରୋକିବା ପାଇଁ ସହରରେ ଆଜି ଦିନ ୧୦ଟାରୁ ଆହୁରି ୨୪ ଘଣ୍ଟା ପାଇଁ ଏହି ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଗତକାଲି ସୁଦ୍ଧା ୭୯ ଜଣ ଗିରଫ ହୋଇଥିବା ବେଳେ ଆଜି ପୁଣି ୬ ଜଣଙ୍କୁ ଗିରଫ କରାଯାଇଛି । ଏଭଳି ଭାବେ ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି ବୋଲି ଏସପି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Sambalpur Violence
Sambalpur Violence
Sambalpur Violence

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଂଘର୍ଷ, ଜଳାପୋଡ଼ା ଓ ପଥର ମାଡ଼କୁ ନେଇ ଅଶାନ୍ତ ସମ୍ବଲପୁର ସହରର ସ୍ଥିତି ଏବେ ସ୍ଥିର ରହିଛି । ୧୫ ତାରିଖରୁ ସହରରେ କର୍ଫ୍ୟୁ ଜାରି ରହିଛି । ଏପରିକି କୌଣସି ଅପ୍ରୀତିକର ପରିସ୍ଥିତି ରୋକିବା ପାଇଁ ସହରରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଛି । ତେବେ ସକାଳ ୭.୩୦ରୁ ୧୧.୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩.୩୦ରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ସେପଟେ ଏହି ହିଂସା ଘଟଣାରେ ଗତକାଲି ସୁଦ୍ଧା ୭୯ ଜଣ ଗିରଫ ହୋଇଥିବା ବେଳେ ଆଜି ପୁଣି ୬ ଜଣଙ୍କୁ ଗିରଫ କରାଯାଇଛି । ଏଭଳି ଭାବେ ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି ବୋଲି ଏସପି ସୂଚନା ଦେଇଛନ୍ତି ।

ଆଉ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ: ସମ୍ବଲପୁରରେ ହନୁମାନ ଜନ୍ମ ଉତ୍ସବ ପାଳନ ପାଇଁ ବାଇକ ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଂଘର୍ଷ ଓ ପଥର ମାଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଅନେକ ଗାଡ଼ି ଓ ଦୋକାନ ବଜାର ଜଳାପୋଡ଼ା ହୋଇଥିଲା । ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସହରର ସମସ୍ତ ୬ ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା ପ୍ରଶାସନ । ଏହାପରେ ୧୫ ତାରିଖରୁ ସହରରେ କର୍ଫ୍ୟୁ ଜାରି ହେବା ସହ ସମ୍ଭାବ୍ୟ ଅପ୍ରିତିକର ପରିସ୍ଥିତି ରୋକିବା ପାଇଁ ଇଣ୍ଟରନେଟ ସେବା ମଧ୍ୟ ଠପ ରହିଛି । ତେବେ ଆଜି ଦିନ ୧୦ଟାରୁ ଆହୁରି ୨୪ ଘଣ୍ଟା ପାଇଁ ଏହି ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ସେପଟେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସକାଳ ୭.୩୦ରୁ ୧୧.୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩.୩୦ରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁରେ କୋହଳ କରାଯିବା ସହ ସହର ସାରା ୪୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି: ସେପଟେ ଆଜି ମଧ୍ୟ ସମ୍ବଲପୁର ଉତ୍ତରଞ୍ଚଳ DIGଙ୍କ କାର୍ଯ୍ୟାଳୟରେ ପୋଲିସ ଡିଜି ସୁନୀଲ ବଂଶଲଙ୍କ ଉପସ୍ଥିତିରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ସମ୍ବଲପୁର ଏସପି ବାତୁଳା ଗଙ୍ଗାଧର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥା ଓ ସ୍ଥିତି କିପରି ସୁଧୁରିବ ସେନେଇ ଘନ ଘନ ବୈଠକ କରିଛନ୍ତି । ଷଡ଼ଯନ୍ତ୍ରକାରୀ ଓ ଉପଦ୍ରବକାରୀଙ୍କୁ ଯଥାଶୀଘ୍ର ଠାବ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ପ୍ରମାଣକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହାସହ ବର୍ତ୍ତମାନ ପୋଲିସର କାର୍ଯ୍ୟକଳାପକୁ ନେଇ ଡିଜି ସନ୍ତୁଷ୍ଟ ଥିବା ଏସପି ସୂଚନା ଦେଇଛନ୍ତି । ତେବେ ଗିରଫଦାରୀ ସଂଖ୍ୟା ଆଗକୁ ମଧ୍ୟ ବୃଦ୍ଧି ପାଇବ ବୋଲି ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ସାଧରଣ ଲୋକ ଭୟଭୀତ ହୋଇ ଥିବାରୁ ଉଭୟ ପକ୍ଷକୁ ଡକାଯାଇ ଜିଲ୍ଲା ପ୍ରଶାସନ ଆଲୋଚନା କରି ସ୍ଥିତି ସ୍ବଭାବିକ କରିବାକୁ ଚେଷ୍ଟା କରାଯାଉଛି ବୋଲି ଏସପି କହିଛନ୍ତି । ଆଜି ସୁଦ୍ଧା ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି ହୋଇଥିବା ବେଳେ ଫେରାର ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

କର୍ଫ୍ୟୁ କୋହଳ ଅବଧି ବୃଦ୍ଧି ହୋଇପାରେ: ଅନ୍ୟପଟେ ଆଜି ଉତ୍ତରାଞ୍ଚଳ IGଙ୍କ ଅଧ୍ୟକ୍ଷତାରେ ବର୍ତ୍ତମାନ ସମ୍ବଲପୁର ସହରରେ ମୁତୟନ ହୋଇଥିବା ମାଜିଷ୍ଟ୍ରେଟମାନଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ଓ ଆଗକୁ କର୍ଫ୍ୟୁ କୋହଳ ଅବଧି ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଗକୁ ପରିସ୍ଥିତିକୁ ଦେଖି ଇଣ୍ଟରନେଟ ସେବା ଉପଲବ୍ଧ କରାଯିବ ନା ନାହିଁ, ତାହା ନିଷ୍ପତ୍ତି ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ସମୟରେ କଳାବଜାରୀ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

'ନିଜ ନିଜ ଭିତରେ ଭାଇଚାରା ବଜାୟ ରଖନ୍ତୁ': ଏହାସହ ଗତକାଲି ସମ୍ବଲପୁର ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ-SRC ସତ୍ୟବ୍ରତ ସାହୁ ଆସି ଉତ୍ତରାଞ୍ଚଳ RDCଙ୍କ କାର୍ଯ୍ୟାଳୟରେ RDC ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ । ଆଜି ମଧ୍ୟ ସେ ସମ୍ବଲପୁରରେ ସମୀକ୍ଷା କରିବେ ଓ ଡିଜିଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ଲୋକେ ନିଜ ନିଜ ଭିତରେ ଭାଇଚାରା ବଜାୟ ରଖନ୍ତୁ ବୋଲି ଅପିଲ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ତେବେ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Apr 18, 2023, 10:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.