ETV Bharat / state

ରାଜ୍ୟ ସାରା ମାଡ଼ିଗଲାଣି ଆଖିଧରା ରୋଗ, ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

author img

By

Published : Jul 7, 2023, 7:50 AM IST

Updated : Jul 7, 2023, 8:18 AM IST

କିଛି ଦିନ ହେଲା ରାଜ୍ଯର କେତେକ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବା ଦେଖା ଦେଇଛି। ଯାହାକି ଏକ ସଂକ୍ରାମକ ରୋଗ । ଆଖିଧରା ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

pink eye disease
pink eye disease

ଭୁବନେଶ୍ବର: ରାଜ୍ୟରେ ବ୍ୟାପିଛି ଆଖିଧରା ରୋଗ । ବିଭିନ୍ନ ଜିଲ୍ଲାରୁ ଶହଶହ ଲୋକ ଏହି ରୋଗର ଶିକାର ହେଲେଣି । ଆଖିଧରା ଏକ ସ୍ପର୍ଶ ଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିରୋଧ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । କିଛି ଦିନ ହେଲା ରାଜ୍ୟର କେତେକ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାର ନଜରକୁ ଆସୁଛି । ବିଶେଷଜ୍ଞଙ୍କ ମତରେ ଏହା ଏକ ସଂକ୍ରାମକ ରୋଗ ଏବଂ ମୁଖ୍ୟତ ସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଦିଆଯାଇଥିବା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

pink eye disease
pink eye disease

ଆଖିଧରା ପ୍ରତିରୋଧ ପାଇଁ ମାର୍ଗଦର୍ଶିକା: ନିଜେ ପିନ୍ଧିଥିବା ଚଷମାକୁ ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ । ଆଖି ଧରାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ରୁମାଲ, ତଉଲିଆ, ତକିଆ କିମ୍ବା ଉକ୍ତ ବ୍ୟକ୍ତି ଜଣଙ୍କ ବ୍ୟବହାର କରିଥିବା ଆଇ ଡ୍ରପ୍‌ ଓ ଅନ୍ୟାନ୍ୟ ଜିନିଷକୁ କେହି ବ୍ୟବହାର କରନ୍ତୁ ନାହିଁ । କଣ୍ଟାକ୍ଟ ଲେନ ବ୍ୟବହାରକାରୀ ନିଜର ଚକ୍ଷୁ ଚିକିତ୍ସକଙ୍କ ସହ ପରାମର୍ଶ ଅବଲମ୍ବନ କରନ୍ତୁ । ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ । ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମ ପାଣିରେ ପକାଇ ଆଖୁକୁ ପୋଛନ୍ତୁ । ଆଖି ପୋଛା କପଡ଼ାକୁ ଗରମ ପାଣି ଓ ଡିଟରେଜେଣ୍ଟ ପାଉଡରରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ । ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନକୁ ଯାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Dengue Prevention Tips: କାୟା ବିସ୍ତାର କରୁଛି ଡେଙ୍ଗୁ, ଜାଣନ୍ତୁ ବର୍ତ୍ତିବାର ଉପାୟ

କାହିଁକି ହୁଏ ଆଖିଧରା : ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଏହା ଏକ ସଂକ୍ରାମକ ରୋଗ । ଋତୁ ପରିବର୍ତ୍ତନ ହେଲେ ଆଖିଧରା ରୋଗ ଦେଖିବାକୁ ମିଳିଥାଏ । ଆଉ ଏଡିନୋ ଭୂତାଣୁ ହେଉଛି ଏହି ରୋଗର କାରଣ ଅଟେ । ଏହି ଭୂତାଣୁ କେବଳ ଆଖିଧରା ନୁହେଁ ନିଃଶ୍ୱାସପ୍ରସ୍ୱାସ ଜନିତ ସମସ୍ୟା ଓ ନିମୋନିଆ ଆଦି ରୋଗ ସୃଷ୍ଟି କରିଥାଏ ।

ଆଖିଧରା ରୋଗର ଲକ୍ଷଣ: ଆଖିଧରା ରୋଗକୁ ଇଂରାଜିରେ ପିଙ୍କ୍‌ ଆଇ ବୋଲି କୁହାଯାଏ । ଏହି ଆଖିଧରା ରୋଗ ୫-୬ ଦିନ ରହିଥାଏ । ଏହାର ଲକ୍ଷଣ ହେଉଛି ପ୍ରଥମେ ଆଖି କୁଣ୍ଡେଇ ହେବ ଓ ପରେ ନାଲି ପଡିବ । ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରିବା । ଅଧିକ ଲେଞ୍ଜରା ହେଲେ ସକାଳୁ ସକାଳୁ ଆଖି ମଧ୍ୟ ଖୋଲି ହେବ ନାହିଁ। କିଛି ଜଣଙ୍କର ଆଖି ମଧ୍ୟ ଫୁଲି ଯାଇଥାଏ । ଯଦି ଏଥିରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇଥାନ୍ତି ତେବେ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 7, 2023, 8:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.