ETV Bharat / state

ପୋଲିସ-ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ, ଭୁବନେଶ୍ୱରର 5 ଥାନାରେ ବିଜେପିର ଏତଲା

author img

By

Published : Mar 3, 2023, 3:21 PM IST

ଲୋୟର ପିଏମଜିରେ ହୋଇଥିବା ପୋଲିସ ବିଜେପି ଯୁବ ମୋର୍ଚ୍ଚା ଖଣ୍ଡଯୁଦ୍ଧରେ ସରଗରମ ରହିଛି ରାଜ୍ୟ ରାଜନୀତି । 3 ନିର୍ବାଚନୀ ମଣ୍ଡଳୀର 5ଟି ଥାନାରେ ଏତଲା ଦେଇଛି ଭୁବନେଶ୍ବର ବିଜେପି ୟୁନିଟ । ଅଧିକ ପଢନ୍ତୁ

police bjp yuva morcha clash
3 ନିର୍ବାଚନୀମଣ୍ଡଳୀର 5 ଥାନାରେ ବିଜେପିର ଏତଲା
police bjp yuva morcha clash

ଭୁବନେଶ୍ବର: ରାଜ୍ୟରେ ବିଜେଡି ବନାମ ବିଜେପି ଫାଇଟ ଲାଗି ରହିଛି । ଲୋୟର ପିଏମଜିରେ ଘଟିଥିବା ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ଘଟଣାରେ ରାଜ୍ୟ ରାଜନୀତି ସରଗରମ ରହିଛି । ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଇଛି ବିଜେପି । 3 ନିର୍ବାଚନୀମଣ୍ଡଳୀର 5 ଥାନାରେ ଏତଲା ଦେଇଛି ଭୁବନେଶ୍ବର ବିଜେପି ୟୁନିଟ । ଭୁବନେଶ୍ବର ଖାରବେଳ ନଗର ଥାନାରେ ବିଜେପିର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ଏକତ୍ର ହୋଇ ପୋଲିସ କମିଶନର, ଡିଜି ଏବଂ ଡିସିପିଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ବିଜେପିର ଅଭିଯୋଗ କରିଛି, ଗତ 28 ତାରିଖ ଦିନ ବିଜେପି ମୋର୍ଚ୍ଚା ଓଡିଶା ପ୍ରଦେଶ ତରଫରୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା ନେଇ ପୂର୍ବ ସୂଚନା ଦିଆଯାଇଥିଲା । ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ପର୍ଯ୍ୟନ୍ତ ଯିବା ବେଳେ ପୋଲିସ କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରିଥିଲା । ସାଦା ପୋଷାକଧାରୀ ପୋଲିସ ଏବଂ ଶାସକ ଦଳ ଗୁଣ୍ଡାମାନଙ୍କର ମିଳିତ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଥିଲେ । ଏବେ ସେମାନେ ଚିକିତ୍ସାଧିନ ଅଛନ୍ତି । ଶୋଭାଯାତ୍ରା ସମୟରେ ମହିଳା କାର୍ଯ୍ୟକର୍ତ୍ତାମାନଙ୍କୁ ଅସଦାଚରଣ ସହ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରାଯାଇଥିବା ବିଜେପି ଅଭିଯୋଗ ଆଣିଛି ।

ପୋଲିସ ଡିଜି ସୁନିଲ ବଂଶଲ, ଭୁବନେଶ୍ବର କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏହି ଘଟଣାର ନିରପେକ୍ଷ ତଦନ୍ତ ନକରି ଆକ୍ରୋଶମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ନେଇ ଅଭିଯୋଗ ଆଣିଛି ବିଜେପି । ଯାହା ପୋଲିସର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ...ପୋଲିସ-ବିଜେପି ଯୁବମୋର୍ଚ୍ଚା ଖଣ୍ଡଯୁଦ୍ଧ, ଜେଲରେ କର୍ମୀଙ୍କୁ ଭେଟିଲେ ସମୀର

ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୋଲିସ ଯେଉଁ ଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି ସେଥିରେ ରାଜ୍ୟର ସାଢେ 4 କୋଟି ଓଡିଆ ମାନସିକସ୍ତରରେ ଆଘାତ ପାଇଛନ୍ତି । ପୋଲିସ ପ୍ରଶାସନର କିଛି ଅଫିସର ବିଜେଡିର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ବୋଲି ବିଜେପି ନେତା କହିଛନ୍ତି । ପୋଲିସ ଡିଜି, ଭୁବନେଶ୍ବର କଟକ ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିଛନ୍ତି ।ନବ ଦାସଙ୍କୁ ପୋଲିସ ଏଏସଆଇ ହତ୍ୟା କରିଛି । ଏହି କଥାକୁ ବିଜେପି ବାରମ୍ବାର କହୁଥିବାରୁ ପୋଲିସ ପ୍ରଶାସନ ବିଜେପି ଉପରେ ଆକ୍ରୋଶମୂଳକ ମନୋଭାବ ଜାରି ରଖିଛି ବୋଲି କହିଛି ବିଜେପି । ପୋଲିସ ଡିଜି, ଭୁବନେଶ୍ବର କଟକ ପୋଲିସ କମିଶନର ଏବଂ ଭୁବନେଶ୍ବର ଡ଼ିସିପିଙ୍କ ବିରୋଧରେ ଏତଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ବିଜେପି କର୍ମୀ ।

ଗତ ଫେବୃଆରୀ 28 ତାରିଖରେ ବିଜେପି ମୋର୍ଚ୍ଚା ଓଡିଶା ପ୍ରଦେଶ ତରଫରୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନବ ଦାସ ହତ୍ୟା ଘଟଣାରେ ବିଶାଳ ରାଲି କରାଯାଇଥିଲା । ପ୍ରତିବାଦରେ ବିଧାନସଭା ଘେରାଉ କରାଯାଉଥିବା ସମୟରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ କିଛି ପୋଲିସ କର୍ମୀ ଆହତ ହେବା ସହିତ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ମଧ୍ୟ ଆହତ ହୋଇଥିଲା । ଏହି ଘଟଣାରେ ପୋଲିସ 22ଜଣ ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.