ETV Bharat / state

ଜୟନାରାୟଣଙ୍କ PSO ମନ୍ତବ୍ୟକୁ ନେଇ ତୁମ୍ବିତୋଫାନ, କ୍ଷୋଭ ପ୍ରକାଶ କଲା ପୋଲିସ ସଙ୍ଘ - ମନ୍ତ୍ରୀ ନବ ଦାସ

ମନ୍ତ୍ରୀ ନବ ଦାସଙ୍କ ନିକଟରେ PSO ଥାଇ ମଧ୍ୟ ତାଙ୍କର ଗୁଳିକାଣ୍ଡରେ ମୃତ୍ୟୁ ଘଟିଲା । ଏଣୁ ପିଏସଓର ଆବଶ୍ୟକତା ନାହିଁ କହି ଫେରାଇ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏ ନେଇ ମୁହଁ ଖୋଲିଛି ପୋଲିସ ସଙ୍ଘ । ଜଣକୁ ନେଇ ପୁରା ବିଭାଗ ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ ବୋଲି ସଙ୍ଘ କହିଛି । ଅଧିକ ପଢନ୍ତୁ

Police association
Police association
author img

By

Published : Feb 5, 2023, 10:30 PM IST

ଜୟନାରାୟଣଙ୍କ PSO ମନ୍ତବ୍ୟକୁ ନେଇ ତୁମ୍ବିତୋଫାନ, କ୍ଷୋଭ ପ୍ରକାଶ କଲା ପୋଲିସ ସଙ୍ଘ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ପରେ ଏବେ ରାଜ୍ୟରେ ହଇଚଇ । ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା PSOଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ପିଏସଓ ସୁରକ୍ଷାକୁ ନେଇ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇବା ସହ PSOର ଆବଶ୍ୟକ ନାହିଁ ବୋଲି କହିଥିଲେ । ଏହା ଉପରେ ଧୀରେଧୀରେ ମୁହଁ ଖୋଲିଛି ପୋଲିସ ସଙ୍ଘ । ଜଣେ ବ୍ୟକ୍ତିକୁ ନେଇ ପୁରା ପୋଲିସ ବିଭାଗକୁ ଦାୟୀ କରିବା ଠିକ ନୁହଁ ବୋଲି କହିଛନ୍ତି ପୋଲିସ ଆସୋସିଏସନର ସଭାପିତ ଇତିକାନ୍ତ ମହାପାତ୍ର ।

ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି। ମନ୍ତ୍ରୀଙ୍କ PSO ଥାଇ କିପରି ମନ୍ତ୍ରୀଙ୍କ ଜୀବନ ଚାଲିଗଲା ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏହାରି ଭିତରେ PSO ସୁରକ୍ଷାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଥିବା ବେଳେ ଏବେ ପୋଲିସ ସଙ୍ଘମାନେ ପ୍ରତିକ୍ରିୟା ରଖିଛନ୍ତି । ଧୀରେଧୀରେ ଗୋଟିଏ ପରେ ଗୋଟିଏ ସଙ୍ଘ ବିରୋଧୀ ଦଳ ନେତାଙ୍କ ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । କାରଣ ଜୟନାରାୟଣ ମିଶ୍ର ତାଙ୍କର PSO ଆବଶ୍ୟକ ନାହିଁ ବୋଲି ସେ କହି PSO ଅପସାରଣ କରିଛନ୍ତି । ଆଉ ଏହାକୁ ନେଇ ଏବେ ତୁମ୍ବି ତୁଫାନ ଆରମ୍ଭ ହୋଇଛି।

ପୋଲିସ ଡିଜି ସୁନିଲ ବଂଶଲ ପୂର୍ବରୁ କହିସାରିଛନ୍ତି କାର୍ଯ୍ୟରେ ଅବହେଳା ପାଇଁ ନବ ଦାସଙ୍କ PSOକୁ ନିଲମ୍ବିତ କରାଯାଇଛି ଓ ଏହାର ତଦନ୍ତ ଚାଲିଛି । ଆଉ ଭିଭିଆଇପିଙ୍କ ସୁରକ୍ଷା ନେଇ PSOଙ୍କ ଏସଓପି ଉପରେ ଫୋକସ ଦିଆଯାଉଛି । ଆବଶ୍ୟକ ପଡିଲେ ଏସପିଜିର ମତାମତ ନେଇ ଏହାକୁ ଆହୁରି ମଜଭୁତ ପାଇଁ ପ୍ରୟାସ ଚାଲିଛି । ହେଲେ କେବଳ ବିରୋଧୀ ଦଳ ନେତା ନୁହେଁ ଧୀରେଧୀରେ ଶାସକ ଦଳର ନେତା ମଧ୍ୟ PSOକୁ ନେଇ ପ୍ରଶ୍ନ ଉଠାଇଲେଣି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ତାଙ୍କୁ ଭୟ ଲାଗୁଛି କାଳେ ତାଙ୍କ PSO ଗୋପାଳ ଦାସ ହୋଇଯିବନି ବୋଲି ସେ କହିଛନ୍ତି ।

ଏହାରି ଭିତରେ ପୋଲିସର ସୁରକ୍ଷା ନେଇ ଏବେ ବିରୋଧୀ ଦଳ ନେତାଙ୍କୁ ବିରୋଧ କରିବା ଦେଖିବାକୁ ମିଳିଲାଣି । ଏପରିକି ପୂର୍ବରୁ କନେଷ୍ଟେବଳ ଓ ହାବିଲଦାର ପୋଲିସ ସଙ୍ଘ ସହ ଅବସରପ୍ରାପ୍ତ ପୋଲିସ ସଙ୍ଘ ପକ୍ଷରୁ ଏନେଇ କଡ଼ା ବିରୋଧ କରିବା ସହ ବିରୋଧୀ ଦଳ ନେତା ତାଙ୍କ କଥା ଫେରାଇ ନିଅନ୍ତୁ ବୋଲି ଦାବି କରିଥିଲେ । ହେଲେ ଏହାରି ଭିତରେ ଆଜି ମୁହଁ ଖୋଲିଛନ୍ତି ଆସୋସିଏସନର ପୋଲିସ ଅଫିସର । ଏନେଇ ପ୍ରେସମିଟ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପୋଲିସ ସଂଘର କ୍ଷୋଭ ପ୍ରକାଶ କରିଛି ।

ଏହା ବି ପଢନ୍ତୁ- Naba Das Murder Case: ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ସାଂସଦ, ଟାର୍ଗେଟ୍‌ କଲେ ଓକିଲ ସଂଘ ସଭାପତି

"ଜଣେ ବ୍ୟକ୍ତିଙ୍କୁ ନେଇ ପୁରା ପୋଲିସ ବିଭାଗକୁ ଆକ୍ଷେପ କରିବା ଠିକ ନୁହେଁ। ଏହାଦ୍ବାରା ପୋଲିସର ମନୋବଳ ଭାଙ୍ଗୁଛି । ଓଡିଶା ପୋଲିସର ଇତିହାସ ବେଶ ସୁଦୃଢ ରହିଛି। ନକ୍ସଲ ଦମନ, ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଆଦି କ୍ଷେତ୍ରରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ ଅବଦାନ ରହିଛି। ଏଭଳି ସ୍ଥିତିରେ ଏପରି ମନ୍ତବ୍ୟ ଓଡ଼ିଶା ପୋଲିସର ମନୋବଳ ଭାଙ୍ଗୁଛି। ଯେଉଁମାନେ ସେବାରେ ଶହୀଦ ହୋଇଛନ୍ତି ତାଙ୍କୁ ମଧ୍ୟ ଏହି ଅପମାନସୂଚକ ମନ୍ତବ୍ୟ ବାଧିବ । ଆମ ପରିବାର ଆମକୁ ମଧ୍ୟ ବାନ୍ଧୁଛି" ବୋଲି କହିଛନ୍ତି ଇତିକାନ୍ତି ।

ଏଭଳି ଆପତ୍ତି ଜନକ ମନ୍ତବ୍ୟରୁ ନିବୃତ୍ତ ରହିବା ପାଇଁ ସଙ୍ଘ ଦାବି କରିଛି । ସେପଟେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସଙ୍ଘ ସଭାପତି ସୂର୍ଯ୍ୟମଣି ତ୍ରିପାଠୀ କହିଛନ୍ତି, "ଯେଉଁ ନେତାମାନେ ସରକାରୀ ବିରୋଧୀ ସେମାନଙ୍କ କଥା କାଳେ PSO ଜାଣିଦେବେ, ସେମାନଙ୍କ ଗୁପ୍ତ କଥା ସମ୍ପର୍କରେ ସରକାରଙ୍କୁ ଜଣାଇଦେବେ ସେହି ଭୟରେ PSO ଫେରାଉଛନ୍ତି ।" ସେମାନେ ଭୟ କରୁଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.